![](https://www.dharitri.com/wp-content/uploads/2022/05/SATA-2-120.jpg)
ପାରଳାଖେମୁଣ୍ଡି,୧୩।୫(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ମଡେଲ ପୋଲିସ ଥାନା ଅଧୀନ ବିଶ୍ବନାଥ ନଗରରୁ ଚୋରି ହୋଇଛି। ଅଞ୍ଚଳର ପ୍ରଭାତ ମିଶ୍ରଙ୍କ ଘରୁ ୧୬ ଭରି ସୁନା ଅଳଙ୍କାର, ୩୦ ହଜାର ନଗଦ ଟଙ୍କା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତ ଏହାର ସୁଯୋଗ ନେଇ କଟର ସାହାଯ୍ୟରେ ତାଲାକାଟି ପଶି କଳାକନା ବୁଲାଇ ଦେଇଥିଲେ ।