ଏଇ ଭାରତରେ

ଜଣେ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଚାଷରୁ ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ବାରବାଙ୍କି ଜିଲା ଦୌଲତପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଅମରେନ୍ଦ୍ର ପ୍ରତାପ ସିଂଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ସେ ବର୍ଷକୁ ସ୍କୁଲରୁ ୧.୨ ଲକ୍ଷ ଟଙ୍କା ଦରମା ପାଉଥିବାବେଳେ ଚାଷରେ ବ୍ୟୟ କରୁଛନ୍ତି ୩୦ ଲକ୍ଷ ଟଙ୍କା ଓ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ ସେ ଛୁଟିରେ ୩୦ ଏକର ପୈତୃକ ସମ୍ପତ୍ତିିରେ ଚାଷ ଆରମ୍ଭ କରିଥିଲେ। ଅନ୍‌ଲାଇନ ଟ୍ୟୁଟୋରିଆଲ ଓ ୟୁଟ୍ୟୁବରୁ ଚାଷ ସମ୍ପର୍କିତ ଜ୍ଞାନ ହାସଲ କରି ପ୍ରଥମେ ୧ ଏକର ଜମିରେ କଦଳୀ ଚାଷ କରି ସେଥିତ୍ରୁ ଲାଭ ପାଇବା ପରେ ହଳଦୀ,ଅଦା , କୋବି , ଧନିଆ,ରସୁଣ ଓ ମକା ଚାଷ କରିଥିଲେ ।
ଏସବୁ ଚାଷରେ ସଫଳତା ପାଇବା ପରେ ଏବେ ତରଭୁଜ, ଖରଭୁଜ,ଆଳୁ,ଛତୁ, କ୍ୟାପ୍ସିକମ୍‌ ଓ ଷ୍ଟ୍ରବେରୀ ,ଗହମ ମକା ଓ ବିଭିନ୍ନ ଫଳଚାଷ କରୁଛନ୍ତି। ଚାଷ ୬୦ ଏକରକୁ ବଢ଼ାଇଛନ୍ତି । ୨୦ ଏକର ଲିଜ୍‌ରେ ଆଣିଥିବାବେଳେ କିଣିିଛନ୍ତି ୧୦ ଏକର। ମୋଟରେ ଚାଷରୁ ୧ କୋଟି ବ୍ୟବସାୟ ହେଉଛି ଓ ଲାଭ ମିଳୁଛି୧୦-୨୦ ଲକ୍ଷ ଟଙ୍କା। ଅତି ଦରକାର ହେଲେ ସେ ସମୟେ ସମୟେ ଛୁଟି ନିଅନ୍ତି। ଲକ୍ଷ୍ନୌ ତାଙ୍କ ଘର ପାଖରୁ ୭୦ କି.ମି .ଓ ଏଠାରେ ସବୁ ଉପତ୍ାଦକୁ ସେ ବିକ୍ରି କରିଥାନ୍ତି। ଚାଷକାର୍ଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ବି ନିଯୁକ୍ତି ଦେବା ସହ ୩୫୦ କୃଷକଙ୍କୁ ଚାଷ ଲାଗି ଉତ୍ସାହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?