ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର

ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା ମଙ୍ଗଳବାର କୋର୍ଟରେ ସରେଣ୍ଡର କରିପାରନ୍ତି । ସେଥିପାଇଁ ସେ ମଙ୍ଗଳବାର ସକାଳୁ ଲକ୍ଷ୍ନୌ ପହଞ୍ଚି ଯାଇଛନ୍ତି । ଡ୍ୟାନ୍ସି କୁଇନଙ୍କ ବିରୋଧରେ ଗିରଫ ପାଇଁ କୋର୍ଟରେ ନନ ବେଳେବଲ ୱାରଣ୍ଟ ଜାରି କରାଯାଇଛି ।

କିଛିଦିନ ତଳେ ଲକ୍ଷ୍ନୌ କୋର୍ଟ ସପନାଙ୍କ ବିରୋଧରେ ନନ ବେଲେବଲ ୱାରଣ୍ଟ ଜାରି କରିଥିଲେ । ଏହାପରେ ତାଙ୍କ ଉପରେ ଗିରଫ ହେବାର ଖଣ୍ଡା ଝୁଲୁଛି । କୁହାଯାଉଛି କି ଲକ୍ଷ୍ନୌ ପୋଲିସ ସପନା ଚୌଧୁରୀଙ୍କୁ ଖୋଜୁଛି । ସପନା ଯଦି ନିଜେ କୋର୍ଟରେ ହାଜର ହେବେ ନାହିଁ ତେବେ ପୋଲିସ ତାଙ୍କୁ ଗିରଫ କରିନେବ ।
ସୂଚନାଯୋଗ୍ୟ, ଡ୍ୟାନ୍ସିଂ କୁଇନଙ୍କ ବିରୋଧରେ ଲକ୍ଷ୍ନୌ ସ୍ଥିତ ଆଶିୟାନା ଥାନାରେ ସପନା ଚୌଧୁରୀ ସମେତ ଅନ୍ୟ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତାଙ୍କ ଉପରେ ଠକେଇ ମାମଲାରେ ଏଫଆଇଆର ଦିଆଯାଇଛି । ଡ୍ୟାନ୍ସ ଶୋ’ ପାଇଁ ପଇସା ନେଇ ନ ପହଞ୍ଚିବା ଅଭିଯୋଗରେ ଏଫଆଇଆର ଦିଆଯାଇଛି । ଆଉ ଏହାପରେ ସେ କୋର୍ଟରେ ହାଜର ହୋଇନାହାନ୍ତି । ଏହି ମାମଲା ୨୦୧୮ ଅକ୍ଟୋବର ୧୩ର । ସେତେବେଳେ ଆଶିୟାନାର ଏକ ଘରୋଇ କ୍ଲବରେ ସପନା ଚୌଧୁରୀଙ୍କ ଶୋ’ର ଆୟୋଜନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?