Posted inଖେଳ

୨୬୭ ରନରେ ଆଉଟ୍‌ ହେଲେ କ୍ରଲି

ସାଉଥାମ୍ପଟନ,୨୨।୮(ପି.ଟି.): ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଜ୍ୟାକ କ୍ରଲିଙ୍କ ଆକର୍ଷଣୀୟ ଦ୍ୱିଶତକ ଓ ଜୋସ୍‌ ବଟଲରଙ୍କ ଶତକ ସହାୟତା ଘରୋଇ ଇଂଲଣ୍ଡ ବୃହତ୍‌ ସ୍କୋର ଆଡକୁ ଅଗ୍ରସର ହୋଇଛି।
ଶନିବାର ଦ୍ୱିତୀୟ ଦିବସ ତୃତୀୟ ସେସନରେ ରିପୋର୍ଟ ଲେଖାହେବା ବେଳକୁ ଇଂଲଣ୍ଡ ୧୩୪ ଓଭରରେ ୫ ଉଇକେଟ ହରାଇ ୪୮୮ ରନ ସଂଗ୍ରହ କରିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୧୩୯ ରନର ଶତକୀୟ ଇନିଂସ ଖେଳି ଓ କ୍ରିସ୍‌ ଓ୍ବକ୍ସ ୧ ରନ କରି ବ୍ୟାଟିଂ ଜାରି ରଖିଥିଲେ। କ୍ରଲି ୨୬୭ ରନର ଦ୍ୱିତୀଶକୀୟ ଇନିଂସ ଖେଳି ଆସାଦ ସାଫିକ୍‌ଙ୍କ ବଲ୍‌ରେ ଉଇକେଟକିପର ମହମ୍ମଦ ରିଜଓ୍ବାନଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ପ୍ୟାଭିଲିୟନ ଫେରିଛନ୍ତି। କ୍ରଲି କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ସେହିପରି ବଟଲର କ୍ୟାରିୟରର ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ୧୨୭ ରନରେ ୪ ଉଇକେଟ ହରାଇ ଇଂଲଣ୍ଡ ସଂଘର୍ଷ କରୁଥିବା ବେଳେ କ୍ରଲି ଓ ବଟଲର ଚତୁର୍ଥ ଉଇକେଟରେ ୩୫୯ ରନ କରି ପାକିସ୍ତାନ ବୋଲରଙ୍କୁ ନିରାଶ କରିବା ସହ ଇଂଲଣ୍ଡ ସ୍ଥିତି ଦୃଢ କରିଥିଲେ। ପ୍ରଥମ ଟେଷ୍ଟ ଜିତି ଇଂଲଣ୍ଡ ୧-୦ରେ ସିରିଜ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ଅତିକମ୍‌ରେ ଏହି ମ୍ୟାଚ୍‌କୁ ଡ୍ର’ ରଖିପାରିଲେ ଘରୋଇ ଦଳ ୧୦ ବର୍ଷ ପରେ ପାକିସ୍ତାନକୁ ପ୍ରଥମଥର ଟେଷ୍ଟ ସିରିଜରେ ପରାସ୍ତ କରିବ। ନିକଟରେ ଇଂଲଣ୍ଡ ଘରୋଇ ପରିବେଶରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଟେଷ୍ଟ ସିରିଜରେ ୨-୧ରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri