Posted inଫୁରସତ

ବିଜ୍ଞାନ ଦ୍ୱାରା ବିଶ୍ୱ ଶାନ୍ତି

ବିଶ୍ୱ ଶାନ୍ତି ସାମ୍ପ୍ରତିକ ସମୟରେ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଜ୍ଞାନର ବିକାଶ ସହିତ ବିଭିନ୍ନ ଦେଶ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ପୁଣି ଏଥିରେ ଆଣବିକ ଶକ୍ତିର ଉପଯୋଗ କରାଯାଉଛି। ଏହାଦ୍ୱାରା ବିଶ୍ୱ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ନଭେମ୍ବର ୧୦ରେ ଶାନ୍ତି ଏବଂ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ପାଳିତ ହେଉଛି। ଏହି ଦିବସ ସମାଜରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ। ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ୱାରା ଶାନ୍ତି ଏବଂ ବିକାଶ ଲାଗି ବିଶ୍ୱ ବିଜ୍ଞାନ ଦିବସ ପାଳନ ସକାଶେ ୨୦୦୧ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ୟାରିସଠାରେ ୨୦୦୧ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ୟୁନେସ୍କୋର ସାଧାରଣ ସମ୍ମିଳନୀରେ ଏହି ଦିବସ ପାଳନକୁ ଅନୁମୋଦନ ମିଳିଥିଲା। ଏହା ପୂର୍ବରୁ ଅକ୍ଟୋବର ୨୦୦୦ରେ ୟୁନେସ୍କୋର କାର୍ଯ୍ୟନିର୍ବାହୀ ବୋର୍ଡ ଏହି ପ୍ରସ୍ତାବକୁ ସ୍ବୀକୃତି ପ୍ରଦାନ କରିଥିଲା। ୨୦୦୨ ନଭେମ୍ବର ୧୦ରେ ପ୍ରଥମ ଥର ପାଇଁ ଏହା ପାଳନ କରାଯାଇଥିଲା। ବିଜ୍ଞାନକୁ ସମାଜ ସହିତ ଅଧିକ ଘନିଷ୍ଠ କରିବା ସହିତ ଲୋକଙ୍କୁ ବିଜ୍ଞାନର ବିକାଶ ବିଷୟରେ ଅବଗତ କରାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଆମେ ନିଜ ଘର ବୋଲି କହୁଥିବା ପୃଥିବୀର ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥାଏ। ଶାନ୍ତିପୂର୍ଣ୍ଣ ଭାବେ ବିଜ୍ଞାନର ଉପଯୋଗ କରାଇବା ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ ଅବସରରେ ବିଶ୍ୱସ୍ତରରେ ପ୍ରଚାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡି ରାଖୀ

ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଯେଉଁ ଉତ୍କଣ୍ଠା ଥାଏ, ତାହାକୁ ଲକ୍ଷ୍ୟ କରି ଏବେ କେତେ ନୂଆ ନୂଆ ଡିଜାଇନ୍‌ର ରାଖୀ ମିଳିଲାଣି।...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

ଓ୍ବାର୍କ ଫ୍ରମ୍‌ ହୋମ୍‌ରୁ ବଢ଼ୁଛି ପରୋକ୍ଷ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲକ୍‌ଡାଉନ୍‌ ଲାଗୁହେବା ପରେ ବିଭିନ୍ନ କର୍ପୋରେଟ ସେକ୍ଟରରେ କର୍ମଚାରୀମାନେ ଘରେ ରହି କାମ କରିବା(ଓ୍ବାର୍କ ଫ୍ରମ୍‌ ହୋମ୍‌)କୁ ବାଧ୍ୟ ହୋଇଛନ୍ତି।...

ସବୁଠାରୁ ଥଣ୍ଡା ତାରା ‘ବାଦାମୀ ଡ୍ରଫ୍‌’

ନୂଆଦିଲ୍ଲୀ: ନିକଟରେ ସବୁଠାରୁ ଥଣ୍ଡା ତାପମାତ୍ରା ବିଶିଷ୍ଟ ତାରାର ଅନୁସନ୍ଧାନ କରାଯାଇଛି, ଯାହାକି ରେଡିଓ ୱେଭ୍‌ ନିର୍ଗମନ କରୁଛି। ଏହା ତାରାର ନାମ ଓ୍ବାଇଜ୍‌ ଜେ୦୬୨୩...

ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା।...

ଝିଅଙ୍କୁ ପ୍ରଭାବିତ କରିବା ପାଇଁ ଷ୍ଟଣ୍ଟ କରୁଥିଲେ ଯୁବକ, ଘଟିଲା ଏମିତି: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ବାଇକ ଷ୍ଟଣ୍ଟ ଭିଡିଓ ଭାଇରାଲ୍‌ ହେଉଛି। ଅନେକ ଥର ପୁଅମାନେ ଝିଅମାନଙ୍କୁ ପ୍ରଭାବିତ କରିବା ପାଇଁ ବିପଜ୍ଜନକ ଷ୍ଟଣ୍ଟ କରନ୍ତି। ଆଜିକାଲି...

୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର

ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ...

କେଜିଏଫ୍‌-୨ର ସଫଳତାକୁ ସେଲିବ୍ରେଟ୍‌ କଲା ‘ଅମୂଲ୍‌’

ସିନେମାଘରେ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ନୂଆ ନୂଆ ରେକର୍ଡ କରୁଛି ‘କେଜିଏଫ୍‌ ଚାପ୍ଟର-୨’। ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଥିବାରୁ ଆଗକୁ ଏହା ସୁପରହିଟ୍‌...

Advertisement
Archives

Model This Week