ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ କରିଛନ୍ତି କେରଳର ଦୁଇ ବନ୍ଧୁ ନନ୍‌ମା ଗିରିଶ ଏବଂ ବେନ୍‌ କେ. ଜର୍ଜ। ୨୦୧୮ରେ କେରଳରେ ପ୍ରଳୟଙ୍କରୀ ବନ୍ୟା ପରେ ଏମାନେ ଏଭଳି ଘର ନିର୍ମାଣ ଲାଗି ଯୋଜନା କରିଥିଲେ। ସେହି ବର୍ଷ ‘ନେଷ୍ଟ ଆବିଡ’୍‌ ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କରି ୨୦୨୧ ସେପ୍ଟେମ୍ବରରେ ଏହାର ପ୍ରଥମ ପ୍ରତିକୃତି ନିର୍ମାଣ କରିଥିଲେ। ଏବେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ଏକ ଭାସମାନ କଂକ୍ରିଟ ଢାଞ୍ଚା ଉପରେ ଏହାକୁ ନିର୍ମାଣ କରାଯାଇଛି। ଏହି ଘରର ନାମ ରଖିଛନ୍ତି ‘ଆମ୍ଫିବି ନେଷ୍ଟ’। ଏଭଳି ଆମ୍ଫିବିୟସ ଘର ଭାରତରେ ପ୍ରଥମେ ନିର୍ମାଣ କରିଥିବା ଏହି ଦୁଇବନ୍ଧୁ ଥିରୁଭାନନ୍ତପୁରର ବାର୍ଟନ ହିଲ୍‌ ଗଭର୍ନମେଣ୍ଟ ଇଞ୍ଜିନିୟରିଂ କଲେଜରୁ ଟ୍ରାନ୍ସଲେଶନାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେମାନେ ଏଭଳି ଘର ଅଧିକ ନିର୍ମାଣ କରିବା ଲାଗି ୧୦ ଜଣଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦେବା ସହ ୩୩ ଜଣଙ୍କୁ କଲ୍‌ କନ୍‌ସଲଣ୍ଟାଟ ଭାବେ ରଖିଛନ୍ତି। ନନ୍‌ମା ଓ ବେନ୍‌ ଏବେ ଦିଲ୍ଲୀ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ ପିଏଚ୍‌.ଡି. କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିରୋସୀମା ଦିବସର ଅନୁଚିନ୍ତା

ଇଂ. ମାୟାଧର ସ୍ବାଇଁ ୧ ୯୪୫ ମସିହା ଅଗଷ୍ଟ ୬ ତାରିଖ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟ। ଯୁକ୍ତରାଷ୍ଟ୍ର ଆମେରିକା ଏହି ଦିନ ପୃଥିବୀର ପ୍ରଥମ...

ରୁଷିଆ, ଇରାନ ଓ ଏକଚ୍ଛତ୍ରବାଦ

ବେଳେବେଳେ ନ୍ୟୁଜ୍‌ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ବହୁବାର ପୁନରାବୃତ୍ତି କରାଯାଏ। ଉକ୍ତ ଘଟଣାର ପ୍ରଚ୍ଛଦରେ କ’ଣ ଥାଇପାରେ ସେ ସମ୍ପର୍କରେ ଏହା ଏକ ରହସ୍ୟମୟ...

ଓଲଟା ସଂରକ୍ଷଣ

ବ୍ରିଟେନଭିତ୍ତିକ ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍‌ଇ) ପକ୍ଷରୁ ନିକଟରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥିରେ ୩୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର କୌଣସି...

ଶ୍ରୀରାମଙ୍କ ଅପେକ୍ଷାରେ

ଦେବଦତ୍ତ ପଟ୍ଟନାୟକ   ଜମ୍ମୁରେ ଅଛି ମା’ ବୈଷ୍ଣୋଦେବୀଙ୍କ ପୀଠ। ମା’ଙ୍କ ନିକଟରେ ଥିବା ତିନୋଟି ଶିଳା ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହାକାଳୀ ଭାବେ ଦେବୀଙ୍କ...

ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ

କରୋନା ଭାଇରସ୍‌ ଭାରତରେ ୧୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୨୭ ଜଣଙ୍କ ଜୀବନ ନେଇଗଲାଣି। ଗତ କିଛି ଦିନ ମଧ୍ୟରେ ଏହା ଯେଭଳି...

ଏଇ ଭାରତରେ

ଜଣେ ଚିତ୍ରକର ନିଜକୁ ମହାକାଶଚାରୀ ବେଶରେ ସଜେଇ ପଥୁରିଆ ସ୍ଥାନରେ ଚାଲି ଚନ୍ଦ୍ରପୃଷ୍ଠରେ ଚାଲିବାର ଭ୍ରମ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ମନରେ। ଏପରି ଏକ ଘଟଣା...

ଦେଖ ସହର କେମିତି ବଦଳୁଛି

ମୀରା ବେଉରା   ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସଫଳତାକୁ ପ୍ରକାରାନ୍ତରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଏବଂ ନିଜ ମୁଣ୍ଡ...

ମିଆଦୋତ୍ତୀର୍ଣ୍ଣ ଇଲେକ୍ଟୋରାଲ ବଣ୍ଡ୍‌କୁ ଅନୁମତି

ନୀତୀନ ସେଠୀ କର୍ନାଟକ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଆଣ୍ଟି-ମନିଲଣ୍ଡରିଂ ନିୟମକୁ ଉଲ୍ଲଂଘନ କରି ୧୦ କୋଟି ଟଙ୍କାର ମିଆଦ ପୂରିଥିବା ଇଲେକ୍ଟୋରାଲ...

Advertisement
Archives

Model This Week