Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ

ନୂଆଦିଲ୍ଲୀ,୧୨ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ସାମାଜିକ ସମସ୍ୟାକୁ ନେଇ ନିଜ ମତ ରଖିଥିବା ଦେଖାଯାଏ । ଏବେ ମୋଦିଙ୍କ ଆକାଉଣ୍ଟ ଉପରେ ନଜର ପଡିଛି ହ୍ୟାକର୍ସଙ୍କର । ଶନିବାର ବିଳମ୍ବିତ ରାତିରେ ହ୍ୟାକର୍ସ ମୋଦିଙ୍କ ଆକାଉଣ୍ଟଙ୍କୁ ହ୍ୟାକ କରିଥିବା ସୂଚନା ମିଳିଛି । ହ୍ୟାକର୍ସ ମୋଦଙ୍କ ଆକାଉଣ୍ଟକୁ ଟାର୍ଗେଟ କରି ଏହାକୁ ହ୍ୟାକ କରିବା ସହ କିଛି ଟୁଇଟ୍ ମଧ୍ୟ କରିଛନ୍ତି । ଯେଉଁଥିରେ ଦେଶରେ ବିଟ୍ କଏନକୁ ମାନ୍ୟତା ଦିଆଯାଇଥିବା କଥା ଉଲ୍ଲେଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ଶନିବାର ଭୋର ପ୍ରାୟ ୨ଟା ବେଳେ ହ୍ୟାକ କରାଯାଇଥିବା ସୂଚନା ମିଳିଛି ।
ହ୍ୟାକ ହେବା ପରେ ପ୍ରଥମ ଟୁଇଟ୍ ମାତ୍ର କେଇ ମିନିଟ୍ ମଧ୍ୟରେ ଡିଲିଟ୍ କରାଯାଇଥିଲା ଓ ପୁଣିଥରେ ତାକୁ ଟୁଇଟ୍ କରାଯାଇଥିଲା । ଏହାପରେ ପୁଣିଥରେ ସେହି ଟୁଇଟ୍‌କୁ ହଟାଇ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା କି ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି । ଏଥିରେ ଉଲ୍ଲେଖ କରାଯାଇଥିଲା କି ମୋଦିଙ୍କ ଆକାଉଣ୍ଟ ହ୍ୟାକ ହେବା ସହ ଏଥିରେ ଭିନ୍ନ ଭିନ୍ନ ପୋଷ୍ଟ କରାଯାଇଛି । ଏହି ଖବର ଟୁଇଟରକୁ ଜଣାଇ ଦିଆଯାଇଛି । ଏହାପରେ ଆକାଉଣ୍ଟକୁ ତୁରନ୍ତ ସୁରକ୍ଷିତ କରାଯାଇଛି । ଏହାସହ କୁହାଯାଇଛି କି ଏବେ ଟୁଇଟର ଆକାଉଣ୍ଟରେ କରାଯାଉଥିବା ଟୁଇଟକୁ ଅଣଦେଖା କରିବାକୁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

୮ କୋଟି ଟଙ୍କାର କୁକୁର ଚୋରି

ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର...

‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’

ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ...

‘ଭାରତ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ହେବ’

ନୂଆଦିଲ୍ଲୀ,୩୦ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ବଡ଼ଦୋରାଠାରେ ସି-୨୯୫ ପରିବହନ ବିମାନ ଉତ୍ପାଦନ ସୁବିଧାର ମୂଳଦୁଆ ପକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ଭାରତୀୟ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା...

ଆଜ୍‌ମା, କିଡ୍‌ନୀ, କ୍ୟାନସର ରୋଗୀଙ୍କ ପାଇଁ ପ୍ରାଣଘାତି ହେଉଛି କରୋନା!

ନୂଆଦିଲ୍ଲୀ,୧୭ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଆଜମା, ଗୁରୁତର କିଡନୀ ରୋଗୀ ଓ କ୍ୟାନସର...

ମହିଳାଙ୍କ ମସ୍‌ଜିଦ ପ୍ରବେଶ ଉପରେ କଟକଣା ନାହିଁ

ନୂଆଦିଲ୍ଲୀ,୩୦ା୧: ମସ୍‌ଜିଦରେ ମହିଳାଙ୍କ ପ୍ରବେଶ ଓ ନମାଜ ପାଠ ଉପରେ ଇସ୍‌ଲାମ ଧର୍ମରେ କୌଣସି କଟକଣା ଲଗାଯାଇନାହିଁ। ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସୋନାଲ ଲ’ ବୋର୍ଡ...

ଫେବୃଆରୀ-ମାର୍ଚ୍ଚରେ ୧୨ ରୁ ୧୪ ବର୍ଷର ଶିଶୁଙ୍କୁ ଟିକା…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ଜାନୁୟାରୀ ୩ରୁ ୧୫ରୁ ୧୮ ବୟସ୍କ ପିଲାଙ୍କୁ ଟିକାଦାନ ଅଭିଯାନ...

Advertisement
Archives

Model This Week