ଏଇ ଭାରତରେ

କଷ୍ଟାର୍ଜିତ ଅର୍ଥରେ ଆରାମରେ ରହିବା କଥା ଚିନ୍ତା ନ କରି ପରିବେଶ ଓ ଜଳ ସୁରକ୍ଷାରେ ମଜ୍ଜିଯାଇଛନ୍ତି ଡ. ରାଘବେନ୍ଦ୍ର ଆର୍‌। ସେ କର୍ନାଟକର ମହୀଶୂରସ୍ଥିତ ଶେଷାଦ୍ରିପୁରମ୍‌ ଡିଗ୍ରୀ କଲେଜରେ ନ୍ୟାଶ୍‌ନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌)ର ପ୍ରୋଗ୍ରାମ କୋର୍ଡିନେଟର ଭାବେ କାର୍ଯ୍ୟରତ। ୨୦୧୭ରେ ସେ ପ୍ରଥମେ ୪ଟି ପୋଖରୀ ଓ ୮ଟି ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇ ପାଖାପାଖି ୧୫୦୦ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଥିଲେ। ଛାତ୍ରମାନଙ୍କ ସହଯୋଗରେ ଏବେ ସୁଦ୍ଧା ସେ ୨୨ଟି ଅତି ପୁରାତନ ଅର୍ଥାତ୍‌ ଟିପୁ ସୁଲତାନ ଓ ବ୍ରିଟିଶ ଅମଳର ହ୍ରଦ, ପୋଖରୀ ପୁନରୁଦ୍ଧାର କରିସାରିଲେଣି। ଏଥିରେ ସ୍ଥାନୀୟ ନଗରନିଗମ ଓ ପ୍ରତ୍ନତତ୍ତ୍ୱ ବିଭାଗ ସହଯୋଗ କରୁଛି। ଏହି ଅଭିଯାନରେ ରାଘବେନ୍ଦ୍ର ୩୦୦ ପୁରୁଣା ସ୍ବେଚ୍ଛାସେବୀଙ୍କୁ ମଧ୍ୟ ସାମିଲ କରିପାରିଛନ୍ତି। ବଡ଼ କଥା ହେଉଛି, ସ୍ବେଚ୍ଛାସେବୀଙ୍କ ଖାଇବା ଖର୍ଚ୍ଚ ସମେତ ଅନ୍ୟ ସବୁ ଖର୍ଚ୍ଚ ସେ ତାଙ୍କ ପକେଟରୁ କରୁଛନ୍ତି। କରୋନା ମହାମାରୀ ଲକ୍‌ଡାଉନ ସମୟରେ ତାଙ୍କ ଦରମା ୩୦% କାଟି ଦିଆଯାଇଥିଲେ ମଧ୍ୟ ସେତେବେଳେ ସେ ଏହି କାର୍ଯ୍ୟ ଜାରି ରଖିଥିଲେ। ସ୍ଥାନୀୟ ଲୋକମାନେ ବି ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?