ଏଇ ଭାରତରେ

କମ୍‌ ଜମିରୁ ଅଧିକ ଉତ୍ପାଦନର ଉପାୟ ପାଇଛନ୍ତି ଓ ଅନ୍ୟମାନଙ୍କୁ ସେହି ପଦ୍ଧତିରେ ଚାଷ କରିବା ପାଇଁ ପ୍ରେରିତ କରୁଛନ୍ତି ମଧ୍ୟପ୍ରଦେଶର ଯୁବ ଚାଷୀ ଆକାଶ ଚୌରାଶିଆ। ବୁନ୍ଦେଲଖଣ୍ଡର ଛୋଟ ସହର ସାଗରରେ ଜନ୍ମିତ ଆକାଶ ୩ ଏକର ଜମିରୁ ବର୍ଷକୁ ୩୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ୮୦ ହଜାର କୃଷକଙ୍କୁ ଚାଷ ସମ୍ପର୍କରେ ପ୍ରାକ୍ଟିକାଲ ବା ବ୍ୟବହାରିକ ପ୍ରଶିକ୍ଷଣ ଦେଇସାରିଲେଣି। ସେ ମୁଖ୍ୟତଃ ମଲ୍‌ଟି ଲେୟାର ଫାର୍ମିଂ କରୁଛନ୍ତି ଓ ଏହାକୁ ଅତ୍ୟନ୍ତ ଲାଭଜନକ ବୋଲି ପ୍ରମାଣିତ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କଠାରୁ ୧୨ ଲକ୍ଷ କୃଷକ ମଲ୍‌ଟିଲେୟାର ଫାର୍ମିଂ ସମ୍ପର୍କରେ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ପାଇପାରିଛନ୍ତି। ଏଥିପାଇଁ ଆକାଶଙ୍କୁ ୨୦ଟି ଜାତୀୟ ପୁରସ୍କାର ମିଳିସାରିଛି। ସେ ଜମିରେ ବାଉଁଶ ପୋତି ୬.୫ ଫୁଟ ଉପରେ ମହି ଦେଇ ଲତାଜାତୀୟ ଫସଲ କରିବା ସହ ଜାଲି ତଳ ମାଟିରେ ଅନ୍ୟ ଫସଲ କରୁଛନ୍ତି। ଏହା ବ୍ୟତୀତ ଋତୁ ଅନୁଯାୟୀ ୪ ପ୍ରକାର ଫସଲ କରି ଅଧିକ ଲାଭ ପାଉଛନ୍ତି। ଏହା ଏକ ପରିବେଶ ଉପଯୋଗୀ ପଦ୍ଧତି ଓ ପଲିହାଉସ୍‌ର ବିକଳ୍ପ ବୋଲି କହିଛନ୍ତି ୩୨ ବର୍ଷୀୟ ଆକାଶ। ଜାଲି ତଳେ ମାଟିରେ ପ୍ରତି ତିନିମାସରେ ଫସଲ ପରିବର୍ତ୍ତନ କରୁଛନ୍ତି, ଯାହା ତାଙ୍କ ଆୟର ଏକ ରହସ୍ୟ। ତାଙ୍କ ଚାଷ ପଦ୍ଧତିରେ କମ୍‌ ପାଣି ଲାଗୁଛି ଅର୍ଥାତ୍‌ ୮୦ ପ୍ରତିଶତ ପାଣି ବଞ୍ଚୁଛି। ଖୋଲା ଜମିରେ ଗୋଟିଏ ଫସଲ ପାଇଁ ୧୦୦ ଲିଟର ପାଣି ଲାଗୁଥିବାବେଳେ ମଲ୍‌ଟିଲେୟାର ପଦ୍ଧତିରେ ୩୦ ପ୍ରତିଶତ ପାଣିରେ ୪ଟି ଫସଲ ହୋଇପାରୁଛି। ଏହି ପଦ୍ଧତିକୁ ଆକାଶ ସାରା ଭାରତରେ ପ୍ରସାର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ଓ କୃଷି ବିଭାଗ ମଧ୍ୟ ତାଙ୍କ ପଦ୍ଧତିକୁ ପ୍ରଶଂସା କରିଛି, ଯେଉଁଥିପାଇଁ ସେ ଗୋଟିଏ ପରେ ଗୋଟିଏ ପୁରସ୍କାର ପାଇଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?