ଏଇ ଭାରତରେ

ତାମିଲନାଡୁ ବିରୁଦ୍ଧୁନଗରର ଯୁବକମାନେ ୨ ବର୍ଷରେ ୪୩,୦୦୦ କେ.ଜି. ବର୍ଜ୍ୟ ରିସାଇକିଲିଂ କରି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଏଥିପାଇଁ ଏକ ‘ଗାର୍ବେଜ୍‌ ବ୍ୟାଙ୍କ’ ଖୋଲିିଛନ୍ତି। ଏହା ମାଧ୍ୟମରେ ସେମାନେ ଅଳିଆ ସଂଗ୍ରହ କରିବା ସହ ଲୋକମାନଙ୍କୁ ବର୍ଜ୍ୟ ପୃଥକୀକରଣ, ଅପ୍‌ସାଇକିଲିଂ ଏବଂ ରିସାଇକିଲିଂ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏଭଳି ଧାରଣା ପ୍ରଥମେ ଭି.ଭି. ବାଣିଆପେରୁମଲ କଲେଜ ଫର ଓମେନ୍‌ର ପୂର୍ବତନ ଏଣ୍ଟ୍ରେପ୍ରିନ୍ୟୁର ଡେଭେଲପ୍‌ମେଣ୍ଟ ସେଲ୍‌ର କୋଅର୍ଡିନେଟର ରେବତୀ ରାଜଶେକରନ୍‌ ଆଣିଥିଲେ ଓ ତାଙ୍କ କଲେଜରେ ପ୍ରତ୍ୟେକ କ୍ଲାସ୍‌ରେ ବର୍ଜ୍ୟ ସଂଗ୍ରହ ଲାଗି ଡଷ୍ଟବିନ୍‌ ରଖିଥିଲେ। ସେ ବର୍ଜ୍ୟ ସଂଗ୍ରହ କରିବାରେ ସଫଳ ହେବା ପରେ ‘ଗାର୍ବେଜ୍‌ ବ୍ୟାଙ୍କ’ ଖୋଲିଥିଲେ। ୬ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ସହରର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ବିଭିନ୍ନ ସ୍କୁଲ ଓ କଲେଜରୁ ବର୍ଜ୍ୟ ସଂଗ୍ରହ କରାଯାଉଛି। ଏବେ ମୋଟ୍‌ରେ ୧୫ ଜଣ ସ୍ବେଚ୍ଛାସେବୀ ସବୁ କଲେଜ ଓ ସ୍କୁଲରେ ଏ ସମ୍ପର୍କରେ କ୍ଲାସ୍‌ ନେବା ସହ କର୍ମଶାଳା ମଧ୍ୟ ଆୟୋଜନ କରୁଛନ୍ତି। ଏମାନଙ୍କ ବୟସ ୨୦-୩୫ ବର୍ଷ ମଧ୍ୟରେ। ଏବେ ସୁଦ୍ଧା ବର୍ଜ୍ୟ ପରିଚାଳନା ଲାଗି ଛାତ୍ର, ଶିକ୍ଷକ, ଗୃହକର୍ତ୍ତା ଏବଂ ସାଧାରଣ ଲୋକଙ୍କ ପାଇଁ ୧୩୦ରୁ ଊର୍ଦ୍ଧ୍ୱ ସଚେତନତା ଓ ଶିକ୍ଷା ସେସନ କରାଯାଇଛି। ବିରୁଦ୍ଧୁନଗରର ୫୫୦ ପରିବାର ମଧ୍ୟ ଏହି କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି। ଯୁବକମାନେ ଅଦରକାରୀ କାଗଜକୁ ଅପ୍‌ସାଇକିଲିଂ କରି ଖାତା ପ୍ରସ୍ତୁତ କରୁଛନ୍ତି ଓ ଏଗୁଡ଼ିକୁ ସ୍କୁଲ୍‌ କଲେଜରେ ମାଗଣାରେ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri