ଏଇ ଭାରତରେ

ଜଣେ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଚାଷରୁ ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ବାରବାଙ୍କି ଜିଲା ଦୌଲତପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଅମରେନ୍ଦ୍ର ପ୍ରତାପ ସିଂଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ସେ ବର୍ଷକୁ ସ୍କୁଲରୁ ୧.୨ ଲକ୍ଷ ଟଙ୍କା ଦରମା ପାଉଥିବାବେଳେ ଚାଷରେ ବ୍ୟୟ କରୁଛନ୍ତି ୩୦ ଲକ୍ଷ ଟଙ୍କା ଓ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ ସେ ଛୁଟିରେ ୩୦ ଏକର ପୈତୃକ ସମ୍ପତ୍ତିିରେ ଚାଷ ଆରମ୍ଭ କରିଥିଲେ। ଅନ୍‌ଲାଇନ ଟ୍ୟୁଟୋରିଆଲ ଓ ୟୁଟ୍ୟୁବରୁ ଚାଷ ସମ୍ପର୍କିତ ଜ୍ଞାନ ହାସଲ କରି ପ୍ରଥମେ ୧ ଏକର ଜମିରେ କଦଳୀ ଚାଷ କରି ସେଥିତ୍ରୁ ଲାଭ ପାଇବା ପରେ ହଳଦୀ,ଅଦା , କୋବି , ଧନିଆ,ରସୁଣ ଓ ମକା ଚାଷ କରିଥିଲେ ।
ଏସବୁ ଚାଷରେ ସଫଳତା ପାଇବା ପରେ ଏବେ ତରଭୁଜ, ଖରଭୁଜ,ଆଳୁ,ଛତୁ, କ୍ୟାପ୍ସିକମ୍‌ ଓ ଷ୍ଟ୍ରବେରୀ ,ଗହମ ମକା ଓ ବିଭିନ୍ନ ଫଳଚାଷ କରୁଛନ୍ତି। ଚାଷ ୬୦ ଏକରକୁ ବଢ଼ାଇଛନ୍ତି । ୨୦ ଏକର ଲିଜ୍‌ରେ ଆଣିଥିବାବେଳେ କିଣିିଛନ୍ତି ୧୦ ଏକର। ମୋଟରେ ଚାଷରୁ ୧ କୋଟି ବ୍ୟବସାୟ ହେଉଛି ଓ ଲାଭ ମିଳୁଛି୧୦-୨୦ ଲକ୍ଷ ଟଙ୍କା। ଅତି ଦରକାର ହେଲେ ସେ ସମୟେ ସମୟେ ଛୁଟି ନିଅନ୍ତି। ଲକ୍ଷ୍ନୌ ତାଙ୍କ ଘର ପାଖରୁ ୭୦ କି.ମି .ଓ ଏଠାରେ ସବୁ ଉପତ୍ାଦକୁ ସେ ବିକ୍ରି କରିଥାନ୍ତି। ଚାଷକାର୍ଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ବି ନିଯୁକ୍ତି ଦେବା ସହ ୩୫୦ କୃଷକଙ୍କୁ ଚାଷ ଲାଗି ଉତ୍ସାହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀର ସ୍ବାସ୍ଥ୍ୟ

ବାଦଲ ଭୂୟାଁ ତିମଧ୍ୟରେ ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଓ ପରବର୍ତ୍ତୀ ସମୟରେ କିଛି ନଦୀରେ ବନ୍ୟା ବିଶେଷକରି ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଓଡ଼ିଶା...

ଏଇ ଭାରତରେ

ଲୋକଙ୍କୁ ସଚେତନ କରିବା ଲାଗି ରାମଭାଇ ଚରଣ ୫୦,୦୦୦ ଚିଠି ଲେଖି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗୁଜରାଟର ସାବରକନ୍ଥ ଜିଲାର ଏକ ପ୍ରାଥମିକ ବିଦ୍ୟାଳୟରେ...

ଆମ ସୁରକ୍ଷା ଆମ ହାତରେ

  ପ୍ରଫେସର ଶରତ ଚନ୍ଦ୍ର ରଥ ବ୍ୟବହାରିକ ଜଗତରେ ଦୁଇଟି ଜୀବନ ଅଛି। ଗୋଟିଏ ହେଉଛି ବ୍ୟକ୍ତି ଜୀବନ ଏବଂ ଅନ୍ୟଟି ହେଉଛି ସମଷ୍ଟି ଜୀବନ।...

ପୁରୁଣା ବହି ଓ ପରିବେଶ ସୁରକ୍ଷା

ଡ. ପ୍ରମୋଦ କୁମାର ପଣ୍ଡା ମନୁଷ୍ୟ ଜୀବନ ଧାରଣ ପାଇଁ ପରିବେଶର ସୁରକ୍ଷା ଏକାନ୍ତ ଆବଶ୍ୟକ। ପରିବେଶ ପ୍ରଦୂଷଣ ହେଲେ ବଞ୍ଜିବା କଷ୍ଟକର। ଦିଲ୍ଲୀ ଓ...

ଏଇ ଭାରତରେ

ପୋଲିସ ଆଖିରେ ଧୂଳି ଦେଇ ଅପରାଧୀ ଖସିଯାଉଥିବାବେଳେ ଦୁଇଟି ଛେଳି ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଥାନାକୁ ଆସିବା ଖବର ଶୁଣି ଟିକେ ଆଶ୍ଚର୍ଯ୍ୟ...

‘ଅନାମ କାବ୍ୟ ଆନ୍ଦୋଳନ’ର ପ୍ରାସଙ୍ଗିକତା

ମନୁ ଦାଶ   ‘ଅନାମ କାବ୍ୟ ଆନ୍ଦୋଳନ’ ସଂକଳନ ପ୍ରକାଶନ ପରିପ୍ରେକ୍ଷୀରେ ଅନେକ ପାଠକ ଓ ସାହିତି୍ୟକ ମତେ ପ୍ରଶ୍ନ କରିଛନ୍ତି ଯେ, ବିଗତ ଶତାବ୍ଦୀରେ...

ଏଫ୍‌ବିଆଇ ବି ପଲିଟିକାଲ ହୋଇପାରେ

ସହଦେବ ସାହୁ   ଇଂଲଣ୍ଡ, ଇସ୍ରାଏଲ ଭଳି ଗଣତାନ୍ତ୍ରିକ ଦେଶରେ ପୋଲିସ ପ୍ରଧାନମନ୍ତ୍ରୀଙ୍କୁ ବି ଆଇନଭଙ୍ଗ ଦୋଷରେ ଦଣ୍ଡିତ କରିଥାଏ। କାରଣ ସେଠାରେ ସାଂସଦମାନେ ଓ...

ଭାଷାରେ ପୁରୁଷ ପ୍ରାଧାନ୍ୟ

ବିଜୟନୀ ମିଶ୍ର   ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ୨୦୦୭ରେ ଦେଶର ପ୍ରଥମ ମହିଳା ଭାବେ ପ୍ରତିଭା ଦେବୀ ସିଂ ପାଟିଲ ଆସୀନ...

Advertisement
Archives

Model This Week