ଏଇ ଭାରତରେ

ଯାନବାହନ ଚଳାଚଳ, ଶିଳ୍ପ ବିକାଶ ସହ ଆମ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ଅଧିକ ଧୂଆଁ ଓ ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧିପାଉଛି । ଫଳରେ ବାୟୁମଣ୍ଡଳ ଉତ୍ତପ୍ତ ହେବା ସହ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖିବାକୁ ମିିଳିଛି ଦିଲ୍ଲୀ ସମେତ ଉତ୍ତର ଭାରତର ବହୁ ସହରରେ। ବିଶେଷ କରି ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶରେ କୃଷକମାନେ ଖୁଣ୍ଟା ପୋଡ଼ି ପ୍ରଦୂଷଣକୁ ଭୟଙ୍କର ସ୍ତରକୁ ନେଇଯାଉଛନ୍ତି। ଏଭଳି ସ୍ଥିତିରେ ଖୁଣ୍ଟା ପୋଡ଼ି ରୋକିବା ଲାଗି ଦିଲ୍ଲୀର ବିକାଶ ଆବ୍ରାହମଙ୍କ ବ୍ୟକ୍ତିଗତ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ୧୯୯୮ରେ ଅର୍ବାନ ଫାର୍ମର୍ସ କର୍ପୋରେଶନ ଗଠନ କରି ତାଙ୍କ ଟିମ୍‌ ସହାୟତାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକଙ୍କୁ ସାହାଯ୍ୟ କରି ବର୍ଷକୁ ୭୦୦୦ ମେଟ୍ରିକ ଟନ୍‌ ଓଜନର ନଡ଼ା ପୋଡ଼ି ରୋକିପାରିଛନ୍ତି। ଏହି ଫାଉଣ୍ଡେଶନ ଏବେ ୧୭ଟି ରାଜ୍ୟରେ କାମ କରୁଛି। କୃଷକମାନଙ୍କଠାରୁ ଖୁଣ୍ଟା ଅବଶେଷାଂଶ ସଂଗ୍ରହ କରି ତାହାକୁ ଖତ କରାଯାଉଛି। ଏବେ ସୁଦ୍ଧା ଉକ୍ତ କମ୍ପାନୀ ୭,୦୦୦ ମେଟ୍ରିକ୍‌ ଟନ୍‌ ଖତ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇ ଦେଇଛି। ଖୁଣ୍ଟା ପୋଡ଼ି ରୋକିବା ଦ୍ୱାରା ୧,୫୦୦ ମେଟ୍ରିକ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କମିଯାଇଛି ବୋଲି କହନ୍ତି ଆବ୍ରାହମ। ସେ ମଧ୍ୟ ସେହି କୃଷକମାନଙ୍କୁ ଜୈବିକ ଚାଷ ଲାଗି ପ୍ରେରିତ କରିପାରିଛନ୍ତି। ସେମାନେ ଦୈନିକ ୧୦ରୁ ୧୨ ଟନ୍‌ ପରିବା ଦିଲ୍ଲୀ ମାର୍କେଟକୁ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?