ଏଇ ଭାରତରେ

ଜଣେ ଅପରାଧୀଙ୍କ ଜୀବନରେ ଆସିଥିବା ଅବିଶ୍ୱସନୀୟ ପରିବର୍ତ୍ତନ ଓ ତାଙ୍କ ନିଆରା ସେବା ସମାଜ ପାଇଁ ବାସ୍ତବ ପ୍ରେରଣାଦାୟକ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଗ୍ବାଲିୟରର ଦେବ ପ୍ରତାପ। ପିଲାବେଳେ ସେ ଘର ଛାଡ଼ି ଚାଲିଯାଇଥିଲେ ଓ ପରେ ଗ୍ବାଲିୟର ଷ୍ଟେଶନରେ ବର୍ଜ୍ୟ ଗୋଟାଇ ତାହାକୁ ବିକ୍ରି କରି ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରୁଥିଲେ। ପରେ ନିଶାସକ୍ତ ହେବା ସହ ଆପରାଧିକ କାର୍ଯ୍ୟରେ ଲିପ୍ତ ହୋଇ ଜେଲ୍‌ ଯାଇଥିଲେ। କିନ୍ତୁ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଜାମିନରେ ଆଣିବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ପରେ ସେ ଏକ କମ୍ପାନୀର କାମ କରିଥିଲେ ଓ ସେଥିରେ ଏବେ ଷ୍ଟୋର ମ୍ୟାନେଜର କାର୍ଯ୍ୟ କରୁଛନ୍ତି। ୨୦୧୬ରେ ‘ଭଏସ୍‌ ଅଫ ସ୍ଲମ୍‌’ ଏନ୍‌ଜିଓ ଗଠନ କରି ଗ୍ବାଲିୟରର ବସ୍ତିଗୁଡ଼ିକରେ ପ୍ରତିଦିନ ୮୦୦ରୁ ଅଧିକ ପିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଏହି ପିଲାମାନେ ନା ସ୍କୁଲକୁ ଯାଉଥଲେ ନା ପେଟ ପୂରା ଖାଇବାକୁ ପାଉଥିଲେ। ହେଲେ ପ୍ରତାପଙ୍କ ପ୍ରୟାସ ଯୋଗୁ ସେମାନଙ୍କ ପାଇଁ ଏ ସବୁ ସମ୍ଭବ ହୋଇପାରିଛି। ଦେବ ପ୍ରତାପ ପିଲାମାନଙ୍କ ପଢାଖର୍ଚ୍ଚ ବହନ କରୁଛନ୍ତି । ବେକଳ ଏତିକି ନୁହେଁ, ସେ ତାଙ୍କ ସହଯୋଗୀଙ୍କ ସହ ପ୍ରତିଦିନ ବିଭିନ୍ନ ବସ୍ତିର ୧ ହଜାରୁ ଊର୍ଦ୍ଧ୍ୱ ଅସହାୟଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?