ଆଜି ପୃଥିବୀର ନିକଟତର ହେବ ବୃହସ୍ପତି

ଓ୍ବାଶିଂଟନ୍‌, ୨୬ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ପ୍ରାୟ ୬ ଦଶନ୍ଧି ପରେ ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ୧୯୬୩ ପରେ ଏହି ବିଶାଳକାୟ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ରାତିସାରା ପାଖରୁ ଦେଖିପାରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ସମୟରେ ବୃହସ୍ପତି ସୂର୍ଯ୍ୟଙ୍କ ଠିକ୍‌ ବିପରୀତ ଦିଗରେ ରହିବ। ବୃହସ୍ପତି ଏଭଳି ଦିଗ ବଦଳାଇବା ସ୍ଥିତିକୁ ବୈଜ୍ଞାନିକ ଭାଷାରେ ‘ଅପୋଜିଶନ’ କୁହାଯାଏ। ଅପୋଜିଶନ ଯୋଗୁ ବୃହସ୍ପତି ପୃଥିବୀ ପୃଷ୍ଠରୁ ପ୍ରତୀୟମାନ ହେବ।

ସାଧାରଣ ବାଇନାକୁଲାରରେ ମଧ୍ୟ ଏହି ଦୃଶ୍ୟକୁ ଦେଖିହେବ। ବୃହସ୍ପତି ପାଇଁ ଅପୋଜିଶନ ଏକ ସାଧାରଣ ପ୍ରକ୍ରିୟା। ପ୍ରତି ୧୩ ମାସରେ ଏହି ଗ୍ରହ ସୂର୍ଯ୍ୟଙ୍କ ବିପରୀତ ଦିଗକୁ ଆସିଥାଏ। ଅପୋଜିଶନ ସ୍ଥିତିରେ ଥିବାବେଳେ ବୃହସ୍ପତି ଅନ୍ୟ ଦିନଗୁଡ଼ିକ ତୁଳନାରେ ଅଧିକ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯାଏ। ହେଲେ ୧୯୯୩ ମସିହା ପରଠାରୁ ପ୍ରଥମ ଥର ପାଇଁ ବୃହସ୍ପତି ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ପୃଥିବୀରୁ ଏହି ଗ୍ରହର ଦୂରତା ୬୦୦ ନିୟୁତ ମାଇଲ୍‌ ବା ପ୍ରାୟ ୯୬,୫୬,୦୬, ୪୦୦ କିଲୋମିଟର। ତେବେ ସୋମବାର ତାହା ପ୍ରାୟ ୩୬୭ ନିୟୁତ ମାଇଲ ବା ୫୯,୦୬,୨୯,୨୪୮ କିଲୋମିଟର ଦୂରତାକୁ ହ୍ରାସ ପାଇବ। ୧୯୬୩ରେ ମଧ୍ୟ ବୃହସ୍ପତି ପ୍ରାୟ ସମାନ ଦୂରତାରୁ ପ୍ରତୀୟମାନ ହୋଇଥିଲା। ଟେଲିସ୍କୋପ୍‌ରେ କୌଣସି ଉଚ୍ଚ ଏବଂ ଶୁଷ୍କ ସ୍ଥାନରୁ ଅନ୍ଧାରରେ ବୃହସ୍ପତିକୁ ଦେଖିହେବ। ଉଚ୍ଚକୋଟୀର ଟେଲିସ୍କୋପ୍‌ ଜରିଆରେ ବୃହସ୍ପତି ଚାରିପଟେ ବୁଲୁଥିବା ଉପଗ୍ରହ ମଧ୍ୟରୁ ୩ କିମ୍ବା ୪ଟିକୁ ମଧ୍ୟ ଦେଖାଯାଇପାରିବ ବୋଲି ନାସାରେ ଗବେଷକ ଆଦମ କୋବେଲସ୍କି କହିଛନ୍ତି। ବଡ ଟେଲିସ୍କୋପରେ ବୃହସ୍ପତିର ଗ୍ରେଟ୍‌ ରେଡ୍‌ ସ୍ପଟ୍‌ ଏବଂ ବ୍ୟାଣ୍ଡ୍‌କୁ ମଧ୍ୟ ଦେଖିହେବ।

ସୂର୍ଯ୍ୟ ଚାରିପଟେ ସମ୍ପୂର୍ଣ୍ଣ ପରିକ୍ରମା ପାଇଁ ୩୬୫ ଦିନ ସମୟ ନେଇଥାଏ। ବୃହସ୍ପତି ୪୩୩୩ ଦିନରେ ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୂର୍ଣ୍ଣନ କରିଥାଏ। ବୃହସ୍ପତିର ଉପଗ୍ରହ ୟୁରୋପାରେ ବରଫ ସମୁଦ୍ର ରହିଥିବା ନାସା ବୈଜ୍ଞାନିକ ଦାବି କରୁଥିବାବେଳେ ସେଠାରେ ଜୀବନ ଧାରଣ କରିବା ଭଳି ପରିବେଶ ରହିଥିବା ସେମାନେ ଆଶା କରୁଛନ୍ତି। ଏ ଦିଗରେ ଅଧିକ ଗବେଷଣା ପାଇଁ ନାସା ୨୦୨୪ ଅକ୍ଟୋବରରେ ୟୁରୋପା କ୍ଲିପର ସ୍ପେସ୍‌କ୍ରାଫ୍ଟ ପଠାଇବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri