ସେନ୍‌ସେକ୍ସରେ ୧୦୧୬ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୯।୧୨: ଓମିକ୍ରନ୍‌ର ଭୟ ମଧ୍ୟରେ ବୁଧବାର ଦାଲଲ ଷ୍ଟ୍ରିଟ୍‌ରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଗୋଟିଏ ପଟରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ନୂତନ ମୁଦ୍ରାନୀତିକୁ ନେଇ ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାରି ମଧ୍ୟରେ ମଧ୍ୟ ନିବେଶକଙ୍କ ପାଇଁ ଖୁସି ଖବର ଦାଲଲ ଷ୍ଟ୍ରିଟ୍‌ରେ ମିଳିଥିଲା। ଉଭୟ ମଙ୍ଗଳ ଓ ବୁଧବାର ଶେୟାର ବଜାର ଉଚ୍ଚା ରହିଛି। ଫଳରେ ବମ୍ବେ ଷ୍ଟକ୍‌ ବଜାର (ବିଏସ୍‌ଇ)ର ସୂଚକାଙ୍କ ସେନ୍‌ସେକ୍ସ ପ୍ରାୟ ୧୦୧୬ ପଏଣ୍ଟ ବୃଦ୍ଧି ପାଇ ୫୮ ହଜାର ଟପିଯାଇଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ସୂଚକାଙ୍କ ନିଫ୍ଟିରେ ମଧ୍ୟ ୨୯୦ ପଏଣ୍ଟରୁ ଅଧିକା ବଢ଼ି ୧୭ ହଜାର ପଏଣ୍ଟ ଉପରେ ରହିଛି। ବିଏସ୍‌ଇର ସୂଚନା ଅନୁସାରେ ଡିସେମ୍ବର ୮ରେ ସେନ୍‌ସେକ୍ସ ୧୦୧୬.୦୩ ପଏଣ୍ଟ ବୃଦ୍ଧି ପାଇ ୫୮,୬୪୯.୦୩ ଅଙ୍କରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟିର ଇଣ୍ଡେକ୍ସ ମଧ୍ୟ ୨୯୩.୦୫ ଅଙ୍କ ବୃଦ୍ଧି ଘଟି ୧୭,୪୬୯.୭୫ ପଏଣ୍ଟରେ ପହଞ୍ଚତ୍ଛି । ସେନ୍‌ସେକ୍ସର ଶ୍ରେଷ୍ଠ ୩୦ଟି ଶେୟାର ମଧ୍ୟରୁ ପ୍ରାୟ ସମସ୍ତ ଷ୍ଟକ୍‌ ନୀଳ ସଙ୍କେତରେ ବନ୍ଦ ହୋଇଥିବା ବେଳେ ବଜାଜର ଉଭୟ ନିବେଶକ ସଂସ୍ଥା ସର୍ବାଧିକ ଲାଭବାନ୍‌ ହୋଇଛନ୍ତି। ସେହିପରି ଟାଟା ଷ୍ଟିଲ, ଏସ୍‌ବିଆଇ,ଆଇସିଆଇସିଆଇ ବ୍ୟାଙ୍କ, ମାରୁତି, ସନ୍‌ ଫାର୍ମା, ଏସିଆନ ପେଣ୍ଟସ, ଭାରତୀ ଏୟାର ଟେଲ୍‌ ଏବଂ ଆଇଟି କ୍ଷେତ୍ରର ନିବେଶକଙ୍କ ଶେୟାର ମୂଲ୍ୟ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ମସଲା ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ଭୁବନେଶ୍ୱର,୧୬-୧୧: ଭାରତ ମସଲା ଏବଂ ଓ୍ବେଲ୍‌ବିଙ୍ଗ ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଓ୍ବାକାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ...

ବଜାରରେ ରେନୋ ଇଣ୍ଡିଆର ନୂଆ ଡକ୍ଟର, ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୯-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ...

ରାଜ୍ୟରେ ବଢ଼ିବ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଶନ-ଇନୋଭେଶନ

ଭୁବନେଶ୍ୱର,୪।୧୨: ଚଳିତ ବର୍ଷର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ୩ୟ ସଂସ୍କରଣର ୩ୟ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ...

ଅମୃତ ମହୋତ୍ସବ ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ, ଆୟକର ସୀମା ଅପରିବର୍ତ୍ତିତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ସ୍ଲାବ୍‌ ପୂର୍ବ ପରି...

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

ମାତ୍ର ୨୪ ଘଣ୍ଟାରେ ସ୍ଥିତି ବଦଳିଗଲା: ପୁଣିଥରେ ବିଶ୍ୱର ତୃତୀୟ ଧନୀ ପାଲଟିଲେ ଆଦାନୀ

ନୂଆଦିଲ୍ଲୀ,୧୪।୧: ବିଶ୍ୱର ଶ୍ରେଷ୍ଠ-୧୦ ଧନୀବ୍ୟକ୍ତିଙ୍କ ତାଲିକାରେ ଗୁରୁବାର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମାଜନ୍‌ ସହ-ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୨%

ଭୁବନେଶ୍ୱର,୧-୧୦(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁଲାଇରେ ୩୧୯ ପଏଣ୍ଟ ଥିଲା। ଏହା ଅଗଷ୍ଟରେ ୧ ପଏଣ୍ଟ...

୨୭ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୬-୩: ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ ସଂଘଗୁଡିକ ଚଳିତ ମାସ ୨୭ରେ ଧର୍ମଘଟ ଡାକରା ଦେଇଛନ୍ତି। ଏହି ସଂଘଗୁଡିକ ମଧ୍ୟରେ ଅଲ ଇଣ୍ଡିଆ...

Advertisement
Archives

Model This Week