ଏଇ ଭାରତରେ

ବ୍ୟବହୃତ ରନ୍ଧାତେଲ ସଂଗ୍ରହ କରି ତାହାକୁ ବାୟୋଫୁଏଲ ବା ଜୈବଇନ୍ଧନ କରୁଛନ୍ତି ଦିଲ୍ଲୀର ଏକ ଦମ୍ପତି। ରାଜସ୍ଥାନ ବୁନ୍ଦି ଜିଲାର ମୂଳ ନିବାସୀ କୀର୍ତ୍ତି ଓ ସୁଶୀଲ ବୈଷ୍ଣବ ଛୋଟ ଜଳଖିଆ ଓ ରେସ୍ତୋରଁାଗୁଡ଼ିକରୁ ବ୍ୟବହୃତ ରନ୍ଧାତେଲ ସଂଗ୍ରହ କରି ସେଥିରୁ ପରିବେଶ ସହନୀୟ ଇନ୍ଧନ ପ୍ରସ୍ତୁତ କରୁଛନ୍ତି; ଯାହା ଜୀବାଶ୍ମ ଇନ୍ଧନ ତୁଳନାରେ ୮୦% କମ୍‌ କାର୍ବନ ନିର୍ଗମନ କରୁଛି। ୨୦୧୯ରେ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ରେସ୍ତୋରଁା କିମ୍ବା ଜଳଖିଆ ଦୋକାନଗୁଡ଼ିକ ରନ୍ଧା ତେଲକୁ ତିନି ଥରରୁ ଅଧିକ ବ୍ୟବହାର କରିପାରିବେ ନାହିଁ ବୋଲି ଘୋଷଣା କରିବା ପରେ ଉକ୍ତ ଦମ୍ପତି ତାହାର ପୁନଃ ଉପଯୋଗ କଥା ଚିନ୍ତା କରିଥିଲେ। ପରେ ସେମାନେ କେଏନ୍‌ପି ଆରିଜ୍‌ ନାମକ ଷ୍ଟାର୍ଟଅପ୍‌ ଗଠନ କରି ବ୍ୟବହୃତ ତେଲ ସଂଗ୍ରହ କରି ତାହାକୁ ବାୟୋଫୁଏଲ କରୁଛନ୍ତି। ଏବେ ସୁଦ୍ଧା ସେମାନେ ୪୦ରୁ ଅଧିକ ସହରରୁ ୩ ମିଲିୟନ ଲିଟର ବ୍ୟବହୃତ ଖାଇବା ତେଲ ସଂଗ୍ରହ କରିସାରିଛନ୍ତି। ଏହା ସହ ସେମାନେ ବିଭିନ୍ନ ବର୍ଜ୍ୟକୁ ୧୦୦ ପ୍ରତିଶତ ରିସାଇକେଲ କରିବାକୁ ଯୋଜନା କରିଛନ୍ତି। ସୁଶୀଲ ଫୁଡ ଟେକ୍ନୋଲୋଜି ସହ ଏମ୍‌ବିଏ କରିଛନ୍ତି। କୀର୍ତ୍ତି ଇଲେକ୍‌ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଏବେ ବାୟୋଡିଜେଲ ପ୍ରସ୍ତୁତ କରିବାକୁ ତାଙ୍କର ପ୍ଲାଣ୍ଟ ସ୍ଥାପନ କରିନାହାନ୍ତି। ଏଥିପାଇଁ ସେମାନେ ଅନ୍ୟ କମ୍ପାନୀ ଉପରେ ନିର୍ଭରଶୀଳ। ଏହି ଜୈବଇନ୍ଧନକୁ ପ୍ରମୁଖ ପବ୍ଲିକ ସେକ୍ଟର ଅଏଲ ମାର୍କେଟିଂ କମ୍ପାନୀକୁ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?