ଅସ୍ପଷ୍ଟ ଉଚ୍ଚାରଣର ପ୍ରଭାବ

ନାରାୟଣ ଚନ୍ଦ୍ର ବିଶ୍ୱାଳ

୧୯୯୮ରୁ ପ୍ରତିବର୍ଷ ଅକ୍ଟୋବର ୨୨ରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ (ଇଣ୍ଟରନ୍ୟାଶନାଲ ଷ୍ଟଟରିଂ ଆୱେର୍‌ନେସ ଡେ)। ବିଶ୍ୱର ମୋଟ ଜନସଂଖ୍ୟାର ଏକ ପ୍ରତିଶତ ଖନା : ସ୍ପଷ୍ଟ କହିପାରନ୍ତି ନାହିଁ। ଅର୍ଥାତ୍‌ କହିଲାବେଳେ ଉଚ୍ଚାରଣ ଠିକ୍‌ ଥିଲେ ବି ଅଟକି ଅଟକି କହନ୍ତି। ସେମାନଙ୍କ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ୟୁରୋପିଆନ ଲିଗ୍‌ ଅଫ୍‌ ଷ୍ଟଟରିଂ ଆସୋସିଏଶନ୍ସ୍‌, ଇଣ୍ଟରନ୍ୟାଶନାଲ ଷ୍ଟଟରିଂ ଆସୋସିଏଶନ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଉଛି। ୨-୫ ବର୍ଷ ମଧ୍ୟରେ ପ୍ରାୟ ୫ ପ୍ରତିଶତ ଶିଶୁ ଖନାନ୍ତି। ଏହାଛଡ଼ା କୁହାଯାଇପାରେ ଯେ ଭାଷା ଶିକ୍ଷାର ଖନା ଦୋଷ ହେଉଛି ଏକ ମାଇଲଖୁଣ୍ଟ। ଛୋଟରୁ ବଡ଼ ଆମେ ସମସ୍ତେ ଯେ କୌଣସି ନୂଆ ଭାଷା ଶିଖିଲେ, ସେହି ଭାଷାରେ ଅନର୍ଗଳ କହିଲାବେଳକୁ ଆରମ୍ଭରେ ପାଟି ଲାଗିବ ଏବଂ ପରେ ସେଥିରେ ସୁଧାର ଆସି ସାଧାରଣ ହୋଇଯିବ। ଉଦାହରଣ ସ୍ବରୂପ ଆମେ ଯଦି ଚାଇନିଜ୍‌ ଶିଖିବା ତାହାହେଲେ ସ୍ପଷ୍ଟ ଭାବରେ ଚାଇନିଜ ଭାଷା କହିଲା ବେଳକୁ ଆରମ୍ଭରେ ପାଟିଲାଗି ପରେ ମାସେ ଦୁଇ ମାସ ଭିତରେ ସୁଧାର ଆସିଯିବ। ତେଣୁ ନୂଆ ଭାଷା ଶିଖୁଥିବା କୋମଳମତି ଶିଶୁ ପକ୍ଷରେ ମଧ୍ୟ ଏହା ପ୍ରଯୁଜ୍ୟ। ସାଧାରଣତଃ ଦେଖାଯାଏ ଶିଶୁଟିଏ ଅଢ଼େଇରୁ ତିନିବର୍ଷ ବେଳକୁ ତା’ର ମାତୃଭାଷାରେ ଅନର୍ଗଳ କହିବା ଆରମ୍ଭ କରେ। ଠିକ୍‌ ସେହି ସମୟକୁ ତା’ର ପାଟି ଲାଗିବା ଆରମ୍ଭ ହୁଏ। ଯାହା ଶତପ୍ରତିଶତ ଶିଶୁଙ୍କ ପକ୍ଷେ ପ୍ରଯୁଜ୍ୟ। ମାତ୍ର ୯୫ଭାଗ ଶିଶୁଙ୍କ କ୍ଷେତ୍ରରେ ଏହା ଏକ ମାସ ଭିତରେ ସ୍ବାଭାବିକ ହୋଇଯାଇଥାଏ। ବାକି ପାଞ୍ଚ ପ୍ରତିଶତ ଶିଶୁ ବିଭିନ୍ନ କାରଣରୁ ଏହି ଅଭ୍ୟାସଟିକୁ ଛାଡ଼ି ପାରନ୍ତି ନାହିଁ। ଏଥିରେ ଠିକ୍‌ ସମୟରେ ସୁଧାର ଅଣା ନ ଗଲେ ତାହା ଆଜୀବନ ରହିଯାଏ। ଏହାଦ୍ୱାରା ପିଲାଟି ତା’ର ଶିକ୍ଷା କ୍ଷେତ୍ରରେ, ବୃତ୍ତିଗତ କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ ବହୁତ ବାଧାବିଘ୍ନର ସମ୍ମୁଖୀନ ହୋଇଥାଏ, ଯାହା ସାଧାରଣ ଲୋକଙ୍କୁ ଜଣା ନ ପଡ଼ିପାରେ।
ସମାଜରେ ଡାକ୍ତର, ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ଊଣା ଅଧିକେ ସବୁବର୍ଗ ଏଥିରେ ପ୍ରଭାବିତ ହୋଇଥାନ୍ତି। କୁହାଯାଏ ଝିଅଙ୍କ ତୁଳନାରେ ପୁଅ ଖନା ହେବାର ଆଶଙ୍କା ଅଧିକ। ଏହାର ରେସିଓ ହେଉଛି ୨:୩। ଉଦାହରଣ ସ୍ବରୂପ ବ୍ରିଟେନର ରାଜା ଷଷ୍ଠ ଜର୍ଜ ଆଜୀବନ ଖନା ଥିଲେ। ବ୍ରିଟେନ୍‌ର ମହାନ୍‌ ରାଜନେତା ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲ, ଇଂଲିଶ ଲେଖକ ଲୁଇସ୍‌ କାରୋଲ, ଗଲ୍‌ଫ ଖେଳାଳି ଟାଇଗର ଉଡ୍‌ସ, ହଲିଉଡ୍‌ କଳାକାର ବ୍ରୁସ୍‌ ୱିଲିସ, ଜୁଲିଆ ରବର୍ଟ, ମେରିଲିନ୍‌ ମନ୍‌ରୋ ପ୍ରମୁଖ ଶୈଶବରେ ଖନା ଥିଲେ। ଆମ ଭାରତରେ ବଲିଉଡ କଳାକାର ହ୍ରିତିକ୍‌ ରୋଶନ ମଧ୍ୟ ଏଥିରେ ଆକ୍ରାନ୍ତ। କୁହାଯାଏ ଏହା ସାଧାରଣତଃ ବୁଦ୍ଧିମାନ ପିଲାଙ୍କର ରୋଗ। ମନୋବିଜ୍ଞାନୀଙ୍କ ମତରେ ସାଧାରଣତଃ ନ୍ୟୁରୋଟିକ୍‌ ପର୍ସନାଲିଟିଯୁକ୍ତ ପିଲାମାନେ ବା ବ୍ୟକ୍ତିମାନେ ଏଥିରେ ସାଧାରଣତଃ ଆକ୍ରାନ୍ତ ହୋଇଥାନ୍ତି। କାରଣ ସେମାନେ ସାଧାରଣତଃ ପ୍ରଫେକ୍ସନିଷ୍ଟ ବା ସବୁ ଜିନିଷକୁ ଠିକ୍‌ ଭାବରେ କରିକି ଦେଖାଇବା ପାଇଁ ଚେଷ୍ଟା କରନ୍ତି। କଥା କହିବାବେଳେ ମଧ୍ୟ ତାହା ପ୍ରୟୋଗ କରନ୍ତି, ଯାହାଦ୍ୱାରା ସେମାନେ ଏକ ଚକ୍ରବୂ୍ୟହରେ ଫସି ଯାଆନ୍ତି। ସାଧାରଣତଃ ଏହି ରୋଗ ଦୁଇ ପ୍ରକାର। ପ୍ରଥମଟି ହେଲା ତିନିରୁ ଛଅ ବର୍ଷ ଭିତରେ, ଯାହାକୁ ଖନା ଦୋଷ ନ କହି ନର୍ମାଲ ନନ୍‌ଫ୍ଲୁଏନ୍ସି କୁହାଯାଏ। ନର୍ମାଲ ନନ୍‌ଫ୍ଲୁଏନ୍ସି ଅଥବା ଡେଭଲପ୍‌ମେଣ୍ଟାଲ ଖନା ଦୋଷ କୁହାଯାଏ। ଛଅ ବର୍ଷ ପରେ ସାତ ବର୍ଷରୁ ଅଧିକ ବୟସର ପିଲାଙ୍କ ସମସ୍ୟାକୁ ଖନା ଦୋଷ କୁହାଯାଏ। ତୀବ୍ରତା ଦୃଷ୍ଟିରୁ ଏହା ଦୁଇ ପ୍ରକାର। ଯଥା ପ୍ରାଇମେରୀ ଓ ସେକେଣ୍ଡାରୀ ଖନା ଦୋଷ। ପ୍ରାଇମେରୀ ସ୍ତରରେ ଖାଲି ପାଟି ଲାଗୁଥିବାବେଳେ ସେକେଣ୍ଡାରୀ ସ୍ତରରେ କହିବାବେଳେ ଆଖି ମିଟିକା ମାରିବା, ନାକ ଟେକିବା, ହାତ ଛାଡ଼ିବା, ମୁହଁ ମୋଡ଼ିବା, ବେକ ଭାଙ୍ଗିବା ଭଳି ଅଙ୍ଗଭଙ୍ଗୀ ଅଜଣାତରେ ପ୍ରକାଶ କରିଥାନ୍ତି। ଏହାଛଡ଼ା ଜ୍ଞାତସାର ଦୃଷ୍ଟିରୁ ଏହା ଦୁଇ ପ୍ରକାର। ପ୍ରଥମଟିରେ ଖନା ଦୋଷ ବାହାରକୁ ପ୍ରକଟ ହୁଏନାହିଁ। ଅର୍ଥାତ୍‌ ପିଲାକୁ ଛାଡ଼ିଦେଲେ ତାହାର ନିକଟ ସମ୍ପର୍କୀୟ ମଧ୍ୟ ଖନାଦୋଷର ସମ୍ୟକ ସୂଚନା ପାଇ ନ ଥାନ୍ତି। ଦ୍ୱିତୀୟଟିରେ ଖନା ଦୋଷ ବାହାରକୁ ପ୍ରକଟ ହୋଇଥାଏ।
ପ୍ରାୟ ୯୫ ଭାଗ ଶିଶୁ କ୍ରମ ବିକାଶଗତ (ଡେଭଲପ୍‌ମେଣ୍ଟାଲ) ଖନା ଦୋଷର ଶିକାର ହୋଇଥାନ୍ତି। ଏହାର କାରଣ ସାଧାରଣତଃ ମାଆ-ବାପା ବୋଲି କୁହାଯାଏ। ବାକ୍‌ଶ୍ରବଣ ବିଶେଷଜ୍ଞଙ୍କ ମତରେ ଶିଶୁର ଖନା ଦୋଷ ତା’ ପାଟିରୁ ସୃଷ୍ଟି ନ ହୋଇ ବାପ-ମାଆଙ୍କ କାନରୁ ସୃଷ୍ଟି ହୋଇଥାଏ। ଏହାର ଅର୍ଥ ଶିଶୁର ସାଧାରଣ ପାଟି ଲାଗିବା ଶୁଣି ଏହା ଏକ ବଡ଼ ବିକାର ବୋଲି ଭାବି ଅଭିଭାବକମାନେ ଶିଶୁଙ୍କୁ ଏତେ ତାଗିଦା କରନ୍ତି ଯେ ଚାଲାକ ଶିଶୁଟି ଏକ ଚକ୍ରବୂ୍ୟହରେ ଫସି ଯାଏ। ବେଳେ ବେଳେ ଅଭିଭାବକମାନେ ଏ ବାବଦରେ ଶିଶୁକୁ ଦଣ୍ଡ ଦେଇଥାନ୍ତି। ଶିଶୁଟି ନିଜକୁ ସୁଧାରିବା ଭିତରେ ଅଧିକରୁ ଅଧିକ ଖନେଇବା ଆରମ୍ଭ କରେ।
୯୫ ପ୍ରତିଶତ ପିଲାଙ୍କୁ ଅଭିଭାବକ ଚାହିଁଲେ ଶିଶୁ ସମୟରୁ ସୁଧାର ଆଣିପାରିବେ। ସେଥିପାଇଁ ପ୍ରଥମେ ତିନି ବର୍ଷର ଶିଶୁକୁ ଏ ସମସ୍ୟା ସମ୍ବନ୍ଧରେ ତାଗିଦା କରିବେ ନାହିଁ। ଶିଶୁକୁ ତର ତର ନ ହୋଇ ଧୀରେ ଧୀରେ କହିବା ପାଇଁ ପ୍ରୋତ୍ସାହିତ କରିବେ। ଛଅ ବର୍ଷ ଭିତରେ ଯଦି ସୁଧାର ନ ଆସେ ତେବେ ବାକ୍‌ଶ୍ରବଣ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ସାଙ୍ଗସାଥୀ ବା ଅନ୍ୟ କାହାର ଖନା ଦୋଷ ଥିଲେ ତାଙ୍କୁ ଅନୁକରଣ କରିବାକୁ ବାରଣ କରିବେ। ପିଲାର ବାତ ଦୋଷ ଥିଲେ ବା ସ୍ନାୟୁଗତ ଦୋଷ ଥିଲେ ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।
ବାକ୍‌ଶ୍ରବଣ ବିଶେଷଜ୍ଞ, ‘ଧ୍ୱନୀ’ ମଙ୍ଗଳାବାଗ, କଟକ, ମୋ :୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?