ଚାପରେ ବିଦ୍ୟାର୍ଥୀ ଓ ଆତ୍ମହତ୍ୟା

ଡା. ସମ୍ରାଟ କର

ଭାରତୀୟ ଛାତ୍ରୀଛାତ୍ରମାନେ ଆଜିକା ସମୟରେ ନିଜର ସଫଳତାର ମାତ୍ରାକୁ ପୂରଣ କରିବା ପାଇଁ ସ୍ବାଭାବିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେଥିରେ ଆଉ ଗୋଟିଏ ବଡ଼ କଥା ହେଲା ଯେ ପ୍ରାୟତଃ ଅଭିଭାବକମାନେ ନିଜ ପିଲାର ସଫଳତାକୁ ଏକ ପ୍ରକାର ଯେଉଁ ଆଶା ରଖିଥାନ୍ତି ଏହାକୁ ପାଳନ କରିବା ପାଇଁ ପିଲାଟି ବିଭିନ୍ନ ଚାପର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର ସମୟରେ ଆମ ଦେଶରେ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ଭାରତୀୟ ଛାତ୍ରୀଛାତ୍ରମାନେ ସବୁଠାରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହୁଅନ୍ତି। ଅନେକେ ହୁଏତ ଜାଣି ନ ଥିବେ ଯେ ସେହି ସର୍ବମୋଟ ପରୀକ୍ଷାର୍ଥୀଙ୍କ ଭିତରୁ ମାତ୍ର ଏକ ପ୍ରତିଶତ ହିଁ ନିଜ ମନ ମୁତାବକ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇବାରେ ସଫଳ ହୁଅନ୍ତି। ନିକଟରେ ବେଙ୍ଗାଲୁରୁସ୍ଥିତ ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋ ସାଇନ୍‌ସେସ୍‌ ବା ନିମହାନ୍‌ସ’ର ସଦ୍ୟତମ ତଥ୍ୟରୁ ଜଣାଯାଇଛି ଯେ, ପୃଥିବୀରେ ପ୍ରତିବର୍ଷ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ବେଳେ, ଆତ୍ମହତ୍ୟା କରୁଥିବା ଭାରତୀୟଙ୍କ ସଂଖ୍ୟା ୧.୩୫ ଲକ୍ଷ। ତେଣୁ ଭାରତ ପୃଥିବୀର ଅନ୍ୟତମ ସର୍ବାଧିକ ଆତ୍ମହତ୍ୟାପ୍ରବଣ ଦେଶଗୁଡ଼ିକ ଭିତରୁ ଗୋଟିଏ। ସବୁଠାରୁ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି, ଆତ୍ମହତ୍ୟା କରୁଥିବା ଭାରତୀୟଙ୍କ ଭିତରେ ୧୫-୩୦ ବର୍ଷ ବୟସ ପର୍ଯ୍ୟାୟର ଯୁବତୀଯୁବକଙ୍କ ସଂଖ୍ୟା ସର୍ବାଧିକ।
ଆଜିକାଲି କେବଳ ପାଠପଢ଼ା ବ୍ୟବସ୍ଥା ନୁହେଁ; ଚାକିରି ଖୋଜିବାର ହତାଶବୋଧ, ପ୍ରେମପ୍ରତାରଣା, ନିର୍ବାଚନ ହେଉ ବା ଲଟେରି ଏହାର ପରାଜୟଠାରୁ ଆହୁରି ଅନେକ କାରଣ। କମ୍‌ ବୟସରୁ ହିଁ ମାନସିକ ଚାପ କିଶୋରମାନଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଚାପରେ ଦଳିମକଚି ହୋଇଯାଉଛି କିଶୋର ଜୀବନର ଛୋଟ ଛୋଟ ସ୍ବପ୍ନ। ଭାରତର ବିଶାଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯୁବପିଢ଼ି ହେଉଛନ୍ତି ଆଗାମୀ କାଲିର ସ୍ବପ୍ନ। ଭାରତର ଭବିଷ୍ୟତ ମଧ୍ୟ ନିଶ୍ଚିତ ଭାବରେ ଉଜ୍ଜ୍ୱଳ କିନ୍ତୁ ଦୁଃଖଦ ସ୍ଥିତି ହେଉଛି ଏହା ଯେ ଭାରତର ଅଧିକାଂଶ ଯୁବବର୍ଗ ବିଭିନ୍ନ କାରଣରୁ ନୈରାଶ୍ୟର ଶିକାର ହୋଇ ଜୀବନକୁ ହାରୁଛନ୍ତି। କହିବାକୁ ଗଲେ ଭାରତ ହେଉଛି କିଶୋର ଆତ୍ମହତ୍ୟାର ପୃଥିବୀର ରାଜଧାନୀ। ପ୍ରାୟତଃ କସ୍ମୋପଲିଟାନ ସହରରେ ଏହି ଘଟଣା ଅଧିକ ଦେଖିବାକୁ ମିଳୁଛି। ସେହିପରି ବ୍ରିଟିଶ ମେଡିକାଲ ଜର୍ନାଲ ଲାନେକ୍ସଟ୍‌ର ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଇନ୍‌ଫରମେସନ ଟେକ୍ନୋଲୋଜି ହବ୍‌ ଭାବେ ପରିଚିତ ଭାରତର ଦକ୍ଷିଣ ଭାରତର ଅଧିକାଂଶ ସହରରେ ସର୍ବାଧିକ ଆତ୍ମହତ୍ୟା ଯୁବଗୋଷ୍ଠୀଙ୍କ ଭିତରେ ଦେଖାଯାଇଥାଏ। ଭାରତରେ ଆତ୍ମହତ୍ୟାର ପରିସଂଖ୍ୟାନ ହେଉଛି ଏହା ପୁରୁଷଙ୍କ ଆତ୍ମହତ୍ୟା ହାର ନାରୀଙ୍କଠାରୁ ପ୍ରାୟ ୪ଗୁଣ ଅଧିକ। କିନ୍ତୁ ଯେବେ କିଶୋରୀ କିଶୋର ବା ଯୁବତୀ ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଆସେ ଏହି ହାର ସମ୍ପୂର୍ଣ୍ଣ ଓଲଟା ପରିଲକ୍ଷିତ ହୋଇଥାଏ। ଏଥିଲାଗି ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଅନେକ ପରିମାଣରେ ଦାୟୀ ବୋଲି ମତ ପ୍ରକାଶ ପାଉଛି।
ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଅତ୍ୟଧିକ ଚାକିରିକୈନ୍ଦ୍ରିକ ହୋଇପଡ଼ିଥିବାରୁ ଉଚ୍ଚଶିକ୍ଷିତ ଛାତ୍ରୀଛାତ୍ରମାନେ ଆତ୍ମନିଯୁକ୍ତ ହେବା ପ୍ରତି ଆଗ୍ରହ ପ୍ରଦର୍ଶନ ନ କରି କେବଳ ଚାକିରି ପଛରେ ଗୋଡ଼ାଉଛନ୍ତି ଏବଂ ଆମ ଦେଶରେ ବାରମ୍ବାର ଦେଖାଯାଉଥିବା ନିଯୁକ୍ତି ସଂକୋଚନ ହେତୁ ଚାକିରି ନ ପାଇ ସେମାନଙ୍କ ଭିତରୁ ଅନେକେ ହତାଶା ଜର୍ଜରିତ ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ଏହା ମଧ୍ୟ ଦେଖାଯାଉଛି ଯେ, ବହୁ ଶିକ୍ଷିତ ବେକାର ଯୁବତୀଯୁବକ ଆତ୍ମହତ୍ୟା ନ କଲେ ବି ବିପଥଗାମୀ ହୋଇ ନିଜ ଜୀବନକୁ ନଷ୍ଟ କରିବା ସହିତ ଦେଶ ଓ ସମାଜ ଲାଗି ବୋଝ ହୋଇପଡ଼ୁଛନ୍ତି। ଏଇ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ମୌଳିକ ସଂସ୍କାର ଅଣାଯିବା ଆବଶ୍ୟକ। ଆମ ଉଚ୍ଚଶିକ୍ଷା ବ୍ୟବସ୍ଥା କେବଳ ଚାକିରିକୈନ୍ଦ୍ରିକ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ସାମର୍ଥ୍ୟ ବୃଦ୍ଧିକୈନ୍ଦ୍ରିକ ହେବା ଉଚିତ। କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଏ ଦିଗରେ ଯେତେ ଶୀଘ୍ର ପଦକ୍ଷେପ ନେବେ ସେତେ ଭଲ।
କିଶୋରମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାର ବିଭିନ୍ନ କାରଣ ରହିଛି। ପ୍ରଥମତଃ ହେଉଛି ସେମାନଙ୍କ ଭିତରେ ମାନସିକ ଚାପ ବଢ଼ୁଛି। ସଂପ୍ରତି ଦେଖାଯାଉଛି କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହେଁ ଅଭିଭାବକମାନେ ପିଲାର ବୌଦ୍ଧିକ ସାମର୍ଥ୍ୟଠାରୁ ଅଧିକ ପାଇବାର ଆଶା ରଖି ତା’ ଉପରେ ଏକ ପ୍ରକାର ମାନସିକ ଚାପ ସୃଷ୍ଟି କରୁଛନ୍ତି। ତେବେ ଯେଉଁମାନେ ଏଥିରେ ବିଫଳ ହୁଅନ୍ତି ସେମାନେ ନିଜକୁ ଅପାରଗ ଓ ଅନ୍ୟମାନଙ୍କଠାରୁ ହୀନମନ୍ୟ ଭାବି ଆତ୍ମହତ୍ୟା ପାଇଁ ଦୁଃଖଦ ରାସ୍ତାକୁ ବାଛି ନେଇଥାନ୍ତି। ସେହିପରି କେତେକ କ୍ଷେତ୍ରରେ ମନପସନ୍ଦର ପାଠପଢ଼ା ବା କ୍ୟାରିୟର ଗଠନର ସ୍ବାଧୀନତା ନ ପାଇବାରୁ ପିଲାମାନେ ମୃତ୍ୟୁପରି ଭୟଙ୍କର ନିଷ୍ପତ୍ତି ନେଇଥାନ୍ତି। ସେହିପରି ଅନ୍ୟତମ ବଡ଼ କାରଣ ହେଉଛି ପାରିବାରିକ ସମସ୍ୟା। ବର୍ତ୍ତମାନ ଅଧିକାଂଶ ପରିବାରରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବିଭିନ୍ନ କାରଣରୁ ଘରେ ମାନସିକ ଅଶାନ୍ତି ଓ ଝଗଡ଼ା ଲାଗି ରହୁଥିବାରୁ ପିଲାମାନେ ଏକ୍ଷେତ୍ରରେ ମା’ବାପାଙ୍କଠାରୁ ସ୍ନେହ, ଶ୍ରଦ୍ଧା କମ୍‌ ପାଇ ମାନସିକ ଭାବରେ ଏକୁଟିଆ ଅନୁଭବ କରି ଦୀର୍ଘ ସମୟ ଧରି ଚୁପ୍‌ଚାପ ବସି ରହନ୍ତି। ସେହିପରି ସାଧାରଣ ଜୀବନରେ ହଠାତ୍‌ କିଛି ପରିବର୍ତ୍ତନ ଆସିବା ଆତ୍ମହତ୍ୟା ମନୋବୃତ୍ତି ସୃଷ୍ଟିର ଆଶଙ୍କାକୁ ବଢ଼ାଇଥାଏ। କେହି କେହି ଆତ୍ମହତ୍ୟା କରିବି ବୋଲି ଖୋଲାଖୋଲି ଭାବେ ମଧ୍ୟ କହିଥାନ୍ତି। ତେବେ ଏ କ୍ଷେତ୍ରରେ ପରିବାରବର୍ଗ ଓ ବନ୍ଧୁପରିଜନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥଳେ ପିଲାଟିକୁ ମାନସିକ ଭାବରେ ଓ ନୈତିକ ସ୍ତରରେ ଧୈର୍ଯ୍ୟ, ସାହସ ଓ ଦୃଢ଼ ମନୋବଳର ପ୍ରେରଣା ଦିଅନ୍ତୁ। କୌଣସି ପରିସ୍ଥିତିରେ ତାକୁ ନିଃସଙ୍ଗତାର ଅନୁଭବ କରିବାକୁ ଦିଅନ୍ତୁ ନାହିଁ। ବରଂ ଭଲ ହେବ ପିଲାଟିକୁ କୌଣସି ପ୍ରକାର ଆଧ୍ୟାତ୍ମିକ ରାସ୍ତାର ବାଟ ଦେଖାଇବା। ନିଜର ବ୍ୟସ୍ତବହୁଳ ସମୟରୁ କିଛି କାଢ଼ି ପିଲାଟି ସହିତ ମନଖୋଲା କଥା ହୁଅନ୍ତୁ। କୌଣସି ଦର୍ଶନୀୟ ସ୍ଥାନ, ପ୍ରାକୃତିକ ପରିବେଶ ବା ପିଲାଟିର ସ୍ମୃତି ରହିଥିବା ଜାଗାକୁ ତାକୁ ବୁଲାଇ ନିଅନ୍ତୁ। ମଠ, ମନ୍ଦିର ଯିବାକୁ ଇଚ୍ଛା କରୁଥିଲେ ତ ଖୁବ୍‌ ଭଲ। ତେବେ ଏ ସବୁ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। କାହା କଥାରେ କୌଣସି ଇଆଡୁ ସିଆଡୁ ନିଦ ବଟିକା ପିଲାଟିକୁ ଦିଅନ୍ତୁ ନାହିଁ ବା ଡାକ୍ତରୀ ଚିକିତ୍ସା ନ କରି ଗୁଣୀଗାରେଡ଼ି ଝଡ଼ାଫୁଙ୍କା ଚିକିତ୍ସାକୁ ବିଶ୍ୱାସ କରନ୍ତୁ ନାହିଁ। ଧୈର୍ଯ୍ୟହରା ନ ହୋଇ ନିୟମିତ ଡାକ୍ତରୀ ପରାମର୍ଶ ନେଇ ପିଲାମାନଙ୍କୁ ଭଲ ରାସ୍ତା ଦେଖାଇଲେ ଦେଖିବେ ଏହି ସୁଇସାଇଡ୍‌ର ମାତ୍ରା ନିଶ୍ଚିତ ଭାବରେ କମିଯିବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ, ମୋ:୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri