ଏଇ ଭାରତରେ

କୃଷିରେ ଆଧୁନିକ ଜ୍ଞାନକୌଶଳ ଯେତିକି ବିକଶିତ ହେବାରେ ଲାଗିଛି ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ମଧ୍ୟ ସେମାନଙ୍କ ବ୍ୟବହାରିକ ଜ୍ଞାନ ଉପଯୋଗ କରି ଏ କ୍ଷେତ୍ରରେ ସଫଳତା ପାଇପାରୁଛନ୍ତି। ନିଜର ବୁଦ୍ଧି ଖଟାଇ ଜୈବିକ ଖତ, କୀଟନାଶକ ତଥା ହାତ ତିଆରି ଯନ୍ତ୍ର ମଧ୍ୟ ଆବିଷ୍କାର କରିପାରୁଛନ୍ତି। ଏମାନଙ୍କ ମଧ୍ୟରୁ କେରଳର କୃଷ୍ଣ ପ୍ରସାଦ ଅନ୍ୟତମ। ତାଙ୍କୁ ବର୍ତ୍ତମାନ ବୟସ ୪୫। ରହନ୍ତି ଆଲାଫୁଝା ଜିଲା କଳାଭୁର୍‌ ଗାଁରେ। ତାଙ୍କ ପରିବାର ପିଢି ପିଢି ଧରି ହାତୀ ରଖି ଆସିଛନ୍ତି। ସାଧାରଣତଃ ହାତୀ ମଳକୁ ପୋତି ଦିଆଯାଏ। କେହି କେବେ ବି ହାତୀ ମଳକୁ କ୍ଷେତରେ ଉପଯୋଗ କରି ନ ଥାନ୍ତି। କିନ୍ତୁ ପ୍ରସାଦ ଏଥିରୁ ଖତ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ହାତୀ ଖାଉଥିବା ଖାଦ୍ୟର ୪୦ ପ୍ରତିଶତ ହଜମ ହୁଏ ଓ ୬୦ ପ୍ରତିଶତ ତନ୍ତୁ ଆକାରରେ ମଳରେ ବାହାରିଥାଏ। ଏଣୁ ସେ ହାତୀ ମଳ ସହ କୃଷି ବର୍ଜ୍ୟ ମିଶାଇ ବିଘଟନ ପ୍ରକ୍ରିୟାରେ ଭଲ ଖତ ପାଇପାରୁଛନ୍ତି। ସେ ଏହି ଖତ ଉପଯୋଗ କରି ସପ୍ତାହକୁ ୫ କୁଇଣ୍ଟାଲ ପରିବା ଉପତ୍ାଦନ କରୁଛନ୍ତି। ଖତରେ ଫସଲ ଭଲ ବଢୁଛି ଓ ଅଧିକ ଫଳୁଛି। ତାଙ୍କର ଏଭଳି ନୂଆ ଚିନ୍ତାଧାରା କେରଳରେ ହାତୀ ରଖିଥିବା ଲୋକମାନଙ୍କୁ ତା’ ମଳ ଉପଯୋଗ କରି ଫସଲ କରିବା ଲାଗି ବାଟ ଦେଖାଇଛି। ପ୍ରସାଦ ପେସାରେ ଜଣେ ଓକିଲ। ସେ ୭ ଏକର ଜମିରେ ଫସଲ କରୁଛନ୍ତି। ୫ଟି ହାତୀ ରଖିଛନ୍ତି। ହାତୀର ଯତ୍ନ ଓ କୃଷି ଏକା ସାଙ୍ଗରେ କରିବା କଠିନ ହେଉଥିବାରୁ କିଛି ଲୋକଙ୍କୁ ବି ନିଯୁକ୍ତି ଦେଇଛନ୍ତି। କ୍ଷେତରେ ସିଞ୍ଚନ ଜଳସେଚନ ବ୍ୟବସ୍ଥା କରିଛନ୍ତି। କୃଷ୍ଣଙ୍କ ସ୍ତ୍ରୀ ଜଣେ ବ୍ୟାଙ୍କ ମ୍ୟାନେଜର। ଛୁଟିଦିନଗୁଡ଼ିକରେ ସେ କୃଷ୍ଣଙ୍କୁ କୃଷିକାର୍ଯ୍ୟରେ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?