ସେନ୍‌ସେକ୍ସରେ ୧୦୧୬ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୯।୧୨: ଓମିକ୍ରନ୍‌ର ଭୟ ମଧ୍ୟରେ ବୁଧବାର ଦାଲଲ ଷ୍ଟ୍ରିଟ୍‌ରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଗୋଟିଏ ପଟରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ନୂତନ ମୁଦ୍ରାନୀତିକୁ ନେଇ ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାରି ମଧ୍ୟରେ ମଧ୍ୟ ନିବେଶକଙ୍କ ପାଇଁ ଖୁସି ଖବର ଦାଲଲ ଷ୍ଟ୍ରିଟ୍‌ରେ ମିଳିଥିଲା। ଉଭୟ ମଙ୍ଗଳ ଓ ବୁଧବାର ଶେୟାର ବଜାର ଉଚ୍ଚା ରହିଛି। ଫଳରେ ବମ୍ବେ ଷ୍ଟକ୍‌ ବଜାର (ବିଏସ୍‌ଇ)ର ସୂଚକାଙ୍କ ସେନ୍‌ସେକ୍ସ ପ୍ରାୟ ୧୦୧୬ ପଏଣ୍ଟ ବୃଦ୍ଧି ପାଇ ୫୮ ହଜାର ଟପିଯାଇଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ସୂଚକାଙ୍କ ନିଫ୍ଟିରେ ମଧ୍ୟ ୨୯୦ ପଏଣ୍ଟରୁ ଅଧିକା ବଢ଼ି ୧୭ ହଜାର ପଏଣ୍ଟ ଉପରେ ରହିଛି। ବିଏସ୍‌ଇର ସୂଚନା ଅନୁସାରେ ଡିସେମ୍ବର ୮ରେ ସେନ୍‌ସେକ୍ସ ୧୦୧୬.୦୩ ପଏଣ୍ଟ ବୃଦ୍ଧି ପାଇ ୫୮,୬୪୯.୦୩ ଅଙ୍କରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟିର ଇଣ୍ଡେକ୍ସ ମଧ୍ୟ ୨୯୩.୦୫ ଅଙ୍କ ବୃଦ୍ଧି ଘଟି ୧୭,୪୬୯.୭୫ ପଏଣ୍ଟରେ ପହଞ୍ଚତ୍ଛି । ସେନ୍‌ସେକ୍ସର ଶ୍ରେଷ୍ଠ ୩୦ଟି ଶେୟାର ମଧ୍ୟରୁ ପ୍ରାୟ ସମସ୍ତ ଷ୍ଟକ୍‌ ନୀଳ ସଙ୍କେତରେ ବନ୍ଦ ହୋଇଥିବା ବେଳେ ବଜାଜର ଉଭୟ ନିବେଶକ ସଂସ୍ଥା ସର୍ବାଧିକ ଲାଭବାନ୍‌ ହୋଇଛନ୍ତି। ସେହିପରି ଟାଟା ଷ୍ଟିଲ, ଏସ୍‌ବିଆଇ,ଆଇସିଆଇସିଆଇ ବ୍ୟାଙ୍କ, ମାରୁତି, ସନ୍‌ ଫାର୍ମା, ଏସିଆନ ପେଣ୍ଟସ, ଭାରତୀ ଏୟାର ଟେଲ୍‌ ଏବଂ ଆଇଟି କ୍ଷେତ୍ରର ନିବେଶକଙ୍କ ଶେୟାର ମୂଲ୍ୟ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?