ଏଇ ଭାରତରେ

ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୫ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା କ୍ଲାସ୍‌’ ବୋଲି ସମସ୍ତେ ଜାଣନ୍ତି। ଆର.କେ ସାର୍‌ ଜଣେ ଗଣିତ ଶିକ୍ଷକ। ସେ ପିଲାମାନଙ୍କୁ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବାରେ ସାହାଯ୍ୟ କରୁଛନ୍ତି। ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଦେୟ ରଖିଛନ୍ତି ମାତ୍ର ୧ଟଙ୍କା । ତାଙ୍କର ଏପରି କାର୍ଯ୍ୟ ପଛରେ ଏକ କାହାଣୀ ରହିଛି। ଆର୍‌.କେ.ସାର୍‌ଙ୍କ ଆଦ୍ୟଜୀବନ ଅଭାବରେ କଟିଥିଲା। ବହୁକଷ୍ଟରେ ସେ ପାଠପଢି ଦ୍ୱାଦଶ ପାସ କରିବା ପରେ ଇଞ୍ଜିନିୟର ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ଆଇଆଇଟି ପାଇଁ ପ୍ରସ୍ତୁତ ହେବା ସମୟରେ ତାଙ୍କୁ ଟିବି ହୋଇଗଲା ଓ ସେ ସଥିରୁ ବଞ୍ଚିତ ହୋଇଥିଲେ। ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ୧ଟଙ୍କା ଦେୟରେ ପଢ଼ାଇବା ସହ ନିଜେ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୮ରେ ସେ କୋଚିଂ କ୍ଲାସ୍‌ ଖୋଲିଥିଲେ। ଏବେ ସୁଦ୍ଧା ତାଙ୍କ ନିକଟରୁ ୫୪୫ ପିଲା କୋଚିଂ ନେଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ସାରିଲେଣି। କେବଳ ଏତିକି ନୁହେଁ, ଆର୍‌.କେ. ସାର୍‌ ମଧ୍ୟ ଦେଶର ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ପଢ଼ାଇ ଯାହା ରୋଜଗାର କରୁଛନ୍ତି ତାହାକୁ ତାଙ୍କ କୋଚିଂ କ୍ଲାସ୍‌ ପରିଚାଳନାରେ ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ, ଆଇଏଏସ୍‌

କ୍ଷମତା ଉପଭୋଗ ବିଷୟ ଉଠିଲେ ସାଧାରଣରେ ରାଜନୈତିକ ବ୍ୟକ୍ତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥାଏ। କିନ୍ତୁ ଭାରତରେ ସର୍ବାଧିକ କ୍ଷମତା ଅମଲାତନ୍ତ୍ରୀମାନେ ଉପଭୋଗ କରୁଥିବା ପ୍ରମାଣିତ।...

ଏଇ ଭାରତରେ

ଅଦରକାରୀ କପଡ଼ାରୁ ବିଭିନ୍ନ ବ୍ୟବହାରଯୋଗ୍ୟ ଜିନିଷ ତିଆରି କରିବା ସହ ୪୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ସଞ୍ଜୁ...

ଏଇ ଭାରତରେ

ପିଲାମାନେ ମାଟ୍ରିକ୍‌ ପାସ୍‌ କଲେ ଖୁସି ହୁଅନ୍ତି। ବୟସ୍କମାନେ ପାସ୍‌ କଲେ ତ ତା’ଠାରୁ ଅଧିକ ଖୁସି ହେବା ସ୍ବାଭାବିକ। ହେଲେ ୨୮ ବର୍ଷ ତଳୁ...

ଗାଁ ସହରର ଜନାଦେଶ

ଅନିଲ କୁମାର ବିଶ୍ୱାଳ ରାଜ୍ୟରେ ଦୁଇ ମାସ ଧରି ଚାଲୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ତୃଣମୂଳ ସ୍ତରର ଅଥଚ ବହୁ ଗୁରୁତ୍ୱ ବହନ କରୁଥିବା ପଞ୍ଚାୟତ...

ବିଶ୍ୱକୁ କ୍ଷୁଧା ସଙ୍କଟ

ମିଳିତ ଜାତିସଂଘ ୧୯୪୮ରେ ଘୋଷଣା କରିଥିଲା, ‘ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟ ଅଧିକାର ଏକ ମାନବିକ ଅଧିକାର। ବ୍ୟକ୍ତି ପାଇଁ ସୁଷମ ଖାଦ୍ୟ ନିଶ୍ଚିତ କରିବା ରାଷ୍ଟ୍ରର...

ଟିକା ଦୌଡ଼

କରୋନା ଭୂତାଣୁ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ମାନବଜାତି ଉତ୍ସୁକତାର ସହ ଚାହିଁବସିଛି। ସାରା ବିଶ୍ୱରେ ଏହି ରୋଗରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ...

ପ୍ରାଣୀ ଓ ପରିବେଶ ଉପଯୋଗୀ ନିବେଶ

ମାନେକା ଗାନ୍ଧୀ ଭାରତର ସବୁଠୁ ସମୃଦ୍ଧ ସମୁଦାୟ (ଜୈନମାନେ) ଏବଂ ଅମ୍ବାନୀ, ବିର୍ଲା, ଜିନ୍ଦଲ, ଓସ୍‌ଓ୍ବାଲ, ମୁଞ୍ଜାଲ, ହିନ୍ଦୁଜା, ଅଦାନୀ ଭଳି ପ୍ରତିଷ୍ଠିତ ବିଜ୍‌ନେସ ପରିବାରଗୁଡ଼ିକ...

ପ୍ରତିବଦ୍ଧତାହୀନ ସଙ୍କଳ୍ପ

ଚିତ୍ର-ଚରିତ୍ର/ନିରଞ୍ଜନ ପାଢ଼ୀ ଅନନ୍ତ କାଳର ଅବଧି ମଧ୍ୟରେ, ପ୍ରକୃତିର ନିରନ୍ତର ପ୍ରବାହ ଭିତରେ ଦିନ, ମାସ ବା ବର୍ଷର ଗଣନା ମୂଲ୍ୟହୀନ ହେଲେ ହେଁ ମଣିଷର...

Advertisement
Archives

Model This Week