Posted inUncategorized

ପର୍ଯ୍ୟଟନକୁ ଅବହେଳା

ନାରାୟଣ ଚନ୍ଦ୍ର ବିଶ୍ୱାଳ

ବୁଦ୍ଧିଷ୍ଟ ସର୍କିଟରୁ ଆରମ୍ଭ କରି ଟେମ୍ପୁଲ ସର୍କିଟ, ଇକୋ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ୱାଇଲ୍ଡଲାଇଫ ଟୁରିଜମ୍‌, କୋଷ୍ଟାଲ ଟୁରିଜମ୍‌ ଭଳି କ୍ଷେତ୍ରରେ ଓଡ଼ିଶାରେ ରହିଛି ପର୍ଯ୍ୟାପ୍ତ ଭିତ୍ତିଭୂମି; ଯାହା କି ପ୍ରତିବର୍ଷ ଦେଶ ବିଦେଶର କୋଟିଏରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ ଏହାର ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ କି କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ସରକାର କରୁଥିବା ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଉଥିବା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି। ଗତ ୩ ବର୍ଷ ହେଲା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନସ୍ଥଳୀ ଉନ୍ନତି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଏଥିରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନାହିଁ। ଏପରି କି ୨୦୧୫ରେ ଓଡ଼ିଶା ବୁଦ୍ଧିଷ୍ଟ ସର୍କିଟକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏଥିପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାନ୍ତି। ୨୦୧୫ ଜାନୁୟାରୀରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୫ଟି ପ୍ରକଳ୍ପ ପାଇଁ ୨୦୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜମ୍ମୁ-କଶ୍ମୀର, ରାଜସ୍ଥାନ, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ସିକିମ୍‌, ଆସାମ, ମେଘାଳୟ, ମିଜୋରାମ୍‌, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ତ୍ରିପୁରାର ପର୍ଯ୍ୟଟନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି।
ଉତ୍ତର-ପୂର୍ବ ରାଜ୍ୟର ୯ଟି ପ୍ରକଳ୍ପ ପାଇଁ ୮୨୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଆଦିବାସୀ ପର୍ଯ୍ୟଟନ ଲାଗି ନାଗାଲାଣ୍ଡ, ଛତିଶଗଡ଼ ଓ ତେଲଙ୍ଗାନାର ୩ଟି ପ୍ରକଳ୍ପ ପାଇଁ ୨୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ବିହାର ଓ ମଧ୍ୟପ୍ରଦେଶର ବୁଦ୍ଧିଷ୍ଟ ସର୍କିଟ ଲାଗି ୧୦୮.୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ୨୦୧୪-୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଉତ୍ତର-ପୂର୍ବ ଭାରତ ସର୍କିଟ, ବୁଦ୍ଧିଷ୍ଟ ସର୍କିଟ, ହିମାଳୟ ସର୍କିଟ, କୋଷ୍ଟାଲ ସର୍କିଟ, କ୍ରିଷ୍ଣା ସର୍କିଟ, ମରୁଭୂମି ସର୍କିଟ, ଆଦିବାସୀ ସର୍କିଟ, ଇକୋ ଟୁରିଜମ୍‌ ସର୍କିଟ, ୱାଇଲ୍ଡଲାଇଫ ସର୍କିଟ, ଗ୍ରାମାଞ୍ଚଳ ସର୍କିଟ, ଆଧ୍ୟାତ୍ମିକ ସର୍କିଟ, ରାମାୟଣ ସର୍କିଟ ଏବଂ ହେରିଟେଜ୍‌ ସର୍କିଟ ରହିଛି। ଏହି ସର୍କିଟଗୁଡ଼ିକର ଉନ୍ନତୀକରଣ କରିବା ସହ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଉପରୋକ୍ତ ୧୩ଟି ସର୍କିଟ ମଧ୍ୟରେ ସ୍ଥାନ ପାଇବା ଲାଗି ଓଡ଼ିଶାରେ ପର୍ଯ୍ୟାପ୍ତ ସୁବିଧା ରହିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଣଦେଖା ଯୋଗୁ ଗୋଟିଏ ବି ସ୍ଥାନ ସ୍ବଦେଶୀ ଦର୍ଶନ ଯୋଜନାରେ ସାମିଲ ହୋଇପାରି ନାହିଁ। ରାଜ୍ୟରେ ୪୮୦ କିମି ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଶିମିଳିପାଳ, ଚିଲିକା, ଭିତରକନିକା ଅଭୟାରଣ୍ୟ ରହିଛି। ଏହା ବ୍ୟତୀତ ପୁରୀ-କୋଣାର୍କ-ଏକାମ୍ର କ୍ଷେତ୍ରକୁ ନେଇ ହେରିଟେଜ୍‌ ସର୍କିଟ, ଲଳିତଗିରି-ରତ୍ନଗିରି-ଉଦୟଗିରି-ଧଉଳିକୁ ନେଇ ବୁଦ୍ଧିଷ୍ଟ ସର୍କିଟ ସ୍ଥାପନ କରାଯାଇଛି। ସେହିପରି ଓଡ଼ିଶାରେ ୬୨ଟି ଆଦିବାସୀ ଜନଜାତି ରହିଥିବା ବେଳେ ରାଜ୍ୟର ଅଧିକାଂଶ ଜିଲାରେ ଆଦିବାସୀ ବସବାସ କରୁଛନ୍ତି। ୨୦ରୁ ଅଧିକ ଇକୋ ଟୁରିଜମ୍‌ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାକି ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ମାତ୍ର କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ଯୋଗୁ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଏବେ ସାତସପନ ପାଲଟିଛି। କେବଳ ସ୍ବଦେଶ ଦର୍ଶନ ନୁହେଁ, ୨୦୧୫-୧୬ ରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ଗୁରୁତ୍ୱ ଦିଆଯାଇନାହିଁ। ୨୦୦୫-୦୬ରୁ ଇଣ୍ଡିଆନ୍‌ ଟୁରିଜମ୍‌ ଡେଭଲପ୍‌ମେଣ୍ଟ ଅଥରିଟି ମାଧ୍ୟମରେ ୩ଟି ସ୍ଥାନରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ହେବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଧଉଳିରେ କଷ୍ଟେମଷ୍ଟେ ସରିଥିବା ବେଳେ କୋଣାର୍କ ଓ ଉଦୟଗିରି ନିଷ୍ପତ୍ତି ଝୁଲି ରହିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଥିବା ୭୯ କୀର୍ତ୍ତିରାଜିର ଅବସ୍ଥା ଦୟନୀୟ ହେବାରେ ଲାଗିଛି। ଏଗୁଡ଼ିକରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି। ଶ୍ରୀମନ୍ଦିର ଏବଂ କୋଣାର୍କର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାରେ ବିଳମ୍ବ କରାଯାଉଛି, ଯେଉଁଥିରୁ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସ୍ପଷ୍ଟଭାବେ ଜଣାପଡ଼ୁଛି।
କଟିକଟା, ମଙ୍ଗଳପୁର, ଯାଜପୁର,
ମୋ :୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri