ଏଇ ଭାରତରେ

କର୍ନାଟକର ଜଣେ ପୋଲିସ ଅଧିକାରୀ ଦୁଇ ଅନାଥ ଭଉଣୀଙ୍କ ଜୀବନ ଗଢିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ଦୈନନ୍ଦିନର ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଏକ କୋଠା ଘର ମଧ୍ୟ ନିର୍ମାଣ କରିଛନ୍ତି। ଅଭିଭାବକ ହୋଇ ସ୍କୁଲ୍‌ରେ ବଡ ଭଉଣୀର ନାମ ଲେଖାଇ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ଲକ୍‌ଡାଉନ ପରେ ଫେସ୍‌ବୁକରେ ଦୁଇ ଭଉଣୀଙ୍କ ଦୁଃଖ ଦେଖି ଏଚ୍‌ଡିକୋଟେ ପୋଲିସଷ୍ଟେଶନର ଏଏସ୍‌ଆଇ ଏସ.ଡୋରେସ୍ବାମୀ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବଡ଼ଭଉଣୀର ବୟସ ୧୭ ହୋଇଥିବାବେଳେ ସାନର ବୟସ ୧୪। ସେମାନେ ରହୁଛନ୍ତି ମହୀଶୂରଠାରୁ ୬୦କି.ମି. ଦୂର ଶ୍ରୀରାମ ହାଲି ଗାଁରେ। ପିଲାବେଳୁ ମାତାପିତାଙ୍କ ଦେହାନ୍ତ ପରେ ସେମାନେ ବୁଢ଼ୀମା’ ପାଖରେ ବଢିଥିଲେ। ବୁଢ଼ୀମା’ ୨୦୧୨ରେ ଆରପାରିକୁ ଚାଲିଗଲା ପରେ ଦୁହିଁଙ୍କ ଦୁର୍ଦ୍ଦଶା ବଢିଯାଇଥିଲା। ଏପ୍ରିଲରେ ସୋସିଆଲ ମିଡିଆରେ ତାହା ଦେଖିବା ପରେ ଡୋରେସ୍ବାମୀ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ହାଲିରେ ପହଞ୍ଚିବା ପରେ ସବୁ ସୁବିଧା ଥାଇ ସେମାନଙ୍କ ପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରି ଛାତ ଘରଟିଏ ଗଢିଦେଇଛନ୍ତି। ନିଜେ ଡୋରେସ୍ବାମୀ ସେମାନଙ୍କ ଅଭିଭାବକ ହୋଇ ଏକ ଘରୋଇ ସ୍କୁଲରେ ବଡ଼ ଭଉଣୀର ନାମ ଲେଖିଛନ୍ତି। ଅନ୍‌ଲାଇନରେ କ୍ଲାସ କରିବା ପାଇଁ ଏକ ସ୍ମାର୍ଟଫୋନ ମଧ୍ୟ କିଣି ଦେଇଛନ୍ତି। ପ୍ରତିମାସରେ ସେମାନଙ୍କ ଖର୍ଚ୍ଚ ଲାଗି ୧,୫୦୦ଟଙ୍କା ତାଙ୍କ ଦରମାରୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri