ଏଇ ଭାରତରେ

ମୁମ୍ବାଇର କଲ୍ୟାଣ ରେଳ ଷ୍ଟେଶନକୁ ଗଲେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ପାଇବେ। ସେଠାରେ ଟ୍ରାନ୍ସଜେଣ୍ଡରମାନେ ଗରିବମାନଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ (ଲଞ୍ଚ) ଦେଉଛନ୍ତି। ଜଳଖିଆ ଲାଗି ୧ ଟଙ୍କା ଓ ଲଞ୍ଚ ପାଇଁ ସେମାନଙ୍କୁ ମାତ୍ର ୧୦ ଟଙ୍କା ଦେବାକୁ ପଡ଼ୁଛି। ଲଞ୍ଚରେ ଭାତ, ଡାଲି, ରୁଟି ଓ ପରିବା ତରକାରି ଦେଉଛନ୍ତି। ଆଜିକା ଯୁଗରେ ବାସ୍ତବରେ ଏତେ ଶସ୍ତାରେ କିନ୍ନରମାନେ ଗରିବଙ୍କୁ ଖାଇବାକୁ ଦେବା ଏକ ମହତ ସେବା। ପାଖାପାଖି ୫,୦୦୦ କିନ୍ନର ‘ଖଓ୍ବିଶ’ ସଂସ୍ଥାରେ ରହି ଏହାକୁ ସଞ୍ଚାଳନ କରୁଛନ୍ତି। ଏହିି ସଂସ୍ଥାକୁ ପୁନମ ଆମ୍ମା ପ୍ରତିଷ୍ଠା କରିଥିଲେ। ଖାଦ୍ୟ ପାଇଁ ସେମାନେ ଅନୁଦାନ ସଂଗ୍ରହ କରୁଛନ୍ତି ସତ କିନ୍ତୁ ତାହା ପର୍ଯ୍ୟାପ୍ତ ନ ହେବାରୁ ନିଜ ହାତରୁ ବ୍ୟୟ କରୁଛନ୍ତି। ପ୍ରତିଦିନ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ସେମାନେ ରୋଷେଇ କରିବାଠାରୁ ଆରମ୍ଭ କରି ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟ କରୁଛନ୍ତି। ପ୍ରଥମ ଦିନ ସେମାନେ ୧୫୦ ଲୋକଙ୍କୁ ଖାଇବାକୁ ଦେଇଥିଲେ । ଏବେ ତାହା ବୃଦ୍ଧି ପାଇ ୫୫୦ରେ ପହଞ୍ଚିଲାଣି। କେବଳ ଏତିକି ନୁହେଁ ଗରିବଙ୍କ ଶିକ୍ଷା ଓ କୌଶଳ ବିକାଶ ପାଇଁ କିନ୍ନରମାନେ କାମ କରୁଛନ୍ତି। ସମୀର ଶେଖ୍‌ ଖଓ୍ବିଶ ସଂସ୍ଥାର ସମ୍ପାଦକ ରହିଛନ୍ତି। ପ୍ରଥମେ ଏହି ସଂସ୍ଥା ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳର ୪,୦୦୦ ପିଲାଙ୍କୁ ୨୦୨୧ରେ ପ୍ରଥମେ ସ୍କୁଲ ଉପକରଣ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri