ଏଇ ଭାରତରେ

ଜଙ୍ଗଲ ସୃଷ୍ଟି କରିବାରେ ସାରା ଜୀବନ ଉତ୍ସର୍ଗ କରିଆସିଥିବା ତେଲଙ୍ଗାନାର ଦୁସର୍ଲା ସତ୍ୟନାରାୟଣଙ୍କ କାହାଣୀ ପ୍ରେରଣାଦାୟକ। ସତ୍ୟପୁରା ଜିଲା ରାଘବପୁରାରେ ୭୦ ଏକର ଜମିରେ ସେ ଲକ୍ଷାଧିକ ଫଳଗଛ ଲଗାଇ ଆକର୍ଷଣୀୟ ଜଙ୍ଗଲ କରିଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କ ପାଇଁ ୧୩ଟି ପୋଖରୀ ଖୋଳିଛନ୍ତି। ୫୦ ବର୍ଷ ହେଲା ସେ ନିଜସ୍ବ ଉଦ୍ୟମରେ ଏହି ଜଙ୍ଗଲ କରିପାରିଛନ୍ତି। ସତ୍ୟନାରାୟଣଙ୍କ ବୟସ ୬୮। ସେ ପିଲାଦିନରୁ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଜଙ୍ଗଲରେ ବହୁ ଗଛ ୫୦ବର୍ଷର ହୋଇଗଲେଣି। ଏହି ଜାଗାକୁ ସେ କିଣିନାହାନ୍ତି କିମ୍ବା ଲିଜ୍‌ରେ ଆଣିନାହାନ୍ତି। ଏହା ତାଙ୍କ ପୈତୃକ ସମ୍ପତ୍ତି। ତାଙ୍କ ପୂର୍ବପୁରୁଷ ନିଜାମଙ୍କ ପାଖରେ କାମ କରୁଥିବାରୁ ୩୦୦ ଏକରି ଜମି ପାଇଥିଲେ। ପରିବାରରେ ଜମି ଭାଗ ହୋଇଯିବା ପରେ ତାଙ୍କ ଭାଗରେ ରହିଥିବା ୭୦ ଏକର ଜମିକୁ ସେ ସମ୍ପୂର୍ଣ୍ଣ ଜଙ୍ଗଲ କରିଦେଇଛନ୍ତି। ସତ୍ୟନାରାୟଣ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରି ୟୁନିୟନ ବ୍ୟାଙ୍କରେ ଡେଭଲପ୍‌ମେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଜଙ୍ଗଲ ପ୍ରତି ତାଙ୍କ ମୋହ ତୁଟି ନାହିଁ। ସେ ଚାକିରିରୁ ଯାହା ରୋଜଗାର କରିଛନ୍ତି ତାହାକୁ ଏହି ଜଙ୍ଗଲ କରିବା ଏବଂ ତା’ର ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରିଛନ୍ତି। ଜଙ୍ଗଲରେ ପିଜୁଳି, ଆମ୍ବ, ଜାମୁ, ବାଉଁଶ ଓ ଅନ୍ୟ ଫଳଗଛ ସବୁ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଚଢ଼େଇ, ମାଙ୍କଡ଼, ସାପ, ଠେକୁଆ, ଗୁଣ୍ଡୁଚିମୂଷା, ମୟୂର, ହରିଣ ଏବଂ ଅନ୍ୟ ବନ୍ୟଜନ୍ତୁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍‌ ଠିକ୍‌ କହିଲେ

ଡ. ଗଣେଶ ଚନ୍ଦ୍ର କୁଣ୍ଡ ଏକ ଅନୁସନ୍ଧାନଭିତ୍ତିକ ପ୍ରବନ୍ଧ ଲେଖିବା ପାଇଁ, କିଛି ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଦିନେ ମୋତେ ବାରିପଦା ଯାତ୍ରା କରିବାକୁ...

ସାମ୍ବାଦିକରୁ ସାହିତ୍ୟିକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ସାଧନାର ସ୍ବାଦ ସେ ହିଁ ପ୍ରାପ୍ତ କରନ୍ତି ଯେତେେବେଳ ସମାଜ ଦିଏ ତାଙ୍କୁ ଏକ ସ୍ବତନ୍ତ୍ର ସ୍ବୀକୃତି। ସେହି ସ୍ବୀକୃତି ପ୍ରେରଣା...

ଗାଁ ହିଁ ସ୍ବର୍ଗ

ପ୍ରଭଞ୍ଜନ ଦାଶ ମୋ ଗାଁ, ଯେଉଁଠି ପ୍ରଥମେ ଶୁଭିଥିଲା ମୋ ପାଟିର ପ୍ରଥମ ସ୍ବର କୁଆଁ କୁଆଁ। ମୋ ଘରର ସେହି ଅନ୍ତୁଡ଼ିଶାଳ ଓ ଷଠିଘର...

କାହିଁ ସେଦିନର ଲୁହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଓଡ଼ିଶାରେ ଫନୀର ତାଣ୍ଡବ ପରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଖାଇବାକୁ ପାଉନାହାନ୍ତି। ଜୀବିକା ହରାଇଛନ୍ତି। ଅବଶ୍ୟ ସରକାର ଯଥାସାଧ୍ୟ...

ଏଇ ଭାରତରେ

ମାଓବାଦୀଙ୍କ ପ୍ରଭାବରେ ୨୦୦୫ରୁ ଭିଟାମାଟି ଛାଡି ଆସିଥିବା ୧୧ଟି ପରିବାର ଛତିଶଗଡ଼ ଦାନ୍ତଓ୍ବୋଡାର ଜୁଡୁମପାରା ବସ୍ତିରେ ରହି ଏବେ ମାଓବାଦ ବିରୋଧରେ ଲଢେଇ କରୁଛନ୍ତି। ଏହି...

ଗୋଡ଼ାଣିଆ ଇସି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଇତିହାସ ଦେଖିଲେ ହିଂସା ବହୁ ବର୍ଷ ଧରି ସେଠାକାର ରାଜନୀତିର ଏକ ଅଂଶ ହୋଇ ରହିଆସିଛି। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ...

ଗଙ୍ଗା କଟକରେ ନାହିଁ

ଅଭିମନ୍ୟୁ ଧଳ ଓଡ଼ିଆରେ କଥାଟିଏ ଅଛି ‘ଭାଗ୍ୟରେ ନାହିଁ ତ, ଗଙ୍ଗା କଟକରେ ନାହିଁ’। ପୌରାଣିକ ଆଖ୍ୟାନ ଅନୁସାରେ କପିଳ ମୁନିଙ୍କ ଅଭିଶାପରେ ରାଜା ସଗରଙ୍କ...

ଅଗଷ୍ଟ ବିପ୍ଳବ ଓ ଓଡ଼ିଶାର ବଳିଦାନ

ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ମସିହା ଅଗଷ୍ଟ ୮ ତାରିଖ ବମ୍ବେର...

Advertisement
Archives

Model This Week