ଅସାଥୀ ଗାଁସାଥୀ

ମମତା ପଣ୍ଡା

 

ଗାଁସାଥୀମାନେ ଗାଁର ସାଥୀ। ଏମାନେ ସମସ୍ତଙ୍କର ସାଥୀ ହୋଇ ବି ନିଜେ ଅସାଥୀ। ରୋଜଗାର ନ ଥିବାରୁ ଏମାନଙ୍କ ପାରିବାର ପଣିଆରେ ବିମୁଖ ହୋଇ ପରିବାର ଅନେକ ସମୟରେ ମରିବାର ରାସ୍ତା ଦେଖାଇ ଦେଉଛନ୍ତି। ପରିଜନ ସାଜୁଛନ୍ତି ଅରିଜନ। ମୁହଁ ମୋଡ଼ୁଛନ୍ତି ବନ୍ଧୁବାନ୍ଧବ। ବୟସ ଗଡ଼ିଗଲେ ବି ପ୍ରେମ ଓ ବିବାହଠାରୁ ଅନେକେ ଅନେକ ଦୂରରେ। ଏମାନଙ୍କୁ ଏପରି ସ୍ଥିତିରେ ପକାଇଛନ୍ତି ସ୍ବୟଂ ସରକାର।
ଓଡ଼ିଶାର ସମସ୍ତ ୫୩ ହଜାର ରାଜସ୍ବ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ମାଧ୍ୟମରେ ୨୦୦୮ ମସିହାରେ ଓ ଗାଁସାଥୀ ଚୟନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଆର୍‌ଇଜିଏ (ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ)-୨୦୦୫ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଏହି ଯୋଜନା ଅଧୀନ କାମକୁ ତ୍ୱରାନ୍ବିତ କରିବା ପାଇଁ ଗାଁସାଥୀମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଇଥିଲା। ସମସ୍ତ ରାଜସ୍ବ ଗ୍ରାମରୁ ସେତେବେଳେ ଯେତେ ଦରଖାସ୍ତ ପଡ଼ିଥିଲା ସେଥିରୁ ଯିଏ ସର୍ବାଧିକ ନମ୍ବର ସହିତ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତାର ଅଧିକାରୀ ଥିଲେ ତାଙ୍କୁ ହିଁ ସେହି ରାଜସ୍ବ ଗ୍ରାମର ଗାଁସାଥୀ ଭାବେ ଚୟନ କରାଯାଇଥିଲା। ଏହା ସହିତ ଜଣେ ମହିଳାଙ୍କୁ ଦ୍ବିତୀୟ ଗାଁସାଥୀରୂପେ ଚୟନ କରାଯାଇଥିଲା। ଏହାର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସପ୍ତମ ପାସ ରଖାଯାଇଥିଲା। କିନ୍ତୁ ଦେଶରେ ବେକାରି ସମସ୍ୟା ଚରମରେ ଥିବାବେଳେ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯାଇଥିବାରୁ ଅନେକ ଗ୍ରାମରେ ବିଏ, ଏମ୍‌ଏ ପାସ ଉଚ୍ଚଶିକ୍ଷିତ ଯୁବକ ଗାଁସାଥୀରୂପେ ନିଯୁକ୍ତ ହୋଇଥିଲେ। ଆଦିବାସୀ-ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଆଦିବାସୀମାନଙ୍କୁ ହିଁ ପ୍ରାଧାନ୍ୟ ଦିଆଯାଇଥିଲା। ଏହା ସହ ୨୫୦୦ ଟଙ୍କା ମାସିକ ପ୍ରୋତ୍ସାହନ ରାଶି ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା।
କିନ୍ତୁ ଏହି ଗାଁସାଥୀମାନେ ସାଜିଲେ ଦୁର୍ନୀତିଗ୍ରସ୍ତ ନେତା ଓ ଠିକାଦାରମାନଙ୍କ ବାଟର କଣ୍ଟା। ତେଣୁ ଏମାନଙ୍କୁ ଉପେକ୍ଷା ବା ବାଇପାସ କରି ମନରେଗା କାମ କରାଗଲା। ଅନେକ ଜାଗାରେ କିଛି ଅଧିକାରୀ ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏନ୍‌ଜିଓ ହାତରେ ମନରେଗା କାମକୁ ଟେକିଦେଉଥିବା ବେଳେ କେଉଁଠି ସରକାରୀ କର୍ମଚାରୀଙ୍କ ନାମରେ ଜାଲିଆତି କରି ଅର୍ଥ ହଡ଼ପ କରାଯାଉଛି। ମହାରାଷ୍ଟ୍ରରେ ଦୀପିକା ପାଦୁକୋନଙ୍କ ଭଳି ଫିଲ୍ମଷ୍ଟାରଙ୍କ ନାମରେ ମଧ୍ୟ ଜବ କାର୍ଡ କରି ଅର୍ଥ ହଡ଼ପ କରାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। କନ୍ଧମାଳ ଜିଲା ବାଲିଗୁ ବ୍ଲକ ଶଲାଗୁ ଗ୍ରାମପଞ୍ଚାୟତରେ ୯ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ରାସ୍ତା ନିର୍ମାଣ ନ କରି ଚଳୁ କରାଯାଇଛି। ହେଲେ ଯିଏ ଏହି କାମକୁ ତ୍ୱରାନ୍ବିତ କରିବା ପାଇଁ ରାଜସ୍ବ ଗ୍ରାମଗୁଡ଼ିକରୁ ନିଯୁକ୍ତ ହୋଇଥିଲେ ସେମାନଙ୍କ ଭିତରୁ କେହି କେହି ଆଜି ଯାଏ ଟଙ୍କାଟିଏ ମଧ୍ୟ ପାଇ ନାହାନ୍ତି। ତମାମ ରାଜ୍ୟରେ ୧୪୭ ବିଧାୟକ ଥାଇ ମଧ୍ୟ କେହି ଏମାନଙ୍କ ସମସ୍ୟା ପ୍ରତି ସାମାନ୍ୟତମ ଦୃଷ୍ଟି ଦେଇ ନାହାନ୍ତି କିମ୍ବା ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରି ନାହାନ୍ତି। ଏମାନେ କେମିତି ଜୀବନ ଯାପନ କରୁଛନ୍ତି ତାହା ସେମାନଙ୍କୁ ହିଁ ଜଣା। ଏମାନଙ୍କ ଭିତରୁ କେହି କେହି ଆତ୍ମହତ୍ୟା କରିଥିବା ବେଳେ ଅନେକେ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଇଛନ୍ତି। ଅନେକେ ଅବିବାହିତ ରହିବାକୁ ବାଧ୍ୟ ହୋଇଛନ୍ତି। ନିଜର ପେଟପାଟଣା ପାଇଁ କେତେକେ ବାହାରକୁ ଦାଦନ ଶ୍ରମିକ ଭାବେ ଚାଲିଯାଇଛନ୍ତି। ଯେଉଁମାନେ ଜବ୍‌କାର୍ଡଧାରୀଙ୍କୁ କାମ ଯୋଗାଇବା କଥା, ସେମାନେ ନିଜେ କାମ ଅନ୍ବେଷଣ ପାଇଁ ବାହାରକୁ ଯାଉଛନ୍ତି। ୧୩ ବର୍ଷ ଭିତରେ କୌଣସି ଗଣମାଧ୍ୟମ ପକ୍ଷରୁ ଏହାକୁ ଏକ ଗୁରୁତର ସମସ୍ୟା ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇନାହିଁ।
ଗାଁସାଥୀ ଚୟନ ପରେ ପରେ କିଛିକାଳ ସେମାନଙ୍କୁ ୱାର୍କ ସାଇଟ ସୁପରଭାଇଜର ରୂପେ ନିୟୋଜନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କେତେକ ସ୍ଥାନରେ ସେମାନଙ୍କ ଦୈନିକ ମଜୁରି ଜବ୍‌କାର୍ଡଧାରୀଙ୍କ ସଂଖ୍ୟା ଅନୁସାରେ ମୁଣ୍ଡପିଛା ୪ ଟଙ୍କା ଧାର୍ଯ୍ୟ ହୋଇଥିଲା। ତାହା କାହାକୁ ମିଳିଛି ତ କାହାକୁ ନାହିଁ। ଏହାପରେ ଗାଁସାଥୀ ବା ୱାର୍କ ସାଇଟ ସୁପରଭାଇଜର ପଦରୁ ସେମାନଙ୍କୁ ଅପସାରଣ କରାଯାଇଛି। ଏମିତି କି ଅନେକ ଗାଁସାଥୀଙ୍କୁ ଆଜି ପର୍ଯ୍ୟନ୍ତ ଏନ୍‌ଆର୍‌ଇଜିଏସ୍‌ କାମରେ ସାମିଲ କରାଯାଇ ନାହିଁ, ଯେଉଁ କାମ ବିନା ଗାଁସାଥୀରେ ନ ହେବା କଥା। ଏଠି ପ୍ରଶ୍ନ ଉଠୁଛି, କାହିଁକି ଏମାନଙ୍କୁ ରାଜସ୍ବ ଗ୍ରାମମାନଙ୍କରେ ନିଯୁକ୍ତ କରାଯାଇଥିଲା, ପୁଣି କାହିଁକି ଅପସାରଣ କରାଗଲା। ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ପକ୍ଷରୁ ଅନେକ ସ୍ଥାନରେ ଗାଁ ସାଥୀମାନଙ୍କୁ ଏଡେଇ କିମ୍ବା ଅପସାରଣ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମ ସବୁକୁ ମେଶିନ ଲଗାଇ କରାଯାଉଛି, ଯାହା ବେଆଇନ ଓ ଦୁର୍ନୀତିର ଦ୍ୟୋତକ।
ଏମିତି ଅବସ୍ଥାରେ ଦୀର୍ଘ ୧୩ ବର୍ଷ ବିତିଯାଇଥିବା ବେଳେ ଗାଁସାଥୀଙ୍କ ହକ୍‌ ପାଇଁ ଅଣ୍ଟା ଭିଡ଼ିଥିଲେ ଅବ୍ୟୟଭାରତୀ ଶେଖାଓ୍ବତ ରାଜପୁତ ଜୈନ। ତାଙ୍କ ଉଦ୍ୟମରେ ବ୍ଲକ, ଜିଲା, ରାଜ୍ୟ ଓ କେନ୍ଦ୍ର ସ୍ତରରେ ଗାଁସାଥୀମାନଙ୍କର ସଂଗଠନ ଗଢ଼ିଉଠିଲା। ରାଷ୍ଟ୍ରପତି ଭବନ ଦ୍ବାରା ପଞ୍ଜୀକୃତ ଭିଲେଜ ଆଣ୍ଡ୍‌ ମେଟ ଡେଭଲପ୍‌ମେଣ୍ଟ କମିଟି ଇଣ୍ଡିଆ ମାଧ୍ୟମରେ ଏମାନଙ୍କୁ ଯତ୍‌ସାମାନ୍ୟ ଭତ୍ତା ଦେବା ଆରମ୍ଭ ହୋଇଛି। ଏ.ଏସ.ଆର୍‌. ଜୈନ ଅଫିସିଏଟ ମେଟ ଏମ୍ପ୍ଲୟୀ ଗଭର୍ନମେଣ୍ଟ ଏଜେଣ୍ଟ ଏଜେନ୍ସି, ରେଭିନ୍ୟୁ ଭିଲେଜ ଓ ଅଧୀନରେ ପଞ୍ଜୀକୃତ ଗାଁସାଥୀଙ୍କୁ ମାସିକ ସର୍ବନିମ୍ନ ୫୦୦ ଟଙ୍କା ୨, ୪, ୬ ବା ୧୨ ମାସରେ ଥରେ ଦିଆଯାଉଛି। ପରେ ଏମାନେ ଯେପରି ୧୦୦୦ରୁ ୫୦୦୦ ଟଙ୍କା କେନ୍ଦ୍ରୀୟ ଅନୁଦାନ ପାଇବେ ସେହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ସମୁଦ୍ରକୁ ଶଙ୍ଖେ ପଣା ସଦୃଶ ହେଲେ ମଧ୍ୟ ଭବିଷ୍ୟତ ପାଇଁ କିଛି ଆଶା ସଞ୍ଚାର କରିଛି।
ଉତ୍ତରପ୍ରଦେଶ ସରକାର କରୋନା କାଳରେ ଗାଁସାଥୀମାନଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ପଇଠ କରିଛନ୍ତି। ଏହି ଯୋଜନାରେ କ୍ରମାଗତ ତିନିବର୍ଷ କାମ କଲାପରେ ନିୟମିତ ହେବାର ନିୟମ ରହିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଇନାହାନ୍ତି। ଗରିବର ବନ୍ଧୁ ବୋଲାଉଥିବା ଓଡ଼ିଶା ସରକାର ଏମାନଙ୍କ ଦୟନୀୟ ସ୍ଥିତି ଉପରେ ଦୃକ୍‌ପାତ କରିବା ବାଞ୍ଛନୀୟ।
ତିରଣ, ଜଗତସିଂହପୁର
ମୋ- ୭୯୭୮୭୩୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri