ଏଇ ଭାରତରେ

ସେବା ଆଗରେ ଧନସମ୍ପତ୍ତି ତୁଚ୍ଛ, ଯାହା ପ୍ରମାଣ କରିଛନ୍ତି କେରଳ କୋଟ୍ଟାୟାମର କରୁସେରିଲ ଏନ୍‌ ଥନ୍‌କଆମ୍ମା ।
ତାଙ୍କୁ ଏବେ ବୟସ ୮୯। ଥନକ୍‌ଆମ୍ମା ଥାମ୍ପଲାକଡର ଏନଏସ୍‌ଏସ୍‌ ଅପର ପ୍ରାଇମେରୀ ସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଥିଲେ। ଅବସର ନେବା ପରେ ବିଭିନ୍ନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଏବେ ତାଙ୍କ ପୁରୁଣା ପୈତୃକ ଗୃହକୁ ବୟସ୍କ ମହିଳାମାନଙ୍କ ସେବା ଲାଗି ଛାଡ଼ି ଦେଇଛନ୍ତି। ଏହି ସେବା ଗୃହର ନାମ ରଖିଛନ୍ତି ମାନଭୋଦ୍ୟା ପାକଲ୍‌ଭେଦୁ। ୨୦୧୭ରେ ଏହାକୁ ପଞ୍ଜୀକରଣ କରି ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ମୋଟରେ ଏବେ ତାଙ୍କ ପାଖରେ ୩୦ ଜଣ ବୟସ୍କା ମହିଳା ରହୁଛନ୍ତି। ସମସ୍ତଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ। ତାଙ୍କ ଘରେ କିଛି ମହିଳା କର୍ମଚାରୀ ମହମବତୀ, ଧୂପକାଠି, କାଗଜ ବ୍ୟାଗ, ଡିଟରଜେଣ୍ଟ ଆଦି ପ୍ରସ୍ତୁତ କରୁଛନ୍ତି ଓ ଏହି ବୟସ୍କା ମହିଳାମାନେ ସେଗୁଡ଼ିକୁ ପ୍ୟାକିଂ କରୁଛନ୍ତି। ସେମାନଙ୍କୁ ସହଯୋଗ କରିବାରେ ଦୁଇ ଜଣ ଯୁବତୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟରେ ଥନକ୍‌ଆମ୍ମା ପେନ୍‌ସନ ଅର୍ଥ ଖର୍ଚ୍ଚ କରିବା ସହ ତାଙ୍କ ସନ୍ତାନମାନେ ବି ଆର୍ଥିକ ସହଯୋଗ କରୁଛନ୍ତି। ସେ ଏହି ଗୃହରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲି ମାଗଣାରେ ଶିକ୍ଷା ଦେଉଛନ୍ତି ଓ ଏହି କାର୍ଯ୍ୟରେ ଦୁଇଜଣ ଇନ୍‌ଷ୍ଟ୍ରକଟରଙ୍କୁ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri