ରାଜ୍ୟ ଋଣ ଭାର ବଢ଼ୁଛି

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ର ଅକ୍ଟୋବର ଶେଷ ବେଳକୁ ରାଜ୍ୟର ଋଣ ଭାର ୧,୦୩,୮୨୦.୭୧ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ତାହା ମାର୍ଚ୍ଚ ଶେଷ ସୁଦ୍ଧା ୧,୨୫,୦୦୫.୩୧ କୋଟି ଟଙ୍କାରେ ପହଞ୍ଚତ୍ବ ବୋଲି ରାଜ୍ୟ ସରକାର ଆକଳନ କରଛନ୍ତି। କେବଳ ସେତିକି ନୁହେଁ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଘରୋଇ ଉତ୍ପାଦନ (ଜିଏସ୍‌ଡିପି) ମଧ୍ୟ ବିପରୀତମୁହଁା ହେବ। ଗତ ଆର୍ଥିକ ବର୍ଷ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ୪.୯୨ ପ୍ରତିଶତ କମ୍‌ ରହିବା ନେଇ ଆକଳନ କରାଯାଇଛି।

କୋଭିଡ୍‌ ପ୍ରଭାବରେ ରାଜ୍ୟର ଟିକସ ମଧ୍ୟ ହ୍ରାସ ପାଇଛି। ରାଜ୍ୟ ସରକାର ୨୦୨୧ ନଭେମ୍ବର ୬ରୁ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ଏଥିଯୋଗୁ ସରକାରଙ୍କୁ ପ୍ରାୟ ୨୦୦୯ କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡ଼ିଚି। ଏଥିସହିତ ରାଜ୍ୟ ସରକାର ଯୋଜନା ଏବଂ ଅଣଯୋଜନା ଖର୍ଚ୍ଚ ମଧ୍ୟ ବଢ଼ାଇଛନ୍ତି। ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦେବାଠାରୁ ଆରମ୍ଭ କରି କନିଷ୍ଠ ଶିକ୍ଷକମାନଙ୍କର ଦରମା ବୃଦ୍ଧି, ମିଶନ ଶକ୍ତି, ଅଙ୍ଗନଓ୍ବାଡି କର୍ମୀଙ୍କ ଭତ୍ତା ବୃଦ୍ଧି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି, ପାନୀୟ ଜଳ, କୃଷି , ସ୍ବାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଯୋଜନା କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଅତିରିକ୍ତ ବଜେଟ ଆକାର ବଢ଼ିଛି। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ୧. ୭୦ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ୧୧.୬୭% ହୋଇଛି।
ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ବାବଦରେ ସରକାର ଚଳିତ ଆର୍ଥିକ ବର୍ଷରେ ୫୫,୫୮୧.୯୨ କୋଟି ଟଙ୍କା ଖର୍ଚ୍ଚ କରିବେ। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୪୬,୨୦୭ କୋଟି ଟଙ୍କା ଥିଲା। ଅନ୍ୟ ପକ୍ଷରେ କେନ୍ଦ୍ରୀୟ ଟିକସରେ ମଧ୍ୟ ହ୍ରାସ ଘଟିଛି। ୨୦୧୯-୨୦ରେ ରାଜ୍ୟକୁ କେନ୍ଦ୍ରୀୟ ଟିକସ ବାବଦରେ ମୋଟ ୫୪,୬୦୫.୩୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୦-୨୧ରେ ତାହା ୫୦,୬୧୧.୦୧ କୋଟି ଟଙ୍କକୁ ହ୍ରାସ ପାଇଛି। ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବାକୁ ସଙ୍କେତ ଦେଇଛନ୍ତି। କୋଭିଡ୍‌ ଯୋଗୁ ଟିକସ କମିଥିବା ବେଳେ କେବଳ ଖଣି ରାଜସ୍ବ ଉପରେ ସରକାର ଭରସା କରିଛନ୍ତି। ୨୦୨୦-୨୧ରେ ଖଣି ରାଜସ୍ବ ୧୩,୭୯୧.୭୨ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ ଅକ୍ଟୋବର ଶେଷ ଯାଏ ତାହା ୨୨,୦୫୨.୯୪ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହିତ କୋଭିଡ୍‌-୧୯ ସମ୍ବନ୍ଧୀୟ ଖର୍ଚ୍ଚ ଭରଣା ପାଇଁ ରାଜ୍ୟ ସରକାର ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପାଣ୍ଠି(ଓଏମ୍‌ବିଏଡିସି) ଏବଂ କାମ୍ପା ପାଣ୍ଠିରେ ଥିବା ରାଶିକୁ କମ୍‌ ସୁଧରେ ଋଣ ଆଣିବା ସହ ଖର୍ଚ୍ଚ ନ ହୋଇ ବ୍ୟାଙ୍କରେ ପଡିରହିଥିବା ଅର୍ଥ, ମକଦ୍ଦମା ଯୋଗୁ ପଡ଼ିରହିଥିବା ବକେୟା ଆଦାୟ କରିବା ପାଇଁ ସରକାର ଯୋଜନା କରିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?