ଏଇ ଭାରତରେ

କେରଳର ଏକ ସଂଗଠନ ନାନ୍‌ମା ମାରମ୍‌। ମାଲୟାଲମ ଭାଷାରେ ନାନ୍‌ମା ମାରମ କହିଲେ ଦେବୀଙ୍କ ବୃକ୍ଷ। ବୃକ୍ଷ ଯେଭଳି ପକ୍ଷୀଙ୍କୁ ଆଶ୍ରୟ ଦିଏ, ଅନ୍ୟମାନଙ୍କୁ ଛାୟା ପ୍ରଦାନ କରେ ସେହିଭଳି ଏହି ସଂଗଠନ ସମାଜରେ ଏକ ଭିନ୍ନ ପ୍ରକାର ସେବା ଜାରି ରଖିଛି। ଏହାର ପ୍ରତିଷ୍ଠାତା ହେଉଛନ୍ତି କସାରଗଡ଼ ଜିଲା କାହ୍ନାଗଡ଼ର ସଲାମ କେରଳ। ସଲାମ ଓ ତାଙ୍କ ଟିମ୍‌ କମ୍ୟୁନିଟି କିଚେନ ମାଧ୍ୟମରେ ଗରିବମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଗରିବ ପିଲାମାନଙ୍କୁ ପଢ଼ାଇ ସଶକ୍ତ କରୁଛନ୍ତି। ଏହା ବ୍ୟତୀତ ଗରିବ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। କାହ୍ନାଗଡରେ ଲକ୍‌ଡାଉନ ସମୟରେ ସଲାମ ନିଜସ୍ବ ଉଦ୍ୟମରେ ପ୍ରତିଦିନ ପାଖାପାଖି ୧୦ ଜଣଙ୍କୁ ରୋଷେଇ କରି ଖାଇବାକୁ ଦେବା ଆରମ୍ଭ କରିଥିଲା। ପରେ ଏହି ସଂଖ୍ୟା ୫୦କୁ ବଢ଼ିଥିଲା। ସଲାମ ତାଙ୍କ ବନ୍ଧୁମାନଙ୍କ ସହାୟତାରେ ଏହାକୁ ଆଗକୁ ବଢ଼ାଇଥିଲେ। ସେ ‘ନାନମା ମାରମ’ ସଂଗଠନକୁ ପଞ୍ଜୀକୃତ କରିବା ପରେ ତାଙ୍କ ଟିମ୍‌ରେ ଅଧିକ ଲୋକ ସାମିଲ ହୋଇଥିଲେ। ଏବେ ସେ ଏହା ମାଧ୍ୟମରେ ୬୦ଜଣଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ଏହା ବାବଦରେ ୧,୨୦୦ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ଲୋକେ ତାଙ୍କୁ ପାଣ୍ଠି ବି ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ ଏହି ସଂସ୍ଥା ଲୋକଙ୍କୁ କ୍ଷୁଦ୍ର ବ୍ୟବସାୟ କରିବା ଲାଗି ସାହାଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?