Posted inଖେଳ

ଯୋଗ୍ୟତା ଅର୍ଜନରେ ଓ୍ବେଷ୍ଟଇଣ୍ଡିଜ ବିଫଳ

ହୋବାର୍ଟ,୨୨ା୧୦(ପି.ଟି.): ଟି୨୦ କ୍ରିକେଟ ବିଶ୍ୱକପ୍‌ର ସବୁଠାରୁ ସଫଳ ଦଳ ଓ୍ବେଷ୍ଟଇଣ୍ଡିଜ ଚଳିତ ସଂସ୍କରଣର ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଅଧିନାୟକ ନିକୋଲସ ପୁରନଙ୍କ ଏକାଧିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଛି। ଫଳରେ ଏହି ଦଳର ଅଭିଯାନ ଯୋଗ୍ୟତା ପର୍ଯ୍ୟାୟରୁ ଶେଷ ହୋଇଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଆୟର୍ଲାଣ୍ଡ ୯ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଟୁର୍ନାମେଣ୍ଟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ୨୦୧୨ ଓ ୨୦୧୬ରେ ଚାମ୍ପିୟନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଏଥର ପ୍ରଭାବହୀନ ପ୍ରଦର୍ଶନ କରି ବିଦାୟ ନେଇଛି। ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍‌ ‘ଏ’ରୁ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ଏବଂ ଗ୍ରୁପ୍‌ ‘ବି’ରୁ ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ ଶୀର୍ଷ ଦୁଇ ଦଳ ଭାବେ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୭ମ ଥର ବିଶ୍ୱକପ୍‌ ଖେଳୁଥିବା ଆୟର୍ଲାଣ୍ଡ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛି। ପୂର୍ବରୁ ୨୦୦୯ରେ ଦଳ ସୁପର-୮ରେ ପ୍ରବେଶ କରିଥିଲା। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ଯାଇଥିବାରୁ ସୁପର-୧୨ ଲାଇନ୍‌ଅପ୍‌ ହୋଇଯାଇଛି। ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରହିଛନ୍ତି। ଗ୍ରୁପ୍‌-୨ରେ ଭାରତ, ବାଂଲାଦେଶ, ନେଦରଲାଣ୍ଡ୍ସ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ବେ ରହିଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୧୪୬ ରନ କରିଥିବାବେଳେ ଆୟର୍ଲାଣ୍ଡ ୧୭.୩ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରି ନେଇଥିଲା। ଅର୍ଥାତ୍‌ ଓ୍ବେଷ୍ଟଇଣ୍ଡିଜ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବହୀନ ରହିଥିଲା। ଆୟର୍ଲାଣ୍ଡ ଲେଗ୍‌ ସ୍ପିନର ଗେରାଥ ଡେଲାନି ୪ ଓଭରରେ ମାତ୍ର ୧୬ ରନ ବିନିମୟରେ ୩ ଉଇକେଟ ନେବାରୁ ଓ୍ବେଷ୍ଟଇଣ୍ଡିଜ ବଡ଼ ସ୍କୋର କରିପାରି ନ ଥିଲା। ତେଣୁ ଡେଲାନିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ସିମି ସିଂ ମଧ୍ୟ ଭଲ ବୋଲିଂ କରି ୨ ଓଭରରେ ମାତ୍ର ୧୧ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ବ୍ୟାଟର ବ୍ରେଣ୍ଡନ କିଙ୍ଗ ୪୮ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୬୨ ରନକରି ଅପରାଜିତ ରହିଥିଲେ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟର୍ଲାଣ୍ଡ ଚମତ୍କାର ଆରମ୍ଭ କରିଥିଲା। ପଲ୍‌ ଷ୍ଟିର୍ଲିଂ ଓ ଅଧିନାୟକ ଆଣ୍ଡି ବଲ୍‌ବିର୍ନି ଓପନିଂ ଯୋଡ଼ିରେ ୪୫ ବଲ୍‌ରୁ ୭୩ ରନ ଯୋଗକରି ଦଳ ପାଇଁ ବିଜୟ ପଥ ପ୍ରସ୍ତୁତ କରିଥିଲେ। ବଲ୍‌ବିର୍ନି ୩୭ ରନକରି ଆଉଟ ହୋଇଥିବାବେଳେ ଷ୍ଟିର୍ଲିଂ ୪୮ ବଲ୍‌ରୁ ୬୬ (୬ ଚୌକା, ୨ ଛକା) ଓ ଲୋର୍କାନ ଟୁକର ୩୫ ବଲ୍‌ରୁ ୪୫ ରନରେ ଅପରାଜିତ ରହି ୧୫ ବଲ୍‌ ବାକିଥାଇ ଆୟର୍ଲାଣ୍ଡକୁ ବିଜୟ ମଣ୍ଡିତ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେବଳ ଆକେଲ ହୋସେନ ଗୋଟିଏ ଉଇକେଟ ପାଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ ଖେଳିଥିବାବେଳେ କେବଳ ଜିମ୍ବାଓ୍ବେକୁ ହରାଇବାରେ ସକ୍ଷମ ହୋଇଥିଲା। ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଥିଲା। ଫଳରେ ୪ ଦଳ ବିଶିଷ୍ଟ ଗ୍ରୁପ୍‌ର ନିମ୍ନରେ ରହିଥିଲା।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୧୪୬/୫ (ବ୍ରେଣ୍ଡନ କିଙ୍ଗ୍‌-୬୨*, ଜନସନ ଚାଲର୍‌ସ-୨୪, ଗେରାଥ ଡେଲାନି-୩/୧୬, ବାରି ମ୍ୟାକକାର୍ଥି-୧/୩୩, ସିମି ସିଂ-୧/୧୧)। ଆୟର୍ଲାଣ୍ଡ ୧୭.୩ ଓଭରରେ ୧୫୦/୧ (ପଲ୍‌ ଷ୍ଟିର୍ଲିଂ-୬୬*, ଲୋର୍କାନ ଟୁକର-୪୫*, ଆଣ୍ଡି ବଲବିର୍ନି-୩୭, ଆକେଲ ହୋସେନ-୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?