ଏଇ ଭାରତରେ

ତାମିଲନାଡୁ ବିରୁଦ୍ଧୁନଗରର ଯୁବକମାନେ ୨ ବର୍ଷରେ ୪୩,୦୦୦ କେ.ଜି. ବର୍ଜ୍ୟ ରିସାଇକିଲିଂ କରି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଏଥିପାଇଁ ଏକ ‘ଗାର୍ବେଜ୍‌ ବ୍ୟାଙ୍କ’ ଖୋଲିିଛନ୍ତି। ଏହା ମାଧ୍ୟମରେ ସେମାନେ ଅଳିଆ ସଂଗ୍ରହ କରିବା ସହ ଲୋକମାନଙ୍କୁ ବର୍ଜ୍ୟ ପୃଥକୀକରଣ, ଅପ୍‌ସାଇକିଲିଂ ଏବଂ ରିସାଇକିଲିଂ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏଭଳି ଧାରଣା ପ୍ରଥମେ ଭି.ଭି. ବାଣିଆପେରୁମଲ କଲେଜ ଫର ଓମେନ୍‌ର ପୂର୍ବତନ ଏଣ୍ଟ୍ରେପ୍ରିନ୍ୟୁର ଡେଭେଲପ୍‌ମେଣ୍ଟ ସେଲ୍‌ର କୋଅର୍ଡିନେଟର ରେବତୀ ରାଜଶେକରନ୍‌ ଆଣିଥିଲେ ଓ ତାଙ୍କ କଲେଜରେ ପ୍ରତ୍ୟେକ କ୍ଲାସ୍‌ରେ ବର୍ଜ୍ୟ ସଂଗ୍ରହ ଲାଗି ଡଷ୍ଟବିନ୍‌ ରଖିଥିଲେ। ସେ ବର୍ଜ୍ୟ ସଂଗ୍ରହ କରିବାରେ ସଫଳ ହେବା ପରେ ‘ଗାର୍ବେଜ୍‌ ବ୍ୟାଙ୍କ’ ଖୋଲିଥିଲେ। ୬ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ସହରର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ବିଭିନ୍ନ ସ୍କୁଲ ଓ କଲେଜରୁ ବର୍ଜ୍ୟ ସଂଗ୍ରହ କରାଯାଉଛି। ଏବେ ମୋଟ୍‌ରେ ୧୫ ଜଣ ସ୍ବେଚ୍ଛାସେବୀ ସବୁ କଲେଜ ଓ ସ୍କୁଲରେ ଏ ସମ୍ପର୍କରେ କ୍ଲାସ୍‌ ନେବା ସହ କର୍ମଶାଳା ମଧ୍ୟ ଆୟୋଜନ କରୁଛନ୍ତି। ଏମାନଙ୍କ ବୟସ ୨୦-୩୫ ବର୍ଷ ମଧ୍ୟରେ। ଏବେ ସୁଦ୍ଧା ବର୍ଜ୍ୟ ପରିଚାଳନା ଲାଗି ଛାତ୍ର, ଶିକ୍ଷକ, ଗୃହକର୍ତ୍ତା ଏବଂ ସାଧାରଣ ଲୋକଙ୍କ ପାଇଁ ୧୩୦ରୁ ଊର୍ଦ୍ଧ୍ୱ ସଚେତନତା ଓ ଶିକ୍ଷା ସେସନ କରାଯାଇଛି। ବିରୁଦ୍ଧୁନଗରର ୫୫୦ ପରିବାର ମଧ୍ୟ ଏହି କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି। ଯୁବକମାନେ ଅଦରକାରୀ କାଗଜକୁ ଅପ୍‌ସାଇକିଲିଂ କରି ଖାତା ପ୍ରସ୍ତୁତ କରୁଛନ୍ତି ଓ ଏଗୁଡ଼ିକୁ ସ୍କୁଲ୍‌ କଲେଜରେ ମାଗଣାରେ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?