ଏଇ ଭାରତରେ

ପରିବେଶ ପ୍ରଦୂଷଣ ରୋକିବାରେ ୩ ଜଣ ମହିଳାଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ମୁମ୍ବାଇର ଏହି ମହିଳାମାନେ ହେଉଛନ୍ତି ଅଂଶୁ ପର୍ଡିଓ୍ବାଲା, କୁନ୍ତୀ ଓଜା ଏବଂ ଚିତ୍ରା ହିରେମାଥ୍‌। ଏମାନେ ବ୍ୟବହୃତ ଖାଲି କ୍ଷୀର ପ୍ୟାକେଟ୍‌ ସଂଗ୍ରହ କରି ତାହାକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଉଛନ୍ତି। ୨୦୧୯ରେ ‘ମିଲ୍କ ବ୍ୟାଗ୍‌ ପ୍ରୋଜେକ୍ଟ’ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ମୁମ୍ବାଇର ବିଭିନ୍ନ କଲୋନୀ, ହୋଟେଲ, ଚା’ଦୋକାନରୁ ଖାଲି କ୍ଷୀର ପ୍ୟାକେଟ୍‌ ସଂଗ୍ରହ କରୁଛନ୍ତି। ଏଭଳି କାର୍ଯ୍ୟ କରିବାକୁ ସେମାନେ ସୋସିଆଲ ମିଡିଆରୁ ପ୍ରେରଣା ପାଇଥିଲେ। ଏବେସୁଦ୍ଧା ଏହି ୩ ମହିଳା ୭.୫ ଲକ୍ଷ ପ୍ଲାଷ୍ଟିକ୍‌ ମିଲ୍କ ପ୍ୟାକେଟ୍‌ ସଂଗ୍ରହ କରି ସାରିଲେଣି। ମିଲ୍କ ପ୍ୟାକେଟ୍‌ ସଂଗ୍ରହ କରିବା ପୂର୍ବରୁ ତାହାକୁ ଭଲ ଭାବେ ସଫା କରି ଶୁଖାଇ ରଖିତ୍ବାକୁ ସେମାନେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି। ମାସ ଶେଷରେ ତିନିହେଁ ଏହାକୁ ସଂଗ୍ରହ କରି ତାହାକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଉଛନ୍ତି। ଏହା ପୂର୍ବରୁୁ ସେମାନେ ମଧ୍ୟ ପରିବେଶ ସୁରକ୍ଷା ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ କାମ କରୁଥିଲେ। ଏବେ ସେମାନଙ୍କ ସହ ଆଉ କେତେଜଣ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ଏମାନଙ୍କ କାର୍ଯ୍ୟ ଦେଖି ଦିଲ୍ଲୀ ଓ ଠାଣେରୁ ବି ଲୋକେ ପୋଷ୍ଟାଲରେ ଖାଲି କ୍ଷୀର ପ୍ୟାକେଟ୍‌ ପଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri