ଅସ୍ପଷ୍ଟ ଉଚ୍ଚାରଣର ପ୍ରଭାବ

ନାରାୟଣ ଚନ୍ଦ୍ର ବିଶ୍ୱାଳ

୧୯୯୮ରୁ ପ୍ରତିବର୍ଷ ଅକ୍ଟୋବର ୨୨ରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ (ଇଣ୍ଟରନ୍ୟାଶନାଲ ଷ୍ଟଟରିଂ ଆୱେର୍‌ନେସ ଡେ)। ବିଶ୍ୱର ମୋଟ ଜନସଂଖ୍ୟାର ଏକ ପ୍ରତିଶତ ଖନା : ସ୍ପଷ୍ଟ କହିପାରନ୍ତି ନାହିଁ। ଅର୍ଥାତ୍‌ କହିଲାବେଳେ ଉଚ୍ଚାରଣ ଠିକ୍‌ ଥିଲେ ବି ଅଟକି ଅଟକି କହନ୍ତି। ସେମାନଙ୍କ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ୟୁରୋପିଆନ ଲିଗ୍‌ ଅଫ୍‌ ଷ୍ଟଟରିଂ ଆସୋସିଏଶନ୍ସ୍‌, ଇଣ୍ଟରନ୍ୟାଶନାଲ ଷ୍ଟଟରିଂ ଆସୋସିଏଶନ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଉଛି। ୨-୫ ବର୍ଷ ମଧ୍ୟରେ ପ୍ରାୟ ୫ ପ୍ରତିଶତ ଶିଶୁ ଖନାନ୍ତି। ଏହାଛଡ଼ା କୁହାଯାଇପାରେ ଯେ ଭାଷା ଶିକ୍ଷାର ଖନା ଦୋଷ ହେଉଛି ଏକ ମାଇଲଖୁଣ୍ଟ। ଛୋଟରୁ ବଡ଼ ଆମେ ସମସ୍ତେ ଯେ କୌଣସି ନୂଆ ଭାଷା ଶିଖିଲେ, ସେହି ଭାଷାରେ ଅନର୍ଗଳ କହିଲାବେଳକୁ ଆରମ୍ଭରେ ପାଟି ଲାଗିବ ଏବଂ ପରେ ସେଥିରେ ସୁଧାର ଆସି ସାଧାରଣ ହୋଇଯିବ। ଉଦାହରଣ ସ୍ବରୂପ ଆମେ ଯଦି ଚାଇନିଜ୍‌ ଶିଖିବା ତାହାହେଲେ ସ୍ପଷ୍ଟ ଭାବରେ ଚାଇନିଜ ଭାଷା କହିଲା ବେଳକୁ ଆରମ୍ଭରେ ପାଟିଲାଗି ପରେ ମାସେ ଦୁଇ ମାସ ଭିତରେ ସୁଧାର ଆସିଯିବ। ତେଣୁ ନୂଆ ଭାଷା ଶିଖୁଥିବା କୋମଳମତି ଶିଶୁ ପକ୍ଷରେ ମଧ୍ୟ ଏହା ପ୍ରଯୁଜ୍ୟ। ସାଧାରଣତଃ ଦେଖାଯାଏ ଶିଶୁଟିଏ ଅଢ଼େଇରୁ ତିନିବର୍ଷ ବେଳକୁ ତା’ର ମାତୃଭାଷାରେ ଅନର୍ଗଳ କହିବା ଆରମ୍ଭ କରେ। ଠିକ୍‌ ସେହି ସମୟକୁ ତା’ର ପାଟି ଲାଗିବା ଆରମ୍ଭ ହୁଏ। ଯାହା ଶତପ୍ରତିଶତ ଶିଶୁଙ୍କ ପକ୍ଷେ ପ୍ରଯୁଜ୍ୟ। ମାତ୍ର ୯୫ଭାଗ ଶିଶୁଙ୍କ କ୍ଷେତ୍ରରେ ଏହା ଏକ ମାସ ଭିତରେ ସ୍ବାଭାବିକ ହୋଇଯାଇଥାଏ। ବାକି ପାଞ୍ଚ ପ୍ରତିଶତ ଶିଶୁ ବିଭିନ୍ନ କାରଣରୁ ଏହି ଅଭ୍ୟାସଟିକୁ ଛାଡ଼ି ପାରନ୍ତି ନାହିଁ। ଏଥିରେ ଠିକ୍‌ ସମୟରେ ସୁଧାର ଅଣା ନ ଗଲେ ତାହା ଆଜୀବନ ରହିଯାଏ। ଏହାଦ୍ୱାରା ପିଲାଟି ତା’ର ଶିକ୍ଷା କ୍ଷେତ୍ରରେ, ବୃତ୍ତିଗତ କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ ବହୁତ ବାଧାବିଘ୍ନର ସମ୍ମୁଖୀନ ହୋଇଥାଏ, ଯାହା ସାଧାରଣ ଲୋକଙ୍କୁ ଜଣା ନ ପଡ଼ିପାରେ।
ସମାଜରେ ଡାକ୍ତର, ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ଊଣା ଅଧିକେ ସବୁବର୍ଗ ଏଥିରେ ପ୍ରଭାବିତ ହୋଇଥାନ୍ତି। କୁହାଯାଏ ଝିଅଙ୍କ ତୁଳନାରେ ପୁଅ ଖନା ହେବାର ଆଶଙ୍କା ଅଧିକ। ଏହାର ରେସିଓ ହେଉଛି ୨:୩। ଉଦାହରଣ ସ୍ବରୂପ ବ୍ରିଟେନର ରାଜା ଷଷ୍ଠ ଜର୍ଜ ଆଜୀବନ ଖନା ଥିଲେ। ବ୍ରିଟେନ୍‌ର ମହାନ୍‌ ରାଜନେତା ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲ, ଇଂଲିଶ ଲେଖକ ଲୁଇସ୍‌ କାରୋଲ, ଗଲ୍‌ଫ ଖେଳାଳି ଟାଇଗର ଉଡ୍‌ସ, ହଲିଉଡ୍‌ କଳାକାର ବ୍ରୁସ୍‌ ୱିଲିସ, ଜୁଲିଆ ରବର୍ଟ, ମେରିଲିନ୍‌ ମନ୍‌ରୋ ପ୍ରମୁଖ ଶୈଶବରେ ଖନା ଥିଲେ। ଆମ ଭାରତରେ ବଲିଉଡ କଳାକାର ହ୍ରିତିକ୍‌ ରୋଶନ ମଧ୍ୟ ଏଥିରେ ଆକ୍ରାନ୍ତ। କୁହାଯାଏ ଏହା ସାଧାରଣତଃ ବୁଦ୍ଧିମାନ ପିଲାଙ୍କର ରୋଗ। ମନୋବିଜ୍ଞାନୀଙ୍କ ମତରେ ସାଧାରଣତଃ ନ୍ୟୁରୋଟିକ୍‌ ପର୍ସନାଲିଟିଯୁକ୍ତ ପିଲାମାନେ ବା ବ୍ୟକ୍ତିମାନେ ଏଥିରେ ସାଧାରଣତଃ ଆକ୍ରାନ୍ତ ହୋଇଥାନ୍ତି। କାରଣ ସେମାନେ ସାଧାରଣତଃ ପ୍ରଫେକ୍ସନିଷ୍ଟ ବା ସବୁ ଜିନିଷକୁ ଠିକ୍‌ ଭାବରେ କରିକି ଦେଖାଇବା ପାଇଁ ଚେଷ୍ଟା କରନ୍ତି। କଥା କହିବାବେଳେ ମଧ୍ୟ ତାହା ପ୍ରୟୋଗ କରନ୍ତି, ଯାହାଦ୍ୱାରା ସେମାନେ ଏକ ଚକ୍ରବୂ୍ୟହରେ ଫସି ଯାଆନ୍ତି। ସାଧାରଣତଃ ଏହି ରୋଗ ଦୁଇ ପ୍ରକାର। ପ୍ରଥମଟି ହେଲା ତିନିରୁ ଛଅ ବର୍ଷ ଭିତରେ, ଯାହାକୁ ଖନା ଦୋଷ ନ କହି ନର୍ମାଲ ନନ୍‌ଫ୍ଲୁଏନ୍ସି କୁହାଯାଏ। ନର୍ମାଲ ନନ୍‌ଫ୍ଲୁଏନ୍ସି ଅଥବା ଡେଭଲପ୍‌ମେଣ୍ଟାଲ ଖନା ଦୋଷ କୁହାଯାଏ। ଛଅ ବର୍ଷ ପରେ ସାତ ବର୍ଷରୁ ଅଧିକ ବୟସର ପିଲାଙ୍କ ସମସ୍ୟାକୁ ଖନା ଦୋଷ କୁହାଯାଏ। ତୀବ୍ରତା ଦୃଷ୍ଟିରୁ ଏହା ଦୁଇ ପ୍ରକାର। ଯଥା ପ୍ରାଇମେରୀ ଓ ସେକେଣ୍ଡାରୀ ଖନା ଦୋଷ। ପ୍ରାଇମେରୀ ସ୍ତରରେ ଖାଲି ପାଟି ଲାଗୁଥିବାବେଳେ ସେକେଣ୍ଡାରୀ ସ୍ତରରେ କହିବାବେଳେ ଆଖି ମିଟିକା ମାରିବା, ନାକ ଟେକିବା, ହାତ ଛାଡ଼ିବା, ମୁହଁ ମୋଡ଼ିବା, ବେକ ଭାଙ୍ଗିବା ଭଳି ଅଙ୍ଗଭଙ୍ଗୀ ଅଜଣାତରେ ପ୍ରକାଶ କରିଥାନ୍ତି। ଏହାଛଡ଼ା ଜ୍ଞାତସାର ଦୃଷ୍ଟିରୁ ଏହା ଦୁଇ ପ୍ରକାର। ପ୍ରଥମଟିରେ ଖନା ଦୋଷ ବାହାରକୁ ପ୍ରକଟ ହୁଏନାହିଁ। ଅର୍ଥାତ୍‌ ପିଲାକୁ ଛାଡ଼ିଦେଲେ ତାହାର ନିକଟ ସମ୍ପର୍କୀୟ ମଧ୍ୟ ଖନାଦୋଷର ସମ୍ୟକ ସୂଚନା ପାଇ ନ ଥାନ୍ତି। ଦ୍ୱିତୀୟଟିରେ ଖନା ଦୋଷ ବାହାରକୁ ପ୍ରକଟ ହୋଇଥାଏ।
ପ୍ରାୟ ୯୫ ଭାଗ ଶିଶୁ କ୍ରମ ବିକାଶଗତ (ଡେଭଲପ୍‌ମେଣ୍ଟାଲ) ଖନା ଦୋଷର ଶିକାର ହୋଇଥାନ୍ତି। ଏହାର କାରଣ ସାଧାରଣତଃ ମାଆ-ବାପା ବୋଲି କୁହାଯାଏ। ବାକ୍‌ଶ୍ରବଣ ବିଶେଷଜ୍ଞଙ୍କ ମତରେ ଶିଶୁର ଖନା ଦୋଷ ତା’ ପାଟିରୁ ସୃଷ୍ଟି ନ ହୋଇ ବାପ-ମାଆଙ୍କ କାନରୁ ସୃଷ୍ଟି ହୋଇଥାଏ। ଏହାର ଅର୍ଥ ଶିଶୁର ସାଧାରଣ ପାଟି ଲାଗିବା ଶୁଣି ଏହା ଏକ ବଡ଼ ବିକାର ବୋଲି ଭାବି ଅଭିଭାବକମାନେ ଶିଶୁଙ୍କୁ ଏତେ ତାଗିଦା କରନ୍ତି ଯେ ଚାଲାକ ଶିଶୁଟି ଏକ ଚକ୍ରବୂ୍ୟହରେ ଫସି ଯାଏ। ବେଳେ ବେଳେ ଅଭିଭାବକମାନେ ଏ ବାବଦରେ ଶିଶୁକୁ ଦଣ୍ଡ ଦେଇଥାନ୍ତି। ଶିଶୁଟି ନିଜକୁ ସୁଧାରିବା ଭିତରେ ଅଧିକରୁ ଅଧିକ ଖନେଇବା ଆରମ୍ଭ କରେ।
୯୫ ପ୍ରତିଶତ ପିଲାଙ୍କୁ ଅଭିଭାବକ ଚାହିଁଲେ ଶିଶୁ ସମୟରୁ ସୁଧାର ଆଣିପାରିବେ। ସେଥିପାଇଁ ପ୍ରଥମେ ତିନି ବର୍ଷର ଶିଶୁକୁ ଏ ସମସ୍ୟା ସମ୍ବନ୍ଧରେ ତାଗିଦା କରିବେ ନାହିଁ। ଶିଶୁକୁ ତର ତର ନ ହୋଇ ଧୀରେ ଧୀରେ କହିବା ପାଇଁ ପ୍ରୋତ୍ସାହିତ କରିବେ। ଛଅ ବର୍ଷ ଭିତରେ ଯଦି ସୁଧାର ନ ଆସେ ତେବେ ବାକ୍‌ଶ୍ରବଣ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ସାଙ୍ଗସାଥୀ ବା ଅନ୍ୟ କାହାର ଖନା ଦୋଷ ଥିଲେ ତାଙ୍କୁ ଅନୁକରଣ କରିବାକୁ ବାରଣ କରିବେ। ପିଲାର ବାତ ଦୋଷ ଥିଲେ ବା ସ୍ନାୟୁଗତ ଦୋଷ ଥିଲେ ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।
ବାକ୍‌ଶ୍ରବଣ ବିଶେଷଜ୍ଞ, ‘ଧ୍ୱନୀ’ ମଙ୍ଗଳାବାଗ, କଟକ, ମୋ :୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri