Advertisement
Posted inଫୁରସତ

୨୧ ଦିନର ଝିଅ ପେଟରେ ୮ ଭ୍ରୂଣ

ରାଞ୍ଚି: ରାଞ୍ଚିର ଘରୋଇ ଡାକ୍ତରଖାନାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୧ ଦିନର ଗୋଟିଏ ଶିଶୁ ପେଟରୁ ୮ଟି ଭ୍ରୂଣ ମିଳିଛି। ତେବେ ବିଶ୍ୱରେ ଏଭଳି ଘଟଣା ଦେଖାଯିବା ପଥମ ବୋଲି ଡାକ୍ତର କହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଅକ୍ଟୋବର ୧୦ରେ ଏହି କନ୍ୟାଶିଶୁ ଜନ୍ମ ହୋଇଥିଲା। ସିଟିସ୍କାନରୁ ଜଣାପଡ଼ିଥିଲା ଯେ, ଶିଶୁଙ୍କ ପେଟରେ ଟ୍ୟୁମର ରହିଛି। ଚିକିତ୍ସା ପାଇଁ ଶିଶୁଙ୍କୁ ରାଞ୍ଚିର ଆଉ ଏକ ହସ୍ପିଟାଲକୁ ଟ୍ରାନ୍ସଫର କରାଯାଇଥିଲା। ଶିଶୁଟିର ଆବଶ୍ୟକ ପରୀକ୍ଷାନିରୀକ୍ଷା କରାଯିବାପରେ ତା’ ପେଟରେ ୮ଟି ଭ୍ରୂଣ ଥିବା ଜଣାପଡ଼ିଥିଲା। ତେବେ ଏହା ଏକ ରେୟାର୍‌ କଣ୍ଡିଶନ୍‌ ହୋଇଥିବା ଡାକ୍ତର କହିଥିଲେ। ଏକାଧିକ କୋଷିକା ଏକାଠି ହୋଇ ଭ୍ରୂଣ ଆକାରରେ ଯମଜ ଭାବେ ଶିଶୁ ପେଟରେ ରହିଥାନ୍ତି।
ବିଶ୍ୱରେ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁଠାରେ ଏ ପ୍ରକାର ବିରଳ ଦୃଷ୍ଟାନ୍ତ ଦେଖାଯାଇଥିବା ଡାକ୍ତର କହିଛନ୍ତି। ଅବଶ୍ୟକସ୍ଥଳେ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ତାଙ୍କ ପେଟରୁ ୮ଟି ଭ୍ରୂଣ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍‌

ଷ୍ଟକ୍‌ହୋମ୍‌,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି...

ନିଜେ ବେସାହାରା, ହେଲେ କୁକୁର ପାଇଁ ତୋଳିଲେ ବିଳାସପୂର୍ଣ୍ଣ ଘର

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଫଟୋ ଏବଂ ଭିଡିଓ ବେଶ୍‌ ଶିକ୍ଷଣୀୟ ହୋଇଥାଏ। ଏବେ ସେମିତି ଏକ...

ଆପଣ ଜାଣିଛନ୍ତି କି, ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି?

ବିମାନରେ ଯାତ୍ରା କରିବା ସମୟରେ ଆପଣ ପ୍ରାୟତଃ ଭାବୁଥିବେ ଅଧିକାଂଶ ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି? ଯାହାକୁ ନେଇ ମନ ଭିତରେ ଏକ...

ଚିତା ସହ ସେଲ୍‌ଫି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓରେ ଲୋକଙ୍କ ସାହସକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଯେତେବେଳେ ଲୋକମାନେ ବନ୍ୟ...

ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା...

କେବଳ ସ୍ବପ୍ନ ଦେଖିବାରେ ବିତିଥାଏ ମଣିଷ ଜୀବନର କେତେ ବର୍ଷ, ଜାଣନ୍ତି କି…

ନୂଆଦିଲ୍ଲୀ: ଶୋଇଲେ ଆଖିକୁ ଆସେ ସ୍ବପ୍ନ। କେତେ ସ୍ବପ୍ନ ମନେ ରୁହେ କିଛି ସ୍ମୃତିରେ ରୁହେନା। ମଣିଷର ଜୀବନକାଳ ମଧ୍ୟରେ କେବଳ ୬ ବର୍ଷ ସ୍ବପ୍ନ...

ବାଲିଯାତ୍ରା

ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍‌ କରୁଛନ୍ତି। କିଏ ବିଭିନ୍ନ ପ୍ରକାର...

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ବଢ଼ିଯାଏ ୭୪ ସପ୍ତାହ…

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ୭୪ ସପ୍ତାହ ବଢ଼ିଯାଇଥାଏ। ଏନେଇ ପୋଲାଣ୍ଡର ଜେଗିଲୋନିୟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

Advertisement
Archives

Model This Week