ରାଜ୍ୟ ଋଣ ଭାର ବଢ଼ୁଛି

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ର ଅକ୍ଟୋବର ଶେଷ ବେଳକୁ ରାଜ୍ୟର ଋଣ ଭାର ୧,୦୩,୮୨୦.୭୧ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ତାହା ମାର୍ଚ୍ଚ ଶେଷ ସୁଦ୍ଧା ୧,୨୫,୦୦୫.୩୧ କୋଟି ଟଙ୍କାରେ ପହଞ୍ଚତ୍ବ ବୋଲି ରାଜ୍ୟ ସରକାର ଆକଳନ କରଛନ୍ତି। କେବଳ ସେତିକି ନୁହେଁ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଘରୋଇ ଉତ୍ପାଦନ (ଜିଏସ୍‌ଡିପି) ମଧ୍ୟ ବିପରୀତମୁହଁା ହେବ। ଗତ ଆର୍ଥିକ ବର୍ଷ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ୪.୯୨ ପ୍ରତିଶତ କମ୍‌ ରହିବା ନେଇ ଆକଳନ କରାଯାଇଛି।

କୋଭିଡ୍‌ ପ୍ରଭାବରେ ରାଜ୍ୟର ଟିକସ ମଧ୍ୟ ହ୍ରାସ ପାଇଛି। ରାଜ୍ୟ ସରକାର ୨୦୨୧ ନଭେମ୍ବର ୬ରୁ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ଏଥିଯୋଗୁ ସରକାରଙ୍କୁ ପ୍ରାୟ ୨୦୦୯ କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡ଼ିଚି। ଏଥିସହିତ ରାଜ୍ୟ ସରକାର ଯୋଜନା ଏବଂ ଅଣଯୋଜନା ଖର୍ଚ୍ଚ ମଧ୍ୟ ବଢ଼ାଇଛନ୍ତି। ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦେବାଠାରୁ ଆରମ୍ଭ କରି କନିଷ୍ଠ ଶିକ୍ଷକମାନଙ୍କର ଦରମା ବୃଦ୍ଧି, ମିଶନ ଶକ୍ତି, ଅଙ୍ଗନଓ୍ବାଡି କର୍ମୀଙ୍କ ଭତ୍ତା ବୃଦ୍ଧି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି, ପାନୀୟ ଜଳ, କୃଷି , ସ୍ବାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଯୋଜନା କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଅତିରିକ୍ତ ବଜେଟ ଆକାର ବଢ଼ିଛି। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ୧. ୭୦ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ୧୧.୬୭% ହୋଇଛି।
ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ବାବଦରେ ସରକାର ଚଳିତ ଆର୍ଥିକ ବର୍ଷରେ ୫୫,୫୮୧.୯୨ କୋଟି ଟଙ୍କା ଖର୍ଚ୍ଚ କରିବେ। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୪୬,୨୦୭ କୋଟି ଟଙ୍କା ଥିଲା। ଅନ୍ୟ ପକ୍ଷରେ କେନ୍ଦ୍ରୀୟ ଟିକସରେ ମଧ୍ୟ ହ୍ରାସ ଘଟିଛି। ୨୦୧୯-୨୦ରେ ରାଜ୍ୟକୁ କେନ୍ଦ୍ରୀୟ ଟିକସ ବାବଦରେ ମୋଟ ୫୪,୬୦୫.୩୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୦-୨୧ରେ ତାହା ୫୦,୬୧୧.୦୧ କୋଟି ଟଙ୍କକୁ ହ୍ରାସ ପାଇଛି। ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବାକୁ ସଙ୍କେତ ଦେଇଛନ୍ତି। କୋଭିଡ୍‌ ଯୋଗୁ ଟିକସ କମିଥିବା ବେଳେ କେବଳ ଖଣି ରାଜସ୍ବ ଉପରେ ସରକାର ଭରସା କରିଛନ୍ତି। ୨୦୨୦-୨୧ରେ ଖଣି ରାଜସ୍ବ ୧୩,୭୯୧.୭୨ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ ଅକ୍ଟୋବର ଶେଷ ଯାଏ ତାହା ୨୨,୦୫୨.୯୪ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହିତ କୋଭିଡ୍‌-୧୯ ସମ୍ବନ୍ଧୀୟ ଖର୍ଚ୍ଚ ଭରଣା ପାଇଁ ରାଜ୍ୟ ସରକାର ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପାଣ୍ଠି(ଓଏମ୍‌ବିଏଡିସି) ଏବଂ କାମ୍ପା ପାଣ୍ଠିରେ ଥିବା ରାଶିକୁ କମ୍‌ ସୁଧରେ ଋଣ ଆଣିବା ସହ ଖର୍ଚ୍ଚ ନ ହୋଇ ବ୍ୟାଙ୍କରେ ପଡିରହିଥିବା ଅର୍ଥ, ମକଦ୍ଦମା ଯୋଗୁ ପଡ଼ିରହିଥିବା ବକେୟା ଆଦାୟ କରିବା ପାଇଁ ସରକାର ଯୋଜନା କରିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri