ଏଇ ଭାରତରେ

ହିମାଳୟ ପାର୍ବତ୍ୟାଞ୍ଚଳରେ ଝରଣାଗୁଡ଼ିକର ପୁନରୁଦ୍ଧାର କରି ଲୋକମାନଙ୍କୁ ପାଣି ଯୋଗାଇ ଦେଉଛନ୍ତି ଭାରତୀୟ ବନସେବା ଅଧିକାରୀ(ଆଇଏଫ୍‌ଏସ୍‌) ଧରମ ସିଂ ମିନା। ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ତେହେରି ଗଡଓ୍ବାଲର ବହୁ ଝରଣାର ପୁନରୁଦ୍ଧାର ହୋଇପାରିଛି ଓ ଏବେ ସେଥିରେ ୨୩ଟି ଗାଁର ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେଉଛନ୍ତି। ପୂର୍ବରୁ ଏହି ଝରଣାଗୁଡ଼ିକର ଜଳ ପ୍ରବାହ କ୍ଷୀଣ ହୋଇଯାଇଥିଲା। ଧରମ ସିଂ ଏହାର ପ୍ରବାହକୁ ସ୍ବାଭାବିକ କରିବା ଲାଗି ଏକ ଟିମ୍‌ ଗଠନ କରିଛନ୍ତି। ୨୦୧୪ରେ ତେହେରି ଗଡଓ୍ବାଲର ନରେନ୍ଦ୍ରନଗର ଫରେଷ୍ଟ ଡିଭିଜନରେ ସେ ଡିଭିଜନାଲ ଫରେଷ୍ଟ ଅଫିସର ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ୭ ବର୍ଷ ମଧ୍ୟରେ ସେ ୬୬ଟି ଝରଣାର ଉତ୍ସକୁ ବାଧାମୁକ୍ତ କରି ସେଠାକାର ଲୋକମାନଙ୍କୁ କୃଷିମନସ୍କ କରିପାରିଛନ୍ତି। ହେଭେଲ ନଦୀର ୫୦ କି.ମି. ପ୍ରବାହ ମଧ୍ୟରେ ଏହି ଝରଣାଗୁଡ଼ିକ ରହିଛି। ଲୋକମାନଙ୍କର କୃଷି ଉପତ୍ାଦନ ବୃଦ୍ଧି ପାଇଛି। ପାଣି ଅଭାବ ଦୂର ହେବା ଦ୍ୱାରା ଗ୍ରାମବାସୀ ୧୦ ଲକ୍ଷ ଗଛ ଲଗାଇ ସାରିଲେଣି ଓ ୬୪୦ ହେକ୍ଟର ଜମି ଚାଷୋପଯୋଗୀ ହୋଇପାରିଛି। ପୁନରୁଦ୍ଧାର କାର୍ଯ୍ୟରେ ଧରମ ସିଂ ଅନେକ ଏନ୍‌ଜିଓ, ଆଇଆଇଟି ରୁର୍‌କ ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହାଇଡ୍ରୋଲୋଜିର ସହାୟତା ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri