Posted inଖେଳ

ଯୋଗ୍ୟତା ଅର୍ଜନରେ ଓ୍ବେଷ୍ଟଇଣ୍ଡିଜ ବିଫଳ

ହୋବାର୍ଟ,୨୨ା୧୦(ପି.ଟି.): ଟି୨୦ କ୍ରିକେଟ ବିଶ୍ୱକପ୍‌ର ସବୁଠାରୁ ସଫଳ ଦଳ ଓ୍ବେଷ୍ଟଇଣ୍ଡିଜ ଚଳିତ ସଂସ୍କରଣର ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଅଧିନାୟକ ନିକୋଲସ ପୁରନଙ୍କ ଏକାଧିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଛି। ଫଳରେ ଏହି ଦଳର ଅଭିଯାନ ଯୋଗ୍ୟତା ପର୍ଯ୍ୟାୟରୁ ଶେଷ ହୋଇଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଆୟର୍ଲାଣ୍ଡ ୯ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଟୁର୍ନାମେଣ୍ଟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ୨୦୧୨ ଓ ୨୦୧୬ରେ ଚାମ୍ପିୟନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଏଥର ପ୍ରଭାବହୀନ ପ୍ରଦର୍ଶନ କରି ବିଦାୟ ନେଇଛି। ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍‌ ‘ଏ’ରୁ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ଏବଂ ଗ୍ରୁପ୍‌ ‘ବି’ରୁ ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ ଶୀର୍ଷ ଦୁଇ ଦଳ ଭାବେ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୭ମ ଥର ବିଶ୍ୱକପ୍‌ ଖେଳୁଥିବା ଆୟର୍ଲାଣ୍ଡ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛି। ପୂର୍ବରୁ ୨୦୦୯ରେ ଦଳ ସୁପର-୮ରେ ପ୍ରବେଶ କରିଥିଲା। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ଯାଇଥିବାରୁ ସୁପର-୧୨ ଲାଇନ୍‌ଅପ୍‌ ହୋଇଯାଇଛି। ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରହିଛନ୍ତି। ଗ୍ରୁପ୍‌-୨ରେ ଭାରତ, ବାଂଲାଦେଶ, ନେଦରଲାଣ୍ଡ୍ସ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ବେ ରହିଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୧୪୬ ରନ କରିଥିବାବେଳେ ଆୟର୍ଲାଣ୍ଡ ୧୭.୩ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରି ନେଇଥିଲା। ଅର୍ଥାତ୍‌ ଓ୍ବେଷ୍ଟଇଣ୍ଡିଜ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବହୀନ ରହିଥିଲା। ଆୟର୍ଲାଣ୍ଡ ଲେଗ୍‌ ସ୍ପିନର ଗେରାଥ ଡେଲାନି ୪ ଓଭରରେ ମାତ୍ର ୧୬ ରନ ବିନିମୟରେ ୩ ଉଇକେଟ ନେବାରୁ ଓ୍ବେଷ୍ଟଇଣ୍ଡିଜ ବଡ଼ ସ୍କୋର କରିପାରି ନ ଥିଲା। ତେଣୁ ଡେଲାନିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ସିମି ସିଂ ମଧ୍ୟ ଭଲ ବୋଲିଂ କରି ୨ ଓଭରରେ ମାତ୍ର ୧୧ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ବ୍ୟାଟର ବ୍ରେଣ୍ଡନ କିଙ୍ଗ ୪୮ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୬୨ ରନକରି ଅପରାଜିତ ରହିଥିଲେ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟର୍ଲାଣ୍ଡ ଚମତ୍କାର ଆରମ୍ଭ କରିଥିଲା। ପଲ୍‌ ଷ୍ଟିର୍ଲିଂ ଓ ଅଧିନାୟକ ଆଣ୍ଡି ବଲ୍‌ବିର୍ନି ଓପନିଂ ଯୋଡ଼ିରେ ୪୫ ବଲ୍‌ରୁ ୭୩ ରନ ଯୋଗକରି ଦଳ ପାଇଁ ବିଜୟ ପଥ ପ୍ରସ୍ତୁତ କରିଥିଲେ। ବଲ୍‌ବିର୍ନି ୩୭ ରନକରି ଆଉଟ ହୋଇଥିବାବେଳେ ଷ୍ଟିର୍ଲିଂ ୪୮ ବଲ୍‌ରୁ ୬୬ (୬ ଚୌକା, ୨ ଛକା) ଓ ଲୋର୍କାନ ଟୁକର ୩୫ ବଲ୍‌ରୁ ୪୫ ରନରେ ଅପରାଜିତ ରହି ୧୫ ବଲ୍‌ ବାକିଥାଇ ଆୟର୍ଲାଣ୍ଡକୁ ବିଜୟ ମଣ୍ଡିତ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେବଳ ଆକେଲ ହୋସେନ ଗୋଟିଏ ଉଇକେଟ ପାଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ ଖେଳିଥିବାବେଳେ କେବଳ ଜିମ୍ବାଓ୍ବେକୁ ହରାଇବାରେ ସକ୍ଷମ ହୋଇଥିଲା। ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଥିଲା। ଫଳରେ ୪ ଦଳ ବିଶିଷ୍ଟ ଗ୍ରୁପ୍‌ର ନିମ୍ନରେ ରହିଥିଲା।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୧୪୬/୫ (ବ୍ରେଣ୍ଡନ କିଙ୍ଗ୍‌-୬୨*, ଜନସନ ଚାଲର୍‌ସ-୨୪, ଗେରାଥ ଡେଲାନି-୩/୧୬, ବାରି ମ୍ୟାକକାର୍ଥି-୧/୩୩, ସିମି ସିଂ-୧/୧୧)। ଆୟର୍ଲାଣ୍ଡ ୧୭.୩ ଓଭରରେ ୧୫୦/୧ (ପଲ୍‌ ଷ୍ଟିର୍ଲିଂ-୬୬*, ଲୋର୍କାନ ଟୁକର-୪୫*, ଆଣ୍ଡି ବଲବିର୍ନି-୩୭, ଆକେଲ ହୋସେନ-୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri