ପ୍ରାର୍ଥୀଙ୍କ ଭରସା ଦଳୀୟ ଚିହ୍ନ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୨୦ନଂ. ଜିଲା ପରିଷଦ ଜୋନଟି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏଥିଲାଗି ୩ ପ୍ରମୁଖ ଦଳରୁ ୩ଜଣ ମହିଳା ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମାତ୍ର ସମସ୍ତେ ନିର୍ବାଚନରେ ନୂଆ ମୁହଁ। ତେଣୁ ଦଳୀୟ ଚିହ୍ନ ହଁି ସେମାନଙ୍କ ଭରସା ପାଲଟିବ ବୋଲି କୁହାଯାଉଛି। ଶାସକ ବିଜେଡିରୁ ଜୟଶ୍ରୀ ସାମଲ ପ୍ରାର୍ଥୀ ହୋଇଥିଲାବେଳେ ଭାଜପାରୁ ସୁପ୍ରଭାସିନୀ ମଳିକ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସରୁ ସୁଜାତା ଦାସ ଏହି ଜୋନର ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଉକ୍ତ ଜୋନଟି ୯ ପଞ୍ଚାୟତକୁ ନେଇ ଗଠିତ। ସେଗୁଡ଼ିକ ହେଲା ବାଲିପଡ଼ିଆ, ବରଦା, ବିକ୍ରମତିରଣ, ପଲେଇ, ଗୋପାଳପୁର, ରଇପୁର, ସାଉଡ଼ିଆ, କୋଲଣଗିରି ଓ ଭରତପୁର। ଅନ୍ୟପକ୍ଷରେ ୧୩୯ ୱାର୍ଡକୁ ନେଇ ଗଠିତ ଏହି ଜୋନ୍‌ରେ ୪୦,୦୫୮ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୦,୫୦୨ ହୋଇଥିଲା ବେଳେ ମହିଳା ଭୋଟର ୧୯,୫୫୫ ରହିଛନ୍ତି। ଜଣେ ଟ୍ରାନ୍ସଜେଣ୍ଡର ଭୋଟର ଅଛନ୍ତି। ୩ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତା ୧୮ ତାରିଖରେ ନିର୍ଦ୍ଧାରଣ କରିବେ ଭୋଟର। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଶାସକ ବିଜେଡି ପାଇଁ ପ୍ରଚାର ମଙ୍ଗ ଧରିଥିଲାବେଳେ କଂଗ୍ରେସ ପ୍ରଚାର ମଙ୍ଗ ଧରିଛନ୍ତି ଯୁବନେତା ରାଜନାରାୟଣ ମହାପାତ୍ର ଓ ଭାଜପାର ପ୍ରଚାର ମଙ୍ଗ ଧରିଛନ୍ତି ରାଜ୍ୟ ସମ୍ପାଦକ ଅମର ନାୟକ। ଜୟଶ୍ରୀ ବିଜେଡି ସରକାରଙ୍କ ଯୋଜନା ଓ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ନେଇ ଭୋଟରଙ୍କ ନିକଟକୁ ଯାଉଥିଲା ବେଳେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ସୁପ୍ରଭାସିନୀ ଅସ୍ତ୍ର କରିଛନ୍ତି। ଉଭୟ ଦଳର କେନ୍ଦ୍ର ଓ ରାଜ୍ୟ ବିରୋଧରେ ହୋଇଥିବା ବିଫଳତାକୁ ନେଇ ସୁଜାତା ପ୍ରଚାର କରୁଛନ୍ତି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନରୁ ବିଜେଡିର ବିପିନ ବିହାରୀ ଜେନା ୧୨,୮୨୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଜୟ କୁମାର ସାମଲଙ୍କଠାରୁ ୪,୮୪୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଠାରୁ ଭାଜପା ପ୍ରାର୍ଥୀ ପ୍ରଦୀପ୍ତ ସାମଲ ୪,୦୩୯ଖଣ୍ଡ ଭୋଟ ପାଇଥିଲା ବେଳେ ସ୍ବାଧୀନ ପ୍ରାର୍ଥୀ ଅସିତ୍‌ ସାମଲ ୧,୧୧୯ ଖଣ୍ଡ ଭୋଟ ପାଇଥିଲେ। କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା କରୁଣାକର ମହାରଣା ୯୨୩, ସ୍ବାଧୀନ ପ୍ରାର୍ଥୀ ଡମ୍ବରୁଧର ସାହୁ ୫୨୪, ସ୍ବାଧୀନ ପ୍ରାର୍ଥୀ ଯଚିନ୍ଦ୍ର କୁମାର ସାହୁ ୭୩ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ୭,୯୮୨ ଭୋଟ ପାଇଥିଲେ। ଏହି ୯ ପଞ୍ଚାୟତରୁ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ଅଧିକାଂଶ ପଞ୍ଚାୟତକୁ ନିଜ ଦଖଲକୁ ନେଇଥିଲେ। ତେବେ ୨୦୧୨ ପଞ୍ଚାୟତ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର ସାମଲ ବିଜେଡିର ସ୍ବର୍ଗତ ଇନ୍ଦ୍ରମଣି ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ କିଏ ବାଜି ମାରିବେ ତାହା ଭୋଟ ଗଣତି ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri