ଏଇ ଭାରତରେ

ଭବିଷ୍ୟତରେ ଜଳ ସଙ୍କଟ ଦେଖାଦେବ। ଏଥିତ୍ପାଇଁ ଏବେଠାରୁ ଏହାର ବିକଳ୍ପ ଖୋଜିବାରେ ଲାଗିଛନ୍ତି ଅନେକ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ବିକାଶ ବ୍ରହ୍ମବର। ବିକାଶ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଘର, ମଲ୍‌ ଆଦିର ଦୂଷିତ ପାଣିକୁ ପାନୀୟ ଉପଯୋଗୀ କରୁଛନ୍ତି। ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଓ ଇଣ୍ଟରନେଟ ଅଫ୍‌ ଥିଙ୍ଗ୍‌ସ (ଆଇଓଟି) ଭଳି ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ଦୂଷିତ ପାଣିକୁ ପାନୀୟଯୋଗ୍ୟ କରୁଛନ୍ତି। ସେ ପ୍ରଥମେ ଲଣ୍ଡନରେ କାମ କରୁଥିଲେ ଓ ୨୦୦୮ରେ ଭାରତକୁ ଫେରି ପ୍ରଥମେ ଏକ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲେ। ପରେ ୨୦୧୪ରେ ଦୂଷିତ ପାଣିକୁ ପାନୀୟଯୋଗ୍ୟ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ବିକାଶ ବୋନସନ୍‌ ହ୍ବାଇଟ୍‌ଓ୍ବାଟର (ବିଡବ୍ଲ୍ୟୁଡବ୍ଲ୍ୟୁ) ପଦ୍ଧତିିରେ ୧୧ଟି ସ୍ତରରେ ପାଣିକୁ ଫିଲ୍‌ଟର କରି ସେଥିରୁ ବିଭିନ୍ନ ପ୍ରକାର ଜୀବାଣୁ, ରାସାୟନିକ ଏବଂ ପ୍ରଦୂଷଣକାରୀ କଣିକା ଦୂର କରୁଛନ୍ତି। ଏବେ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଶିଳ୍ପ, ଆଇଟି ପାର୍କ, ମଲ୍‌ ଏବଂ ଆପାର୍ଟମେଣ୍ଟଗୁଡ଼ିକରେ ଓ୍ବେଷ୍ଟ ଓ୍ବାଟରକୁ ରିସାଇକେଲ କରୁଛନ୍ତି। ଏହି ପାନୀୟ ଜଳକୁ ନ୍ୟାଶନାଲ ଆକ୍ରିଡେଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବରେଶନ ଲାବୋରେଟୋରି(ଏନ୍‌ଏବିଏଲ୍‌) ପାନୀୟଯୋଗ୍ୟ ବୋଲି କହିଛି। ବିଡବ୍ଲ୍ୟୁଡବ୍ଲ୍ୟୁ ପଦ୍ଧତିିରେ ଦିନକୁ ୩୦,୦୦୦ରୁ ୪୦,୦୦୦ ଲିଟର ଓ ବଡ଼ ମଲ୍‌ଗୁଡ଼ିକରେ ଦିନକୁ ୧,୫୦,୦୦୦ ଲିଟର ପାଣି ରିସାଇକେଲ ହୋଇପାରୁଛି ବୋଲି କହିଛନ୍ତି ବିକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?