ଆଜି ପୃଥିବୀର ନିକଟତର ହେବ ବୃହସ୍ପତି

ଓ୍ବାଶିଂଟନ୍‌, ୨୬ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ପ୍ରାୟ ୬ ଦଶନ୍ଧି ପରେ ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ୧୯୬୩ ପରେ ଏହି ବିଶାଳକାୟ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ରାତିସାରା ପାଖରୁ ଦେଖିପାରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ସମୟରେ ବୃହସ୍ପତି ସୂର୍ଯ୍ୟଙ୍କ ଠିକ୍‌ ବିପରୀତ ଦିଗରେ ରହିବ। ବୃହସ୍ପତି ଏଭଳି ଦିଗ ବଦଳାଇବା ସ୍ଥିତିକୁ ବୈଜ୍ଞାନିକ ଭାଷାରେ ‘ଅପୋଜିଶନ’ କୁହାଯାଏ। ଅପୋଜିଶନ ଯୋଗୁ ବୃହସ୍ପତି ପୃଥିବୀ ପୃଷ୍ଠରୁ ପ୍ରତୀୟମାନ ହେବ।

ସାଧାରଣ ବାଇନାକୁଲାରରେ ମଧ୍ୟ ଏହି ଦୃଶ୍ୟକୁ ଦେଖିହେବ। ବୃହସ୍ପତି ପାଇଁ ଅପୋଜିଶନ ଏକ ସାଧାରଣ ପ୍ରକ୍ରିୟା। ପ୍ରତି ୧୩ ମାସରେ ଏହି ଗ୍ରହ ସୂର୍ଯ୍ୟଙ୍କ ବିପରୀତ ଦିଗକୁ ଆସିଥାଏ। ଅପୋଜିଶନ ସ୍ଥିତିରେ ଥିବାବେଳେ ବୃହସ୍ପତି ଅନ୍ୟ ଦିନଗୁଡ଼ିକ ତୁଳନାରେ ଅଧିକ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯାଏ। ହେଲେ ୧୯୯୩ ମସିହା ପରଠାରୁ ପ୍ରଥମ ଥର ପାଇଁ ବୃହସ୍ପତି ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ପୃଥିବୀରୁ ଏହି ଗ୍ରହର ଦୂରତା ୬୦୦ ନିୟୁତ ମାଇଲ୍‌ ବା ପ୍ରାୟ ୯୬,୫୬,୦୬, ୪୦୦ କିଲୋମିଟର। ତେବେ ସୋମବାର ତାହା ପ୍ରାୟ ୩୬୭ ନିୟୁତ ମାଇଲ ବା ୫୯,୦୬,୨୯,୨୪୮ କିଲୋମିଟର ଦୂରତାକୁ ହ୍ରାସ ପାଇବ। ୧୯୬୩ରେ ମଧ୍ୟ ବୃହସ୍ପତି ପ୍ରାୟ ସମାନ ଦୂରତାରୁ ପ୍ରତୀୟମାନ ହୋଇଥିଲା। ଟେଲିସ୍କୋପ୍‌ରେ କୌଣସି ଉଚ୍ଚ ଏବଂ ଶୁଷ୍କ ସ୍ଥାନରୁ ଅନ୍ଧାରରେ ବୃହସ୍ପତିକୁ ଦେଖିହେବ। ଉଚ୍ଚକୋଟୀର ଟେଲିସ୍କୋପ୍‌ ଜରିଆରେ ବୃହସ୍ପତି ଚାରିପଟେ ବୁଲୁଥିବା ଉପଗ୍ରହ ମଧ୍ୟରୁ ୩ କିମ୍ବା ୪ଟିକୁ ମଧ୍ୟ ଦେଖାଯାଇପାରିବ ବୋଲି ନାସାରେ ଗବେଷକ ଆଦମ କୋବେଲସ୍କି କହିଛନ୍ତି। ବଡ ଟେଲିସ୍କୋପରେ ବୃହସ୍ପତିର ଗ୍ରେଟ୍‌ ରେଡ୍‌ ସ୍ପଟ୍‌ ଏବଂ ବ୍ୟାଣ୍ଡ୍‌କୁ ମଧ୍ୟ ଦେଖିହେବ।

ସୂର୍ଯ୍ୟ ଚାରିପଟେ ସମ୍ପୂର୍ଣ୍ଣ ପରିକ୍ରମା ପାଇଁ ୩୬୫ ଦିନ ସମୟ ନେଇଥାଏ। ବୃହସ୍ପତି ୪୩୩୩ ଦିନରେ ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୂର୍ଣ୍ଣନ କରିଥାଏ। ବୃହସ୍ପତିର ଉପଗ୍ରହ ୟୁରୋପାରେ ବରଫ ସମୁଦ୍ର ରହିଥିବା ନାସା ବୈଜ୍ଞାନିକ ଦାବି କରୁଥିବାବେଳେ ସେଠାରେ ଜୀବନ ଧାରଣ କରିବା ଭଳି ପରିବେଶ ରହିଥିବା ସେମାନେ ଆଶା କରୁଛନ୍ତି। ଏ ଦିଗରେ ଅଧିକ ଗବେଷଣା ପାଇଁ ନାସା ୨୦୨୪ ଅକ୍ଟୋବରରେ ୟୁରୋପା କ୍ଲିପର ସ୍ପେସ୍‌କ୍ରାଫ୍ଟ ପଠାଇବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri