ଯୁବତୀଙ୍କ ପେଟରୁ ବାହାରିଲା ୫୭ କେଜି ଟ୍ୟୁମର

ଖୋର୍ଦ୍ଧା ଅଫିସ,୨୮ା୧୦: ଦୀର୍ଘ ୧୦ବର୍ଷ ଧରି ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ଯୁବତୀଙ୍କ ପେଟକୁ ସୋମବାର ଅସ୍ତ୍ରୋପଚାର କରାଯାଇ ୫୭କେଜି ଓଜନର ଟ୍ୟୁମର ବାହାର କରାଯାଇଛି। ଯୁବତୀ ଜଣକ ହେଲେ ନବରଙ୍ଗପୁର ଜିଲା ଅଞ୍ଚଳାଡ଼ିହି ପଣ୍ଡ୍ରିପାଖନା କଚରପଡ଼ା ଗ୍ରାମର ଫୁଲମତୀ ଗଣ୍ଡ(୨୫)। ଖୋର୍ଦ୍ଧା ଜିଲା କୁହୁଡି ସାଇ ସେବା ସଦନରେ ୫ଜଣିଆ ଡାକ୍ତରୀ ଟିମ୍‌ର ୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏହି ଟ୍ୟୁମର ବାହାର କରାଯାଇଛି।
ସୂଚନା ଅନୁଯାୟୀ, କଚରପଡ଼ା ଗ୍ରାମର ଧନିରାମ ଗଣ୍ଡ ଓ ହାଲୁରୀଙ୍କ ଝିଅ ଫୁଲମତୀ। ଧନିରାମ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଫୁଲମତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲଠାରୁ କୋରାପୁଟର ବିଭିନ୍ନ ମେଡିକାଲ, ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ପେଟରେ ଟ୍ୟୁମର ହୋଇଥିବା ଜାଣିବା ପରେ ଅର୍ଥ ଅଭାବରୁ ଅପରେଶନ କରିପାରି ନ ଥିଲେ। ଏ ସମ୍ପର୍କରେ କେହି ବ୍ୟକ୍ତି ଫୁଲମତୀଙ୍କୁ ଆର୍ଥିକ ସହଯୋଗ ଲାଗି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଫେସବୁକରେ ତାଙ୍କ ସମ୍ପର୍କରେ ଜାଣିବା ପରେ ସାଇସେବା ସଦନର ମୁଖ୍ୟ ଜଗନ୍ନାଥ ସାହୁ ତାଙ୍କୁ ଯୋଗାଯୋଗ କରିଥିଲେ। ଅକ୍ଟୋବର ୨୧ରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସାଇ ସେବା ସଦନକୁ ଅଣାଯାଇଥିଲା। ସାଥିରେ ଆସିଥିଲେ ଫୁଲମତୀଙ୍କ ମା’ ଏବଂ ଭାଇ। ପରେ ଫୁଲମତୀଙ୍କ କରୋନା ଟେଷ୍ଟ ଏବଂ ଆବଶ୍ୟକ ସମସ୍ତ ରିପୋର୍ଟ ଆସିବା ପରେ ଅପରେଶନ ଲାଗି ସ୍ଥିର ହୋଇଥିଲା। ସୋମବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଅପରେଶନ ହୋଇଥିଲା। କୋରାପୁଟ ମେଡିକାଲର ଆସିଷ୍ଟାଣ୍ଟ ସର୍ଜନ ଡା. ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସାଇ ସେବା ସଦନର ଡା. ସୌମ୍ୟ ଦାଶ, ଆନାସ୍ଥେସିଆ ଡା. ଚନ୍ଦ୍ରଶେଖର ବେହେରା, ବିଶ୍ୱମିତ୍‌ ଛତିରିଆ, ପୂର୍ଣ୍ଣଚନ୍ଦ୍ର ଦତ୍ତ ସାମିଲ ହୋଇଥିଲେ। ଫୁଲମତି ଏବେ ସୁସ୍ଥ ଥିବା ଜଣାପଡ଼ିଛି। ପୂର୍ବରୁ ସାଉଥ ଆଫ୍ରିକାର ଜଣେ ରୋଗୀଙ୍କ ପେଟରୁ ୫୫କେଜି ଟ୍ୟୁମର ବାହାରିଥିଲା। ୫୭କେଜି ଟ୍ୟୁମର ବାହାରିବା ବିରଳ। ଏଥିଲାଗି ଗିନିଜ ଅଫ ରେକର୍ଡ ପାଇଁ ଆବେନ କରାଯିବ ବୋଲି ସାଇସେବା ସଦନର ମୁଖ୍ୟ ଜଗନ୍ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri