Posted inଜାତୀୟ

୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ହେବେ କଂଗ୍ରେସର ଅଧ୍ୟକ୍ଷ, ନିର୍ବାଚନ ଅଧିସୂଚନା ଆଜି

ନୂଆଦିଲ୍ଲୀ,୨୨ ।୯: ବଂଶବାଦକୁ ନେଇ ସବୁବେଳେ ଟାର୍ଗେଟରେ ରହୁଥିବା କଂଗ୍ରେସରେ ୨୪ ବର୍ଷ ପରେ ପୁଣିଥରେ ଗାନ୍ଧୀ ପରିବାର ବାହାରୁ କେହି ଅଧ୍ୟକ୍ଷ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଦଳ ସ୍ପଷ୍ଟ କରିଛି କି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବେ ନାହିଁ । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ହେବାୁ ଯାଉଥିବା ମତଦାନ ପ୍ରକ୍ରିୟା ୨୨ ସେପ୍ଟେମ୍ବରରେ ଅଧିସୂଚନା ଜାରି କରାଯାଇ କରାଯିବ । ଏଥିପାଇଁ ନାମାଙ୍କନ ୨୪ରୁ ୩୦ ସେପ୍ଟେମ୍ବର ମଧ୍ୟରେ କରାଯିବ । ଅକ୍ଟୋବର ୭ରେ ନିର୍ବାଚନ ହେବ ଓ ଏହାର ଦୁଇ ଦିନ ପରେ ଫଳାଫଳ ଆସିବ ।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରେସର ସବୁଠୁ ଆଗରେ ଥିବା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ପ୍ରାୟ ୨ ଘଣ୍ଟାର ସାକ୍ଷାତ୍ ପରେ ଗେହଲଟ କହିଛନ୍ତି ଦଳକୁ ମଜଭୁତ କରିବାକୁ ଯେଉଁଠି ତାଙ୍କର ଆବଶ୍ୟକତା ପଡିବ ସେ ପଛକୁ ହଟିବେ ନାହିଁ । ଯଦି ଲୋକଙ୍କୁ ଲାଗୁଛି ମୁଁ ଅଧ୍ୟକ୍ଷ ପଦ ଓ ମୁଖ୍ୟମନ୍ତ୍ରୀ ପଦରେ ରହିବାର ଆବଶ୍ୟକତା ରହିଛି ତେବେ ମୁଁ ମନା କରିବି ନାହିଁ ।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଆରମ୍ଭ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୩ ସେପ୍ଟେମ୍ବରରେ ଭାରତ ଯୋଡୋ ଯାତ୍ରାର ବିଶ୍ରାମ ଦିନ ରାହୁଲ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ଆସିବେ । ଏଥିରେ ତାଙ୍କ କାର୍ଯ୍ୟକ୍ରମରେ ନାମାଙ୍କନ ସାମିଲ ନାହିଁ । ଦଳର ମହାସଚିବ ଜୟରାମ ରମେଶ କହିଛନ୍ତି, ରାହୁଲ ନାମାଙ୍କନ ସମୟରେ ୨୪ରୁ ୩୦ ପଯ୍ୟନ୍ତ ଯାତ୍ରାରେ ରହିବେ । ଏପଟେ ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ସାକ୍ଷାତ୍ ପରେ ଗେହଲଟ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ।
ଏପଟେ ଗେହଲଟ ଏବେବି କହୁଛନ୍ତି କୋଚିରେ ରାହୁଲଙ୍କ ସହ କଥାକାର୍ତ୍ତା ସମୟରେ ସେ ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ହେବା ପାଇଁ ଶେଷ ଚେଷ୍ଟା କରିବେ । ଅନ୍ୟପଟେ ଶଶି ଥରୁର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକାରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ସହ ସାକ୍ଷାତ୍ କରି ନାମାଙ୍କନ ଓ ରାଜ୍ୟର ପ୍ରତିନିଧିଙ୍କଠାରୁ ସମ୍ଭାବିତ ତଥ୍ୟ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri