ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଉଦାହରଣ ସୃଷ୍ଟି କରୁଛି। ଆଗ୍ରାରେ ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୂର୍ତ୍ତିଗୁଡ଼ିକ ମଥୁରାର କୋସିକଳାର ମୁସଲମାନ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏଥର ଆଗ୍ରା ଦୁର୍ଗ ନିକଟ ରାମଲୀଳା ମୈଦାନରେ ୧୦୦ ଫୁଟର ରାବଣ ମୂର୍ତ୍ତି ତିଆରି ଚାଲିଛି। ୨୫ ଦିନ ଧରି ୫ କାରିଗର ମୂର୍ତ୍ତି ତିଆରିରେ ନିୟୋଜିତ ଅଛନ୍ତି। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ମୂର୍ତ୍ତି ପାଇଁ ୨୦,୦୦୫ ବାଉଁଶ, ଏକ କୁଇଣ୍ଟାଲ କାଗଜ ସହିତ ୫୦ କିଲୋଗ୍ରାମ ସୂତା ଏବଂ ଅନ୍ୟାନ୍ୟ ଜିନିଷ ଲାଗିବ। ଶ୍ରୀ ରାମଲୀଲା କମିଟିର ଉପାଧ୍ୟକ୍ଷ ଆନନ୍ଦ ମଙ୍ଗଲ କହିଛନ୍ତି, ଏଠାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଦଶହରାରେ ପାରସ୍ପରିକ ସହଯୋଗରେ ଉତ୍ସବକୁ ପାଳନ କରିଥାନ୍ତି। ମଥୁରାର କୋସି ନିବାସୀ ଜାଫର ଅଲି କୁହନ୍ତି, ପୂର୍ବରୁ ଆମ ପିତୃପୁରୁଷ ରାବଣ ଓ କୁମ୍ଭକର୍ଣ୍ଣଙ୍କ ମୂର୍ତ୍ତି ତିଆରି କରୁଥିଲେ। ଆମେ ପ୍ରାୟ ୧୩୫ ବର୍ଷ ଧରି ପିଢ଼ି ପରେ ପିଢ଼ି ଏହା କରୁଛୁ। ବର୍ଷା ଲାଗି ରହିଛି, ତେଣୁ ମୂର୍ତ୍ତି ତିଆରି କରିବାରେ ସମସ୍ୟା ହେଉଛି। ଏପଟେ ଦଶହରା ମଧ୍ୟ ପାଖେଇ ଆସୁଛି। ଶୀଘ୍ର ଆମେ ଅଧିକ କାରିଗର ଯୋଗାଡ଼ କରି ଧାର୍ଯ୍ୟ ଦିନ ପୂର୍ବରୁ କାମ ଶେଷ କରିବୁ। ଆମ ପାଇଁ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମ ସମାନ। ଯେପରି ଆମ ପାଇଁ ଆଲ୍ଲା ଅଛନ୍ତିି, ସେହିପରି ଆମ ପାଇଁ ରାମ ମଧ୍ୟ ଅଛନ୍ତି। କାରଣ ଏଠାରେ କାମ କରି ଆମେ ରୋଜଗାର ପାଇଥାଉ, ଯେଉଁ କାରଣରୁ ଆମ ଘରର ଚୁଲି ଜଳେ। ତେଣୁ ଏହା ଆମ ପାଇଁ ଭାଇଚାରା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।
ଅଦ୍ଭୁତ ସ୍ଥିତି
ହ୍ୱାଟ୍ସଆପ୍ରେ ଏସ୍ଆଇଆର୍ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…
ଆପଣଙ୍କ ବୟସ କେତେ
ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍ଲାଇଟ୍ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…
ଆମେ କେମିତି ପୃଥିବୀକୁ ଦେଖୁଛୁ
ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…
ଅଦେଖା ଚାପ
ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…
ଏଇ ଭାରତରେ
ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…
ସମୟ-ସମାଜ-ମଣିଷ
ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…
ବିଭାଜିତ ବିଶ୍ୱ ବ୍ୟବସ୍ଥା
ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…
ଆର୍ଥିକ କ୍ଷମତା ଓ ପ୍ରତିଭା
ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

