ଏଇ ଭାରତରେ

ଗୁଆପତ୍ର ସହ ତା’ ଖୋଳପାକୁ ଆମେ ଜାଳିଦେଉଛେ କିମ୍ବା ଫିଙ୍ଗି ଦେଉଛେ। କିନ୍ତୁ କେରଳର ଏବେ ଦମ୍ପତି ସେଥିରୁ କପ୍‌, ପ୍ଲେଟ୍‌, ଚାମଚ ସହିତ ଗ୍ରୋ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ଦେବକୁମାର ନାରାୟଣନ୍‌ ପେସାରେ ଜଣେ ଇଞ୍ଜିନିୟର। ସେ ଓ ତାଙ୍କ ପତ୍ନୀ ସରନ୍ୟା ଏସ୍‌.ଭି. ଏବେ ଏହି କାର୍ଯ୍ୟ କରୁଛନ୍ତି। ଦେବକୁମାର ୟୁଏଇରେ ଚାକିରି କରିଥିଲେ। ସେଠାରୁ ଚାକିରି ଛାଡ଼ି ୨୦୧୮ରେ କେରଳର କସାରଗଡ଼କୁ ଫେରିବା ପରେ ‘ପାପଲା’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏଭଳି ଜିନିଷମାନ ତିଆରି କରୁଛନ୍ତି। ‘ପାପଲା’ ଅର୍ଥ କମ୍‌ ପେପର୍‌ ଓ କମ୍‌ ପ୍ଲାଷ୍ଟିକ୍‌ ବୋଲି କୁହନ୍ତି ସରନ୍ୟା। ଏହି ଦମ୍ପତି କସାରଗଡ଼ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ଗୁଆ ପତ୍ର ସହ ଖୋଳପା ସଂଗ୍ରହ କରି ଏହି ଜିନିଷ ପ୍ରସ୍ତୁତ କରିବାରେ ଲଗାଉଛନ୍ତି। ସେମାନେ ମଧ୍ୟ ଏ ବାବଦରେ ଗୁଆ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଉଛନ୍ତି। ଫଳରେ ସେମାନେ ଲାଭ ପାଉଛନ୍ତି ଓ ଅପରପକ୍ଷରେ ପ୍ଲାଷ୍ଟିକ ବ୍ୟବହାର ମଧ୍ୟ କମ୍‌ କରାଯାଇପାରୁଛି ବୋଲି କୁହନ୍ତି ଦେବକୁମାର। ଏହି କାର୍ଯ୍ୟରେ ୮ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନେ ମଧ୍ୟ ସାବୁନ ଖୋଳ, ଟୋପି ଓ ବିଞ୍ଚଣା ତିଆରି କରୁଛନ୍ତି। ଏହାଦ୍ୱାରା ମାସକୁ ସେ ଏହିସବୁ ଜିନିଷରୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପ୍‌, ପ୍ଲେଟ୍‌, ଚାମଚ ଆଦି ଜିନିଷର ମୂଲ୍ୟ ୧.୫୦ ଟଙ୍କାରୁ ୧୦ ଟଙ୍କା ଥିବାବେଳେ ଗ୍ରୋ ବ୍ୟାଗ୍‌ର ଖଣ୍ଡ ପ୍ରତି ଦାମ୍‌ ୪୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?