ଏଇ ଭାରତରେ

ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ଅଭିନବ ପଦ୍ଧତି ସାମ୍ନାକୁ ଆଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କର୍ନାଟକର ଧନଞ୍ଜୟ ହେଗେଡ ଅନ୍ୟତମ। ଧନଞ୍ଜୟ ଜଣେ ଅବସରପ୍ରାପ୍ତ ମେକାନିକାଲ ଇଞ୍ଜିନିୟର ଓ ରହନ୍ତି ଉତ୍ତର କନ୍ନଡ ଜିଲାର କରଓ୍ବାର ସହରରେ। ସେ ୧୦ କେ.ଜି. ଓଜନର ଜିନିଷ ନେବା ଭଳି କାଗଜ ବ୍ୟାଗ ତିଆରି କରିଛନ୍ତି। ଏଥିରେ ଡ୍ୟାମ୍ପ୍‌ ଆଇଟମ୍‌ ଯଥା ମାଛ, ମାଂସ, କ୍ଷୀର ପ୍ୟାକେଟ ଭଳି ଜିନିଷ ନେଇ ହେଉଛି। ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର ନିଷିଦ୍ଧ କରାଯାଇଥିଲେ ମଧ୍ୟ ମାଛ ଓ ମାଂସ ଦୋକାନୀ ଏହାର ବ୍ୟବହାର କରି ପରିବେଶ ପ୍ରଦୂଷଣ କରୁଛନ୍ତି। ଏଣୁ ଏହାର ବିକଳ୍ପ ପାଇଁ ଏହି କାଗଜ ବ୍ୟାଗ୍‌ ବ୍ୟବହାର କରାଯାଇପାରିବ ବୋଲି କହନ୍ତି ଧନଞ୍ଜୟ। ମାଛ ମାଂସ ଏବଂ ଏଭଳି ଅନ୍ୟ ଜିନିଷ ଆଣିବା ଦ୍ୱାରା ସହଜରେ ଉକ୍ତ ବ୍ୟାଗ ଓଦା ହୋଇ ନଷ୍ଟ ହେଉନାହିଁ। ଖବରକାଗଜକୁ ଏକ ନିଆରା ପଦ୍ଧତିରେ ସିଲାଇ କରି ଓ କର୍ନ ପାଉଡର ମିଶାଇ ସେ ଏହି ବ୍ୟାଗ୍‌ କରୁଛନ୍ତି। ବ୍ୟାଗର ମୂଲ୍ୟ ରଖିଛନ୍ତି ୨ ଟଙ୍କା। ଯେଉଁ ମେଶିନରେ ବ୍ୟାଗ ତିଆରି କରାଯାଉଛି ତାହାକୁ ମଧ୍ୟ ସେ ନିର୍ମାଣ କରିଛନ୍ତି। ଏଥିରେ ଦିନକୁ ୩୦୦ ବ୍ୟାଗ କରାଯାଇପାରୁଛି। ପ୍ରଦୂଷଣ ରୋକିବା ପାଇଁ ସେ ଅଧିତ୍କ ବ୍ୟାଗ ତିଆରି କରି ଦେଶର ସବୁଆଡକୁ ପଠାଇବା ଲାଗି ଯୋଜନା କରିଛନ୍ତି। ଏବେ ସେ ବର୍ଜ୍ୟ କାଗଜ ସହ ଏଥିରେ କଦଳୀ ଗଛର ତନ୍ତୁ ଉପଯୋଗ କରି ବ୍ୟାଗକୁ ଆହୁରି ମଜଭୁତ କରିିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ବ୍ୟାଗ ନେବା ଲାଗି ତାଙ୍କୁ ୩୫ ଜଣ ବ୍ୟବସାୟୀ ଅର୍ଡର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?