ସାଇକେଲ: ଶସ୍ତା ହୋଇ ମୂଲ୍ୟବାନ୍‌

“ଜୀବନ ଏକ ସାଇକେଲ ଭଳି। ଭାରସାମ୍ୟ ରଖିବାକୁ ହେଲେ ଏହା ଚାଲିବା ଦରକାର।”-ଆଲବର୍ଟ ଆଇନଷ୍ଟାଇନଙ୍କ ଏହି ଉକ୍ତିରେ ଜୀବନ ଓ ସାଇକେଲ ମଧ୍ୟରେ ଥିବା ସମ୍ପର୍କ ଯେମିତି ବର୍ଣ୍ଣିତ, ଏହାର ଅନ୍ୟ ଯାହା କିଛି ମହତ୍ତ୍ୱ ଥାଉ ନା କାହିଁ କି, ଏହାଦ୍ୱାରା ସାଇକେଲ ଅବଶ୍ୟ ମହିମାମଣ୍ଡିତ ହୋଇଛି।
ସାଇକେଲ ନିମ୍ନ ସାମାଜିକ ସ୍ତର ପାଇଁ ଏକ ଶସ୍ତା ଯାନ ବୋଲି ନୂ୍ୟନ ଦୃଷ୍ଟିରେ ଦେଖାଯାଇଥାଏ। କିନ୍ତୁ ସାଇକେଲ ଚାଳନାରୁ ଆମ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ। ଅନ୍ୟ ଯାନ ଅପେକ୍ଷା ଏଥିରେ ଚାଳନା ଦକ୍ଷତା ଓ ଆଘାତ କମ୍‌। ମାଂସପେଶୀର(ବିଶେଷତଃ ଜଙ୍ଘର ବଡ଼ ମାଂସପେଶୀ) ସକ୍ରିୟତା, ମନରେ ପ୍ରଫୁଲ୍ଲତା, ହୃତ୍‌ପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ସୁସ୍ଥତା, ଗଣ୍ଠିଗୁଡ଼ିକର ସଚଳତା, ଅବସାଦ ସ୍ତର ହ୍ରାସ, ଅସ୍ଥିର ଦୃଢ଼ତା, ଚର୍ବିସ୍ତରର ଲାଘବ, ଅଙ୍ଗଭଙ୍ଗୀରେ ସମାନୁପାତିକତା, ମେଦବୃଦ୍ଧି ଓ ଅତ୍ୟଧିକ ଓଜନର ନିୟନ୍ତ୍ରଣ, ଏପରିକି କର୍କଟ, ବହୁମୂତ୍ର, ବାତ ପରି ଗମ୍ଭୀର ରୋଗଗୁଡ଼ିକୁ ରୋକିବାରେ ସହାୟକ ହେବା ପରି ଅନେକ ଉପକାର ଏଥିରୁ ପ୍ରାପ୍ତ ହୁଏ।
ତେଣୁ ପ୍ରସିଦ୍ଧ ଅପରାଧ କାହାଣୀ ସେରଲକ ହୋମ୍‌ସ(୧୮୮୭)ର ଲେଖକ ସାର୍‌ ଆର୍ଥର କାନନ ଡୟଲ(୧୮୫୯-୧୯୩୦)ମତଦେଇଥିଲେ: ”ଯେତେବେଳେ ମନ ଖରାପ ଥାଏ, ଯେତେବେଳେ ଦିନ ଅନ୍ଧକାରମୟ ଦେଖାଯାଏ, ଯେତେବେଳେ କାର୍ଯ୍ୟ ନିରସ ବା ବିରକ୍ତିକର ଲାଗେ, ଯେତେବେଳେ ମଣିଷ ଆଶାଶୂନ୍ୟ ହୋଇଯାଏ, ସେତେବେଳେ ଖଣ୍ଡେ ସାଇକେଲ ଧରି ବାହାରି ପଡ଼। ମନରେ କୌଣସି ପ୍ରକାର ଚିନ୍ତା ନ ରଖି ରାସ୍ତାରେ ସାଇକେଲ ଚଲାଅ। ପ୍ରକାଶ ଥାଉକି, କାନନ ଡୟଲ କେବଳ ଗୋଇନ୍ଦା ଉପନ୍ୟାସ ରଚନାରେ ସିଦ୍ଧହସ୍ତ ନ ଥିଲେ, ସେ ପେସାରେ ଜଣେ ଡାକ୍ତର ଥିଲେ। ତେଣୁ ଶରୀର ଓ ସ୍ବାସ୍ଥ୍ୟ ସମ୍ପର୍କରେ ତାଙ୍କ ମତ ଅନୁଭୂତି ଦ୍ୱାରା ପରୀକ୍ଷିତ ଅବଶ୍ୟ।
ବାସ୍ତବିକ ସାଇକେଲ-ଆରୋହୀ ଯେଉଁ ସୁଖ ଅନୁଭବ କରେ, ତାହା କୌତୁକାବହ। ଏହା ଚଲାଇବା ବେଳେ ପବନ ତାକୁ ଆଗକୁ ଆଗକୁ ପେଲି ଦେଇପାରେ କିମ୍ବା ପଛକୁ ପଛକୁ ଠେଲି ଦେଇପାରେ। ତେବେ ପବନ ତାକୁ ଶାନ୍ତିରେ ଛାଡ଼ି ଦେବ ନାହିଁ। ପୁଣି ଅନ୍ୟ ଯାନ ଅପେକ୍ଷା ଏଥିରେ ସେ ଅଧିକ ପାରିପାର୍ଶ୍ୱିକ ଦୃଶ୍ୟ ତନ୍ନ ତନ୍ନ କରି ପ୍ରାଞ୍ଜଳଭାବେ ଦେଖିପାରେ, ବହୁ ସଂଖ୍ୟକ ଲୋକ, ବିଶେଷତଃ ପଥଚାରୀଙ୍କୁ ସାକ୍ଷାତ୍‌ କରିପାରେ। ଏହି ପୃଷ୍ଠଭୂମିରେ ଏହାର ପ୍ରଚଳନ ପ୍ରସାରିତ ହେବା ସ୍ବାଗତଯୋଗ୍ୟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୨୬ ନଭେମ୍ବର ୨୦୧୮ରେ ୩ଶହ ସାଇକେଲ ଉତ୍ସାହୀ ବ୍ୟକ୍ତିଙ୍କ ସମାବେଶରେ ‘ମୋ ସାଇକେଲ’ ଯୋଜନା ଆରମ୍ଭ କଲେ। ସେହି ସାଇକେଲ ଯାତ୍ରା ଥିଲା ଭୁବନେଶ୍ୱର ବିମାନବନ୍ଦର ଛକଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ। କିନ୍ତୁ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଫସର ଫାଟିଗଲା। ଏହି ଯୋଜନା ଅନ୍ତର୍ଗତ ଶହ ଶହ ଦାମିକା ସାଇକେଲ ରାସ୍ତା କଡ଼ରେ ଅବ୍ୟବହୃତ ହୋଇ ଖତ ଖାଇଲା। ପୁଣି ଏହା ରାସ୍ତାକୁ ଅସୁନ୍ଦର କରିବା ସହ ଅବରୋଧ କଲା। ପରିଶେଷରେ ଏଗୁଡ଼ିକ କବାଡ଼ି ଦୋକାନକୁ ଶସ୍ତାରେ ଯିବା ଅଭିଯୋଗ ଶୁଣିବାକୁ ମିଳିଲା। ସେରିଂ ସିଷ୍ଟମ ଭିତ୍ତିରେ ଉପଲବ୍ଧ ସାଇକେଲଗୁଡ଼ିକର ଏହି ଦୁର୍ଦ୍ଦଶା ଦୁଃଖଦାୟକ। ପ୍ରକାଶ ଥାଉକି ରାଜ୍ୟ ସରକାର କିଛି ଅଫିସରଙ୍କୁ ଏହି ସମ୍ପର୍କରେ ଜ୍ଞାନାର୍ଜନ ପାଇଁ ଆମଷ୍ଟରଡାମ୍‌ ପଠାଇଥିଲେ। ତେବେ ମୁମ୍ବାଇରେ ଏହି ଧରଣର ‘ସାଇକେଲ ଚଲାଓ’ ପାଇଲଟ୍‌ ପ୍ରୋଜେକ୍ଟ ୨୦୧୧ରେ ମୁଲୁନ୍ଦ ଇଷ୍ଟ ରେଲ୍‌ଓ୍ବେ ସିଷ୍ଟମ ଓ ଭାଜ କେଲକାର କଲେଜ ମଧ୍ୟସ୍ଥିତ ଅଢ଼େଇ କିଲୋମିଟର ରାସ୍ତା ପାଇଁ ପ୍ରଚଳିତ ହୋଇଥିଲା। ଯାହା ଯୁବଗୋଷ୍ଠୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଏହାର ସାଫଲ୍ୟ ବେଶ୍‌ ଉତ୍ସାହବର୍ଦ୍ଧକ ଓ ନବଯୁଗର ବାର୍ତ୍ତାବହ।
ବର୍ତ୍ତମାନ ‘ସାଇକ୍ଲୋଲୋଜି’ ନାମକ ଏକ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହା ଏକ ଅଜବ ନାମ। ଏହାର ଅର୍ଥ ଜଣେ ସହଜେ ବୁଝି ପାରିବନି। ଏପରିକି ସେଥିପ୍ରତି ଅନାସ୍ଥା ଭାବ ପ୍ରକଟ କରିପାରେ। ଏହି ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ, ନିକଟରେ ଆଇଆଇଟି ତରଫରୁ ‘ଡଗ୍‌-ହ୍ୟାଣ୍ଡଲର’ ନାମକ ଏକ ଚାକିରି ପାଇଁ ଗୋଟିଏ ବିଜ୍ଞାପନ ବାହାରି ଥିଲା, ଯାହା ସକାଶେ ବିଟେକ୍‌ ଯୋଗ୍ୟତା ଆବଶ୍ୟକ। ଏହି ଚାକିରି ପାଇଁ କାମ ହେଉଛି ସେ କୁକୁରକୁ ବୈଜ୍ଞାନିକ ପଦ୍ଧତିରେ ସାଥିରେ ବୁଲାଇନେବ। ଏମିତି ବିଚିତ୍ର ବିଜ୍ଞାପନର ହେତୁ କେହି ବୁଝି ପାରିଲେ ନାହିଁ, କୁକୁର ସାଥିରେ ଚାଲିବାକୁ ଇଞ୍ଜିନିୟରିଂ ଯୋଗ୍ୟତାର ଯଥାର୍ଥତା କ’ଣ ଥାଇପାରେ? ଏହି ବିଷୟରେ ପ୍ରଶ୍ନ ଉଠିବାରୁ କର୍ତ୍ତୃପକ୍ଷ ସଫେଇ ଦେଲେ ଯେ, ଏହା ଭେଟେରିନାରି ଡାକ୍ତର ଡିଗ୍ରୀ ହେବା କଥା, ଭୁଲ୍‌ରେ ବିଟେକ୍‌ ହୋଇଯାଇଛି। ତଥାପି ଜଣେ ପ୍ରାଣୀଡାକ୍ତର କ’ଣ କୁକୁରକୁ ବୁଲାଇବ?
ସେ ଯାହା ହେଉ, ‘ସାଇକ୍ଲୋଲୋଜି’ କୋର୍ସ ପାଇଁ ଯେତେବେଳେ ବିଜ୍ଞାପନ ପ୍ରକାଶ ପାଇଲା, ଏଥିରେ କେହି କୌତୂହଳୀ ହେଲେ ତ, ଅନ୍ୟ କେହି ଧୂଅଁାବାଣ ବୋଲି ଭାବିଲେ। କିନ୍ତୁ ବାସ୍ତବରେ ଏହା ଥିଲା ଏକ ଉତ୍ତମ ପଦକ୍ଷେପ। ସ୍କୁଲରେ ପଢ଼ାଯିବାକୁ ଏହି କୋର୍ସ ଅନୁସାରେ ଛାତ୍ରୀଛାତ୍ରଙ୍କୁ ସାଇକେଲ ଚାଳନା ଇ-ଲର୍ନିଂ ମାଧ୍ୟମରେ ଶିଖାଇବା। ନେଦରଲାଣ୍ଡ ରାଜଧାନୀ ଆମଷ୍ଟରଡାମସ୍ଥିତ ବିଓ୍ବାଇସିଏସ୍‌ ସଂସ୍ଥା ଦ୍ୱାରା ତିଆରି ସିଲାବସ ଏଥିରେ ଅନୁସୃତ ହେବ। ଗୁଜରାଟର ସୁରଟରେ ଏହା ଆରମ୍ଭ କରାଯିବ ଏବଂ ତୃତୀୟ, ଚତୁର୍ଥ ଶ୍ରେଣୀ ପିଲା ଏହା ଶିଖିବେ। ପଦ୍ମଶ୍ରୀ ପ୍ରାପ୍ତ ପ୍ରସିଦ୍ଧ ସାଇକେଲ ଚଢ଼ାଳି ୟାଜଦି କରଞ୍ଜିଆ, ସାର୍ବଜନୀନ ଏଜୁକେଶନ ସୋସାଇଟି ଓ ସେଠାକାର ନେଚର କ୍ଲବ ଏହାର ପ୍ରଯୋଜକ। ଏଥିରେ ବିଷୟବସ୍ତୁ ରହିବ ସାଇକେଲ-ଚାଳନା, ଟ୍ରାଫିକ୍‌ ନିୟମ, ପରିବେଶ, ସ୍ବାସ୍ଥ୍ୟ ତଥା ଏଥିରୁ ସାମାଜିକ ଓ ଆର୍ଥତ୍କ ଲାଭ। ତା’ସହ ରହିଛି କ୍ରୀଡ଼ାରେ ସାଇକେଲ ଚାଳନା ପ୍ରତିଯୋଗିତା। ସମ୍ପ୍ରତି ବିଶ୍ୱସ୍ତରରେ ସାଇକେଲର ଚାହିଦା ବଢ଼ୁଛି। ୧୯୭୦ ଦଶକ ପରେ ୨୦୦୦ରେ ସର୍ବାଧିକ ସାଇକେଲ ବିକ୍ରୟ ହୋଇଥିଲା। ମାନିଲା(ଫିଲିପାଇନ୍‌ସ), ରୋମ(ଇଟାଲୀ)ରେ ସାଇକେଲ ପାଇଁ ସ୍ବତନ୍ତ୍ର ସମର୍ପିତ ରାସ୍ତା ନିର୍ମାଣ କରାଯାଇଛି। ଇଟାଲୀ ସରକାର ସାଇକେଲ କ୍ରୟ ପାଇଁ ଶତକଡ଼ା ୪୦ ଭାଗ ରିହାତି ଦେଇଛନ୍ତି। ଭାରତର ବେଙ୍ଗାଲୁରୁରେ ସାଇକେଲ ଲେନ୍‌ ବ୍ୟବସ୍ଥା କରାଗଲାଣି। ତେବେ ଗୃହ ମାଲିକ ଓ ଦୋକାନୀମାନେ ପାର୍କିଂ ସ୍ପେସ୍‌ ନ ଛାଡ଼ିବା, ଠେଲାଗାଡ଼ି ରାସ୍ତା ମାଡ଼ି ବସିବା ଆମର ପ୍ରଧାନ ଅନ୍ତରାୟ। ମୋଟର ଚାଳିତ ଯାନ ବାହନ ଗମନାଗମନ ଓ ସବୁଜ ଗୃହ ପ୍ରଭାବରୁ ପରିବେଶ ବିପର୍ଯ୍ୟସ୍ତ ହୋଇଛି। ତେଣୁ ମୋଟର ଯାନର ପ୍ରାଦୁର୍ଭାବକୁ ସାଇକେଲ ଯଥା ସମ୍ଭବ ହ୍ରାସ କରିପାରିଲେ ପର୍ଯ୍ୟାବରଣ ପାଇଁ ଏହା ଏକ ଅପୂର୍ବ ବରଦାନ ହେବ।
ନ୍ୟାଶନାଲ ଜିଓଗ୍ରାଫିକ ମାଗାଜିନ ଓ ଗାଲାପ ସଂସ୍ଥା ୨୦୧୭-୧୮ରେ କରିଥିବା ସର୍ଭେରୁ ଜଣାଯାଏ ଯେ, ଯୁକ୍ତରାଷ୍ଟ୍ରର ସର୍ବାଧିକ ପାଞ୍ଚଟି ସୁଖୀ ସହରରେ ଯାନବାହନ ଓ ସୁଖ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ଅଛି। ଯେଉଁଠାରେ ପଦଚାରୀ ଓ ସାଇକେଲ ଆରୋହୀମାନେ ନିରାପଦରେ ଯାତାୟାତ କରନ୍ତି, ସେଠାରେ ଟ୍ରାଫିକ ଭିଡ଼ କମ୍‌ ରୁହେ ଓ ପରସ୍ପର ମଧ୍ୟରେ ସ୍ନେହ ସୌହାର୍ଦ୍ଦ୍ୟ ବୃଦ୍ଧି ପାଏ। ଆମ ସର୍ବାଙ୍ଗୀନ ଉନ୍ନତି ପାଇଁ କମ୍‌ ଦୂରତା ଲାଗି ମୋଟର ଗାଡ଼ି ବ୍ୟବହାରକାରୀମାନେ ଆଉ “ବାଇସାଇକେଲ! ବାଏ ବାଏ” ବୋଲି ନ କହନ୍ତେ କି?
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?