ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ ନିରଜ ବିରୁଙ୍କର। ସେମାନେ ନିଜ ସନ୍ତାନ ସହ ଅନ୍ୟ ମାନସିକ ଅନଗ୍ରସରଙ୍କ ସ୍ଥିତି ଚିନ୍ତା କରି ଗଢ଼ିଛନ୍ତି ଏକ ଆଶ୍ରୟସ୍ଥଳୀ। ସେଠାରେ ସେମାନେ ୫୦୦ରୁ ଊର୍ଦ୍ଧ୍ୱ ଏଭଳି ବ୍ୟକ୍ତିଙ୍କୁ ରଖିଛନ୍ତି। ସେମାନଙ୍କର ଖାଇବା, ଚିକିତ୍ସା ସବୁର ଖର୍ଚ୍ଚ ବହନ କରୁଛନ୍ତି। ୭୦ ଦଶକରେ ଏହି ଦମ୍ପତି ସେମାନଙ୍କ ମାନସିକ ଅନଗ୍ରସର ପୁତ୍ର ସନ୍ତାନର ଚିକିତ୍ସା ତଥା ଲାଳନପାଳନରେ ବହୁ ସମସ୍ୟାର ସମ୍ମୁଖୀନ ହେବା ପରେ ଏପରି ଏକ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୁଣେରେ ନିରଜଙ୍କର ଏକ ସ୍ପେୟାର ପାଟର୍ସ ଦୋକାନ ଥିଲା। ପ୍ରଥମେ ସେମାନେ ସେଠାରେ ତାଙ୍କ ପୁଅ ଓ ଅନ୍ୟ କେତେଜଣ ପିଲାଙ୍କୁ ନେଇ ରଖିଥିଲେ। ପରେ ‘ବେରୁ ମତିମନ୍ଦ ପ୍ରତିଷ୍ଠାନ’ ଗଠନ କରି ସେବାକୁ ସମ୍ପ୍ରସାରିତ କରିଥିଲେ। ତାହାକୁ ସେମାନେ ପୁଣେରୁ ମୁମ୍ବାଇ ନେଇଥିଲେ ଓ ସରକାର ତାଙ୍କୁ ଉକ୍ତ ପ୍ରତିଷ୍ଠାନ ପାଇଁ ୨.୫ ଏକର ଜମି ଲିଜ୍ରେ ପ୍ରଦାନ କରିଥିଲେ। ଧୀରେ ଧୀରେ ସେମାନଙ୍କ ଆଶ୍ରୟସ୍ଥଳୀରେ ମାନସିକ ବିକାରଗ୍ରସ୍ତ ପିଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଓ ଏବେ ସେଠାରେ ବିଭିନ୍ନ ବୟସ ବର୍ଗର ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ହୋଇଥିବା ବେଳେ କିଛି ଆରପାରିକୁ ଚାଲିଗଲେଣି। ଏହା ମଧ୍ୟରେ ପ୍ରତିଷ୍ଠାତା ନିରଜଙ୍କର ମଧ୍ୟ ଦେହାନ୍ତ ଘଟିଲାଣି। ତେବେ ସୁଲୋଚନା ଏବେ ଏହାର ମଙ୍ଗ ଧରିଛନ୍ତି। ସେଠାରେ ୨୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରି ସେବା ଚଳାଉଛନ୍ତି। ଆର୍ଥିକ ଅନୁଦାନ ତଥା ସକ୍ଷମ ଅଭିଭାବକମାନଙ୍କ ଦେୟ ମାଧ୍ୟମରେ ଖର୍ଚ୍ଚ ଭରଣା କରୁଛନ୍ତି ସୁଲୋଚନା।
ସନ୍ତାନ ବତ୍ସଳତା
ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…
ସଭ୍ୟତାର ନୀରବ ନିର୍ମାତା
କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…
ଆଇନର ସଂଶୋଧନ ଓ ଆଧୁନିକୀକରଣ
ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…
ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ
ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହିଆସୁଛନ୍ତି।…
ଏଇ ଭାରତରେ
ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍ ସରକାରୀସ୍ତରରେ…
ଚାଲ ଭୋଟର ତିଆରି କରିବା
ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…
କଳାଧନ ଓ କାଳମନ
କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…
ଇଏ କି ଭକ୍ତ-୨
ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍ର ତାଜା…

