ଏଇ ଭାରତରେ

ଯୁଗ ବଦଳିବା ସହ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଦଳୁଛି। ସେମାନେ ପୁରୁଷକୈନ୍ଦ୍ରିକ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରି ପ୍ରମାଣ କରିଛନ୍ତି ‘ଆମେ କାହାଠାରୁ କମ୍‌ ନୋହୁଁ’। ଏମିତି ଜଣେ ମହିଳା ହେଉଛନ୍ତି ଆସାମର ପାର୍ବତୀ ବାରୁକ। ମାହୁନ୍ତ ହୋଇ ବହୁ ଭୟଙ୍କର ପରିସ୍ଥିତିରେ ଉନ୍ମତ୍ତ ହାତୀଙ୍କୁ କାବୁ କରୁଛନ୍ତି। ଜମିଦାର ପରିବାରରେ ଜନ୍ମ ହୋଇ ସୁଖ ଜୀବନ ଜିଇବା ବଦଳରେ ଖରା, ବର୍ଷା, ଶୀତରେ ଦିନରାତି ହାତୀଙ୍କୁ ଉଦ୍ଧାର କରିବାଠୁ ଆରମ୍ଭ କରି ସେମାନଙ୍କର ଚିକିତ୍ସା ସେବାରେ ସମୟ ଦେଇଆସୁଛନ୍ତି। ବହୁ ବିପଦପୂର୍ଣ୍ଣ ପରିସ୍ଥିତିରେ ଜଙ୍ଗଲରେ ହିଂସ୍ର ହାତୀଙ୍କୁ ମଧ୍ୟ ଆୟତ୍ତ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଧ୍ରୁବ ଜିଲା ଗୌରୀପୁରରେ ରୁହନ୍ତି ପାର୍ବତୀ। ପିଲାବେଳୁ ତାଙ୍କ ବାପାଙ୍କ ସହ ହାତୀପିଠିରେ ବସି ବହୁ ଜାଗା ବୁଲିବା ଭିତରେ ଏଭଳି ସାହସିକ କାର୍ଯ୍ୟ କରିବାର ପ୍ରେରଣା ପାଇଥିଲେ। ପ୍ରଥମେ ତାଙ୍କ ବାପାଙ୍କ ସହ କଚୁଗାଁଓ ଜଙ୍ଗଲରେ ମାତ୍ର ୧୪ ବର୍ଷ ବୟସରେ ହାତୀ ଧରିବା ପରେ ସେବେଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏବେ ତାଙ୍କ ପାଖରେ ଲକ୍ଷ୍ମୀମାଳା, ଅଲୋକା ଓ କାଞ୍ଚନମାଳା ନାମରେ ତିନୋଟି ମାଈ ହାତୀ ଅଛନ୍ତି। ଏମାନଙ୍କୁ ନେଇ ତାଙ୍କ ସହକର୍ମୀଙ୍କ ସହ ସେ ଜଟିଳ ପରିସ୍ଥିତିର ସାମ୍ନା କରି ବିହାର, ପଶ୍ଚିମବଙ୍ଗ, ଆସାମରୁ ବହୁ ଜଙ୍ଗଲିଆ ଅଞ୍ଚଳରେ ହିଂସ୍ର କିମ୍ବା ଆହତ ହାତୀଙ୍କୁ ଉଦ୍ଧାର କରୁଛନ୍ତି। ସେ ‘ଏଲିଫ୍ୟାଣ୍ଟ ମ୍ୟାନେଜମେଣ୍ଟ ପଲିସି’ ଅନୁସାରେ ହାତୀ ଦଳଙ୍କୁ ନିୟନ୍ତ୍ରଣ କରିବା, ଧରିବା ତଥା ସହରରୁ ତଡ଼ିବା ସହ ମାହୁନ୍ତମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri