ଏଇ ଭାରତରେ

ଲୁହା ପୋଲ ଚୋରି ହେବା ଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ବିହାରର ରୋହତାସ ଜିଲାରେ। ଚୋରମାନେ ନକଲି ଜଳସେଚନ ଅଧିକାରୀ ବୋଲି ପରିଚୟ ଦେଇ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର ଲୁହା ପୋଲକୁ ତିନି ଦିନ ମଧ୍ୟରେ ଚୋରାଇ ନେଇଛନ୍ତି। ବଡ଼ କଥା ହେଲା, ଚୋରମାନେ କିଛି ଜଳସେଚନ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ପୋଲ କାଟି ଗାଡ଼ିରେ ଭର୍ତ୍ତି କରି ଚୋରି କରି ନେଇଥିଲେ। ଏହି ଲୁହା ପୋଲ ନାସିରଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର ଅମିଆବର୍‌ରେ ୫୦ ବର୍ଷ ତଳେ ଆରା କେନାଲ ଉପରେ ନିର୍ମାଣ କରାଯାଇଥିଲା। ଚୋରମାନେ ପୋଲ କାଟିବା ପାଇଁ ବୁଲ୍‌ଡୋଜର, ଗ୍ୟାସ୍‌ କଟର ମଧ୍ୟ ବ୍ୟବହାର କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଚୋରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଗ୍ରାମବାସୀମାନେ ବହୁ ବର୍ଷ ଧରି ଏହି ପୁରୁଣା ଲୁହା ପୋଲକୁ ହଟାଇବା ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା। ହେଲେ ଚୋରମାନେ ଏହାର ସୁଯୋଗ ନେଇ ଆରାମରେ ନିଜ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ କେଉଁଠି

ଅକ୍ଷୟ କୁମାର ମିଶ୍ର ସମ୍ପ୍ରତି ସମାଜରେ ଘଟିଚାଲିଥିବା ଗୋଟିଏ ପରେ ଗୋଟିଏ ଘଟଣା ମୋତେ ସ୍ତବ୍ଧ କରିଦେଇଛି। ମାନସିକ ଅସନ୍ତୁଳନ ଭିତରେ ସିଦ୍ଧାନ୍ତରେ ଉପନୀତ ହେବା...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ...

ଚାଇନାର ଲାଭ

ବ୍ରହ୍ମ ଚେଲ୍ଲାନି ଆମେରିକା ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଏଣୁ ଏହା ପ୍ରମୁଖ ବିଶ୍ୱଶକ୍ତି ହୋଇ ରହୁ ବୋଲି ବିଶ୍ୱର ସଂଖ୍ୟାଧିତ୍କ ଗଣତାନ୍ତ୍ରିକ ଦେଶ ଚାହଁିବା...

ନେତା ଚୟନର ଶାସ୍ତ୍ରୀୟ ବିଧି

ଡ. ଭାରତ ଭୂଷଣ ରଥ ରାଜତନ୍ତ୍ର ଏବଂ ଗଣତନ୍ତ୍ରକୁ ନେଇ ବିଶ୍ୱର ଶାସନ ବ୍ୟବସ୍ଥା ପ୍ରଚଳିତ। କେତେକ ଦେଶରେ ଏବେ ବି ରାଜତନ୍ତ୍ର ଚାଲିଛି। ତେବେ...

ଜୁଣ୍ଟା ଦେଲା ଫାଶୀ

ମ୍ୟାନ୍‌ମାରର ସାମରିକ ଜୁଣ୍ଟା ସରକାର ୪ଜଣ ଗଣତନ୍ତ୍ର ସପକ୍ଷବାଦୀ ନେତାଙ୍କୁ ଫାଶୀ ଦେଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା କହିଛି...

ଏଇ ଭାରତରେ

ପିଲାମାନେ ମାଟ୍ରିକ୍‌ ପାସ୍‌ କଲେ ଖୁସି ହୁଅନ୍ତି। ବୟସ୍କମାନେ ପାସ୍‌ କଲେ ତ ତା’ଠାରୁ ଅଧିକ ଖୁସି ହେବା ସ୍ବାଭାବିକ। ହେଲେ ୨୮ ବର୍ଷ ତଳୁ...

ଭୟ ଏକ

ଚାଇନାରୁ ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ (ସାର୍ସ) ଅତୀତରେ ସୃଷ୍ଟି ହୋଇଥିବା ବେଳେ ନୋଭେଲ କରୋନା ଭାଇରସ୍‌ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ଉତ୍ପନ୍ନ ହୋଇଛି...

ଏଇ ଭାରତରେ

ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍‌ଡି କୋଟେ ବ୍ଲକ୍‌ ନିବାସୀ ପ୍ରେମା...

Advertisement
Archives

Model This Week