ଏଇ ଭାରତରେ

କୃଷିରେ ଆଧୁନିକ ଜ୍ଞାନକୌଶଳ ଯେତିକି ବିକଶିତ ହେବାରେ ଲାଗିଛି ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ମଧ୍ୟ ସେମାନଙ୍କ ବ୍ୟବହାରିକ ଜ୍ଞାନ ଉପଯୋଗ କରି ଏ କ୍ଷେତ୍ରରେ ସଫଳତା ପାଇପାରୁଛନ୍ତି। ନିଜର ବୁଦ୍ଧି ଖଟାଇ ଜୈବିକ ଖତ, କୀଟନାଶକ ତଥା ହାତ ତିଆରି ଯନ୍ତ୍ର ମଧ୍ୟ ଆବିଷ୍କାର କରିପାରୁଛନ୍ତି। ଏମାନଙ୍କ ମଧ୍ୟରୁ କେରଳର କୃଷ୍ଣ ପ୍ରସାଦ ଅନ୍ୟତମ। ତାଙ୍କୁ ବର୍ତ୍ତମାନ ବୟସ ୪୫। ରହନ୍ତି ଆଲାଫୁଝା ଜିଲା କଳାଭୁର୍‌ ଗାଁରେ। ତାଙ୍କ ପରିବାର ପିଢି ପିଢି ଧରି ହାତୀ ରଖି ଆସିଛନ୍ତି। ସାଧାରଣତଃ ହାତୀ ମଳକୁ ପୋତି ଦିଆଯାଏ। କେହି କେବେ ବି ହାତୀ ମଳକୁ କ୍ଷେତରେ ଉପଯୋଗ କରି ନ ଥାନ୍ତି। କିନ୍ତୁ ପ୍ରସାଦ ଏଥିରୁ ଖତ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ହାତୀ ଖାଉଥିବା ଖାଦ୍ୟର ୪୦ ପ୍ରତିଶତ ହଜମ ହୁଏ ଓ ୬୦ ପ୍ରତିଶତ ତନ୍ତୁ ଆକାରରେ ମଳରେ ବାହାରିଥାଏ। ଏଣୁ ସେ ହାତୀ ମଳ ସହ କୃଷି ବର୍ଜ୍ୟ ମିଶାଇ ବିଘଟନ ପ୍ରକ୍ରିୟାରେ ଭଲ ଖତ ପାଇପାରୁଛନ୍ତି। ସେ ଏହି ଖତ ଉପଯୋଗ କରି ସପ୍ତାହକୁ ୫ କୁଇଣ୍ଟାଲ ପରିବା ଉପତ୍ାଦନ କରୁଛନ୍ତି। ଖତରେ ଫସଲ ଭଲ ବଢୁଛି ଓ ଅଧିକ ଫଳୁଛି। ତାଙ୍କର ଏଭଳି ନୂଆ ଚିନ୍ତାଧାରା କେରଳରେ ହାତୀ ରଖିଥିବା ଲୋକମାନଙ୍କୁ ତା’ ମଳ ଉପଯୋଗ କରି ଫସଲ କରିବା ଲାଗି ବାଟ ଦେଖାଇଛି। ପ୍ରସାଦ ପେସାରେ ଜଣେ ଓକିଲ। ସେ ୭ ଏକର ଜମିରେ ଫସଲ କରୁଛନ୍ତି। ୫ଟି ହାତୀ ରଖିଛନ୍ତି। ହାତୀର ଯତ୍ନ ଓ କୃଷି ଏକା ସାଙ୍ଗରେ କରିବା କଠିନ ହେଉଥିବାରୁ କିଛି ଲୋକଙ୍କୁ ବି ନିଯୁକ୍ତି ଦେଇଛନ୍ତି। କ୍ଷେତରେ ସିଞ୍ଚନ ଜଳସେଚନ ବ୍ୟବସ୍ଥା କରିଛନ୍ତି। କୃଷ୍ଣଙ୍କ ସ୍ତ୍ରୀ ଜଣେ ବ୍ୟାଙ୍କ ମ୍ୟାନେଜର। ଛୁଟିଦିନଗୁଡ଼ିକରେ ସେ କୃଷ୍ଣଙ୍କୁ କୃଷିକାର୍ଯ୍ୟରେ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri