୧୧୦୬ ସ୍କୁଲରେ ଝୁଲିବ ତାଲା

ବାରିପଦା ଅଫିସ,୨୨ା୧୦-ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ୨୦ରୁ କମ୍‌ ପିଲା ଥିବା ପ୍ରାଥମିକ ଓ ୨୫ରୁ କମ୍‌ ଛାତ୍ରୀଛାତ୍ର ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା କାର୍ଯ୍ୟକାରୀ ହେଲେ ମୟୂରଭଞ୍ଜ ଜିଲାରେ ଥିବା ୧୧୦୬ ସ୍କୁଲରେ ତାଲା ଝୁଲିବ ବୋଲି ବିଭାଗର ଚିଠି ନଂ. ୫୫୩୮/୧୧ା୩ା୨୦ରୁ ଜଣାପଡ଼ିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇଁ ସ୍କୁଲର ଭିତିଭୂମି ସହିତ ଉତ୍ତମ ପାଠ୍ୟକରଣ ମାଧ୍ୟମରେ ଶିକ୍ଷାଦାନ ଦିଗରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ବନ୍ଦ ହେବାକୁ ଥିବା ସ୍କୁଲର କୋଠାବାଡ଼ି ଓ ଭିତ୍ତିଭୂମିଗୁଡ଼ିକ ପ୍ରାଥମିକସ୍ତରରେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କୁ ହସ୍ତାନ୍ତର ହେବା ପରେ ପର୍ଯ୍ୟାୟ କ୍ରମେ ଏହା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ମିଶି ୪୦୨୫ଟି ସ୍କୁଲ ରହିଛି। ଏଥିରେ ମୋଟ ୩ଲକ୍ଷ ୧୯ହଜାର ୪୬୫ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୧୫ହଜାର ୪୯୬ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ୨୬୯୧ଟି ପ୍ରାଥମିକ ସ୍କୁଲରେ ୧ଲକ୍ଷ ୪ହଜାର ୪୫୧ ଜଣ,୧୦୧୪ଟି ଉଚ୍ଚ ପ୍ରାଥମିକ ସ୍କୁଲରେ ୧ଲକ୍ଷ ୨୮ହଜାର ୨୩୬ ଓ ୩୨୦ଟି ହାଇସ୍କୁଲରେ ୮୬ହଜାର ୭୭୮ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୨୦ରୁ କମ୍‌ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଏବଂ ଏକ କି.ମି ମଧ୍ୟରେ ଥିବା ସ୍କୁଲରେ ୨୫ରୁ କମ୍‌ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୫୪୬୫ରେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲା।
ଏହାକୁ ଆଧାର କରି ଜିଲା ଶିକ୍ଷାଧିକାରୀଙ୍କ ରିପୋର୍ଟକୁ ନେଇ ଜିଲାରେ ୨୦ରୁ କମ୍‌ ଥିବା ୪୮୬ ଓ ୨୫ରୁ କମ୍‌ ଥିବା ୪୪୮ ପ୍ରାଥମିକ ସ୍କୁଲ ଏବଂ ୧୭୨ଟି ଉଚ୍ଚ ପ୍ରାଥମିକ ସ୍କୁଲର ଉପସ୍ଥାନ କମ୍‌ ରହିଛି ବୋଲି ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ତଥ୍ୟ ପ୍ରଦାନ କରାଯାଇଥିଲା ା ସ୍କୁଲ ପରିବେଶର ଉନ୍ନତିକରଣ ସହିତ ଫଳାଫଳକୁ ଉନ୍ନତ କରିବା, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଅନୁପାତକୁ ବୃଦ୍ଧି କରିବା, ଉତ୍ତମ ଭିତ୍ତିଭୂମି ଯୋଗାଇ ଦେବା ସହିତ ପାଠ୍ୟ ଉପରକରଣ ମାଧ୍ୟମରେ ଶିକ୍ଷାଦାନ କରିବା,ଇ-ଶିକ୍ଷା ଏବଂ ସହ-ପାଠ୍ୟକ୍ରମ ସୁବିଧା ବ୍ୟବସ୍ଥା ଇତ୍ୟାଦି ଦିଗପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ତେବେ ଆଦିବାସୀ ଅଧ୍ୟୁଷିତ ଏହି ଜିଲାର ବିଭିନ୍ନ ସ୍ଥାନରେ ମୋବାଇଲର ବ୍ୟବହାର ହୋଇପାରୁ ନ ଥିବା ବେଳେ ଛାତ୍ରୀଛାତ୍ରମାନେ କିପରି ଇ-ଶିକ୍ଷାକୁ ଗ୍ରହଣ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତି ୨୫ଜଣ ପିଲା ସଂଖ୍ୟାରେ ଜଣେ ଲେଖାଏ ଶିକ୍ଷକ ରହିବାର ନିୟମ କରାଯାଇଛି। ପିଲା ସଂଖ୍ୟା ଅନୁପାତରେ ହିସାବକୁ ନେଲେ ଜିଲାରେ ୪୮୪୮ ଶିକ୍ଷକ ଅଧିକ ରହୁଛନ୍ତି। ବେସରକାରୀ ସ୍କୁଲଗୁଡ଼ିକରେ ପିଲା ସଂଖ୍ୟା ବଢ଼ୁଥିବା ବେଳେ ସରକାରୀ ସ୍କୁଲରେ ସଂଖ୍ୟା କମିବାରେ ଲାଗିଛି। ଏପରି ଚାଲିଲେ ବଳକା ରହୁଥିବା ଶିକ୍ଷକମାନଙ୍କ ପାଇଁ ପିଲାର ଆବଶ୍ୟକ ପଡ଼ିପାରେ ବୋଲି ଜଣାପଡୁଛି। ଏଭଳି ବ୍ୟବସ୍ଥା ଦ୍ୱାରା ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଉଛି। ଫଳରେ ସରକାରୀ ତାଲିମପ୍ରାପ୍ତ (ସିଟି) ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରିବା ସହ ବୟସ ବୃଦ୍ଧି କାରଣରୁ ସେମାନେ ଶିକ୍ଷକକତାରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ତାଲିମ, ସ୍କୁଲର ଭିତ୍ତଭୂମି, ଶିକ୍ଷା ବ୍ୟବସ୍ଥା ଓ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଥିଲେ ମଧ୍ୟ ସରକାରୀ ଶିକ୍ଷାକୁ ଅଭିଭାବକମାନେ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସରକାରୀ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା କମିବାରେ ଲାଗିଛି।
ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରା ନ ଗଲେ ଆଗାମୀ ଦିନରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଘରୋଇକରଣ ହୋଇଯିବ ବୋଲି ବାରିପଦା ଅଞ୍ଚଳର ଅଭିଭାବକ ମାନସ କୁମାର ଜେନା, ରାମାନନ୍ଦ ଗୋସ୍ବାମୀ, ପ୍ରସନ୍ନ କୁମାର ମହାପାତ୍ର, ବଡ଼ସାହି ଅଞ୍ଚଳର ରସାନନ୍ଦ ବଳା, ରଞ୍ଜିତ କୁମାର ଜେନା ପ୍ରମୁଖ ତାଙ୍କ ମତାମତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମା ସିଲ୍‌ ଅନୁଧ୍ୟାନ କଲେ ଡିଆଇଜି

ପାତ୍ରପୁର,୨ା୪ (ଡି.ଏନ.ଏ.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଆନ୍ଧ୍ର- ଓଡ଼ିଶା ସୀମା ସିଲ୍‌ କରାଯାଇଛି। ବାହାର ରାଜ୍ୟର କେହି ଯେଭଳି ଲୁଚାଛପାରେ ନ ଆସିପାରିବେ...

ରସାସିଂହରେ ଜ୍ୱର ଆତଙ୍କ:୪ ଡେଙ୍ଗୁ, ୬ ଚିକୁନଗୁନିଆ ରୋଗୀ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୮।୯ ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ରସାସିଂହ ଗ୍ରାମରେ ସଂକ୍ରାମକ ଜ୍ୱର ଆତଙ୍କ ଦେଖାଦେଇଛି। ଶୁକ୍ରବାର ରକ୍ତ ନମୁନା ପରୀକ୍ଷା କରାଯିବା ପରେ...

ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ପାଳିଲା ବିଶ୍ୱ ପଖାଳ ଦିବସ

ବଡ଼ବିଲ,୨୦।୩ (ସ୍ବ.ପ୍ର.): ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି...

୩୧ରୁ ବଢ଼ିବ ଶୀତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଯାଇଛି। ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ...

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ: ବନ୍ଧାହେଲେ ଜଣେ

ସଜନାଗଡ଼,୨୪।୧୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୨୪ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ...

ସମ୍ବଲପୁର ଲୋକ ମହୋତ୍ସବ ଉଦ୍‌ଘାଟିତ

ସମ୍ବଲପୁର,୫।୧(ବ୍ୟୁରୋ): ଆମର୍‌ ସଂସ୍କୃତି ଆରମ୍‌ ଟେକ୍‌ ଅଟେ । ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଲେ, ଜାତିର ସମ୍ମାନ ବୃଦ୍ଧି ହୋଇଥାଏ। ତେଣୁ ପ୍ରତ୍ୟେକସ୍ତରରୁ ଲୋକ ସଂସ୍କୃତିକୁ...

ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ପଡିବ ତାଲା

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ। ପୂର୍ବଭଳି ରାଜ୍ୟରେ...

ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା...

Advertisement
Archives

Model This Week