୩ ବର୍ଷରେ ୯ ଲକ୍ଷ ପର୍ଯ୍ୟଟକ ହ୍ରାସ

ଯାଜପୁର ଅଫିସ,୨୪ା୧: ସମ୍ପ୍ରତି ପର୍ଯ୍ୟଟନର ଗୁରୁତ୍ୱ ବଢିଛି। ଓଡ଼ିଶାରେ ବି ଭରପୂର ପର୍ଯ୍ୟଟନ ସମ୍ବଳ ରହିଛି। ହେଲେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆବଶ୍ୟକ ପ୍ରଚାରପ୍ରସାର ଅଭାବରୁ ଓଡ଼ିଶାର ପର୍ଯ୍ୟଟନ ସମ୍ବଳ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆରେ ରହିଛି। ଏହି କାରଣରୁ କେବଳ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଚିଲିକା ହ୍ରଦ ଏବଂ ବିସ୍ତୃତ ବେଳାଭୂମି ବ୍ୟତୀତ ଓଡ଼ିଶାର ଅନ୍ୟ କୌଣସି ପର୍ଯ୍ୟଟନ ସମ୍ବଳ ପର୍ଯ୍ୟଟକମାନଙ୍କୁ ବିଶେଷ ଆକର୍ଷିତ କରିପାରିନାହିଁ। ଏହାବାଦ୍‌ ଗତ ୩ ବର୍ଷର କରୋନା କଟକଣା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବହୁଳ ଭାବେ ପ୍ରଭାବିତ କରିଛି। ଗତ ୩ ବର୍ଷରେ କେବଳ ଅକ୍ଟୋବରର ତଥ୍ୟକୁ ଅବଲୋକନ କଲେ ପ୍ରାୟ ୯ ଲକ୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଅନୁରୂପ ଭାବେ ୯ ହଜାର ବିଦେଶୀ ପର୍ଯ୍ୟଟକ ଭ୍ରମଣରେ ଆସି ନାହାନ୍ତି, ଯାହାକି ପର୍ଯ୍ୟଟନ କ୍ଷେତ୍ର ସହ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ବିପନ୍ନ ହୋଇଛି ବୋଲି ସୂଚନା ମିଳିଛି।

ପ୍ରକୃତି କୋଳରେ ହସୁଥିବା ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ସ୍ବତନ୍ତ୍ର। ଓଡ଼ିଶାର ବିଭିନ୍ନ ଜିଲାରେ ଦୁର୍ଗମ ଘଞ୍ଚ ଜଙ୍ଗଲ ପଥ ଅତିକ୍ରମ କରି ଶୋଭାଭଣ୍ଡାର ଦର୍ଶନରେ ମଣିଷର ମନ ଓ ଆମତ୍ା ଯେଉଁ ନୈସର୍ଗିକ ଶାନ୍ତି ଲାଭ କରେ ତାହା ଅବର୍ଣ୍ଣନୀୟ। ବୌଦ୍ଧ କୀର୍ତ୍ତିରାଜି ସହ ସମୁଦ୍ର କୂଳ ଓ ଐତିହାସିକ କିମ୍ବଦନ୍ତୀ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ। ଏହିକ୍ରମରେ ୨୦୧୮ ଅକ୍ଟୋବରରେ ଓଡ଼ିଶାକୁ ଦେଶର ୧୪,୦୭,୪୮୨ ଓ ୯,୧୮୧ ବିଦେଶୀ
ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୦ ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ କରୋନା ମାଡ଼ରେ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକ ଶୂନ୍ୟ ହୋଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ(ଷ୍ଟାଟିଷ୍ଟିକ) ପ୍ରତାପଦେବ ରାଜଙ୍କ ତଥ୍ୟ ଅନୁସାରେ ୨୦୨୧ ଅକ୍ଟୋବରରେ ମାତ୍ର ୫,୬୬,୯୩୯ ଭାରତୀୟ ଏବଂ ୨୧୦ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ। ଏ ସଂକ୍ରାନ୍ତରେ ନିର୍ଦ୍ଦେଶକ ରାଜ ଗତ ୧୯ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଉକ୍ତ ତଥ୍ୟ ଅନୁସାରେ ପୁରୀରେ ସର୍ବାଧିକ ୧,୯୯,୮୨୬ ଭାରତୀୟ ଓ ୧୩ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିବାବେଳେ କୋଣାର୍କରେ ଯଥାକ୍ରମେ ୩୩୮୧ ଓ ୦୦, ଭୁବନେଶ୍ୱରରେ ୮୪୭୯୩ ଓ ୧୪୦, ବ୍ରହ୍ମପୁରରେ ୮୨୫୨ ଓ ୦୦, ଚିଲିକାରେ ୩୦୪୧, ସମ୍ବଲପୁରରେ ୧୫୧୯୨ ଓ ୦୦, ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ୧୮୫୬୭ ଓ ୦୦, ରାଉରକେଲାରେ ୧୩୨୩୩ ଓ ୩୧, କଟକ ଓ ଚୌଦ୍ୱାରରେ ୩୮୩୧୮ ଓ ୦୦, ଯାଜପୁର ଟାଉନରେ ୧୪୧୭ ଓ ୦୦, ଯାଜପୁର ରୋଡରେ ୭୦୩୪ ଓ ୬, ପାରାଦୀପରେ ୭୫୧୪ ଓ ୭, ବାଲେଶ୍ୱରରେ ୧୬୨୧୩ ଓ ୬, ଚାନ୍ଦିପୁରରେ ୭୧୮୫ ଓ ୦୦, ଭଦ୍ରକରେ ୮୯୬୭ ଓ ୭, ଅନୁଗୋଳରେ ୯୧୨୭, ବୁର୍ଲା ଓ ହୀରାକୁଦରେ ୮୪୨ ଓ ୦୦, ଚଣ୍ଡିଖୋଲରେ ୨୮୭, ମାଲକାନଗିରିରେ ୨୧୪୮ ପର୍ଯ୍ୟଟକ ଆସିଛନ୍ତି। ଏହି ରିପୋର୍ଟରେ ୭୫ଟି ପର୍ଯ୍ୟଟନ କ୍ଷେତ୍ରର ତଥ୍ୟ ରହିଛି। ତେବେ ଏହି ତଥ୍ୟରେ ଆହୁରି ନନ୍ଦନକାନନ, ଭଞ୍ଜନଗର, ଆସ୍କା, ପାଟଣାଗଡ଼, ନୃସିଂହନାଥ, ଖିଚିଂ, ଟିକରପଡ଼ା, ସୁନାବେଢ଼ା, ଗୁପ୍ତେଶ୍ୱର, ଧବଳେଶ୍ୱର, କପିଳାସ, ତାରାତାରିଣୀ, ପଥରାଜପୁର, ଦାରିଙ୍ଗବାଡ଼ି ଆଦି ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଶୂନ ଦର୍ଶାଯାଇଛି। ଓଡ଼ିଶାରେ ପ୍ରାକ୍‌ ଐତିହାସିକ ଶିଳାଲିପିଠାରୁ ଆରମ୍ଭ କରି ବୌଦ୍ଧ ଯୁଗର ମଠ, ମନ୍ଦିର, ପ୍ରାକୃତିକ ଜଙ୍ଗଲ, ପ୍ରପାତ, ଐତିହାସିକ କୀର୍ତ୍ତିରାଜି ରହିଛି। ସେଥିରେ ପୁଣି ଯୋଡ଼ି ହୋଇଛି ହୀରାକୁଦ ଡ୍ୟାମ୍‌ ଭଳି ଆଧୁନିକ ନିର୍ମାଣ। ବିଭିନ୍ନ ଅଞ୍ଚଳର ବୟନ ଓ ଅନ୍ୟ ହସ୍ତକଳା ତଥା ଏହାର କଳାକାରମାନେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯୋଗ୍ୟତା ରଖିଛନ୍ତି। ହେଲେ କେବଳ କରୋନା ନୁହେଁ ପ୍ରଶାସନିକ ଉଦାସୀନତା ମଧ୍ୟ ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?