ଏଇ ଭାରତରେ

କାର୍‌କୁ ମୋବାଇଲ୍‌ କ୍ଲିନିକ୍‌ କରି ରୋଗୀ ସେବାର ଉଦାହରଣ ସୃଷ୍ଟି କରିଛନ୍ତି ଡ. ସୁନୀଲ କୁମାର ହେବି। ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ବର୍ଷ ମଧ୍ୟରେ ୮୦୦ ମେଡିକାଲ କ୍ୟାମ୍ପ କରି ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବାକୁ ସକ୍ଷମ ହୋଇପାରିଛନ୍ତି। ବେଙ୍ଗାଲୁରୁର ମାଲ୍ଲେଶ୍ୱରମ୍‌ରେ ରହନ୍ତି ଡ. ସୁନୀଲ। ୨୦୧୦ରେ ସଡ଼କ ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା କରି ତାଙ୍କୁ ସୁସ୍ଥ କରିବା ପରେ ତାଙ୍କ ମନ ବଦଳି ଯାଇଥିଲା। ଏହି ଘଟଣା ପରେ ୨୦୧୧ରେ ବିଜିଏସ୍‌ ଗ୍ଲୋବାଲ ହସ୍ପିଟାଲରୁ ସେ ଚାକିରି ଛାଡ଼ି ତାଙ୍କ କାର୍‌କୁ ମୋବାଇଲ୍‌ କ୍ଲିନିକ୍‌ କରି ବୁଲି ବୁଲି ରୋଗୀ ସେବା କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ସୁଚାରୁ ରୂପେ କରିବା ଲାଗି ସେ ‘ମାତୃ ଶ୍ରୀ ଫାଉଣ୍ଡେସନ’ ଗଠନ କରିଛନ୍ତି। ମୋବାଇଲ୍‌ କ୍ଲିନିକ୍‌ରେ ସେବା ଦେୟ ବାବଦରେ କାହାଠାରୁ କିଛି ବି ଗ୍ରହଣ କରନ୍ତିନି। କିନ୍ତୁ ଅନେକେ ତାଙ୍କୁ ବାଧ୍ୟକରି ଅର୍ଥ ଦିଅନ୍ତି। ଡ. ସୁନୀଲ ଏହି ଅର୍ଥ ତଥା ତାଙ୍କ ବନ୍ଧୁ ଓ ଅନ୍ୟମାନଙ୍କ ଦାନରେ ସେବାକୁ ଆଗକୁ ନେଇପାରିଛନ୍ତି। କୋଭିଡ୍‌ ସମୟରେ ଏହାକୁ ବହୁ ସତର୍କତାର ସହ ଚଳାଇଥିଲେ ମଧ୍ୟ ତଙ୍କ ସାନଭାଇଙ୍କ ମୃତ୍ୟୁ ହେବା ପରେ ଅନେକେ ତାଙ୍କୁ ମୋବାଇଲ୍‌ ବନ୍ଦ କରିବାକୁ କହିଥିଲେ। ହେଲେ ରୋଗୀମାନଙ୍କ ଫୋନ୍‌ ପାଇବା ପରେ ସେ ଘରେ ନ ରହି ପୁଣି ରୋଗୀଙ୍କ ପାଖରେ ପହଞ୍ଚିଗଲେ, ଯାହା ଏବେ ପୂର୍ବପରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri