ଏଇ ଭାରତରେ

ଜଣେ ଅପରାଧୀଙ୍କ ଜୀବନରେ ଆସିଥିବା ଅବିଶ୍ୱସନୀୟ ପରିବର୍ତ୍ତନ ଓ ତାଙ୍କ ନିଆରା ସେବା ସମାଜ ପାଇଁ ବାସ୍ତବ ପ୍ରେରଣାଦାୟକ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଗ୍ବାଲିୟରର ଦେବ ପ୍ରତାପ। ପିଲାବେଳେ ସେ ଘର ଛାଡ଼ି ଚାଲିଯାଇଥିଲେ ଓ ପରେ ଗ୍ବାଲିୟର ଷ୍ଟେଶନରେ ବର୍ଜ୍ୟ ଗୋଟାଇ ତାହାକୁ ବିକ୍ରି କରି ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରୁଥିଲେ। ପରେ ନିଶାସକ୍ତ ହେବା ସହ ଆପରାଧିକ କାର୍ଯ୍ୟରେ ଲିପ୍ତ ହୋଇ ଜେଲ୍‌ ଯାଇଥିଲେ। କିନ୍ତୁ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଜାମିନରେ ଆଣିବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ପରେ ସେ ଏକ କମ୍ପାନୀର କାମ କରିଥିଲେ ଓ ସେଥିରେ ଏବେ ଷ୍ଟୋର ମ୍ୟାନେଜର କାର୍ଯ୍ୟ କରୁଛନ୍ତି। ୨୦୧୬ରେ ‘ଭଏସ୍‌ ଅଫ ସ୍ଲମ୍‌’ ଏନ୍‌ଜିଓ ଗଠନ କରି ଗ୍ବାଲିୟରର ବସ୍ତିଗୁଡ଼ିକରେ ପ୍ରତିଦିନ ୮୦୦ରୁ ଅଧିକ ପିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଏହି ପିଲାମାନେ ନା ସ୍କୁଲକୁ ଯାଉଥଲେ ନା ପେଟ ପୂରା ଖାଇବାକୁ ପାଉଥିଲେ। ହେଲେ ପ୍ରତାପଙ୍କ ପ୍ରୟାସ ଯୋଗୁ ସେମାନଙ୍କ ପାଇଁ ଏ ସବୁ ସମ୍ଭବ ହୋଇପାରିଛି। ଦେବ ପ୍ରତାପ ପିଲାମାନଙ୍କ ପଢାଖର୍ଚ୍ଚ ବହନ କରୁଛନ୍ତି । ବେକଳ ଏତିକି ନୁହେଁ, ସେ ତାଙ୍କ ସହଯୋଗୀଙ୍କ ସହ ପ୍ରତିଦିନ ବିଭିନ୍ନ ବସ୍ତିର ୧ ହଜାରୁ ଊର୍ଦ୍ଧ୍ୱ ଅସହାୟଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri