ଏଇ ଭାରତରେ

ମୁମ୍ବାଇରେ ଫୁଡ୍‌ ଫରେଷ୍ଟ ସୃଷ୍ଟି କରି ଜର୍ଜ ରେମିଡିଓସ୍‌ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଜର୍ଜଙ୍କ ବୟସ ୩୬। ସେ ୬ ବର୍ଷରେ ମୁମ୍ବାଇରେ ୧୦ଟି ଛୋଟ ଛୋଟ ଫୁଡ୍‌ ଫରେଷ୍ଟ ବା ଖାଦ୍ୟଭିତ୍ତିକ ଜଙ୍ଗଲ କରିଛନ୍ତି। ଏଥିରେ ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ, କଦଳୀ, ଆମ୍ବ, ସଜନାଛୁଇଁ ସହ ଆହୁରି ଅନେକ ପ୍ରକାର ଫଳ ଗଛ ଲଗାଇଛନ୍ତି। କମ୍‌ ଜାଗାରେ ଏହି ଜଙ୍ଗଲ କରୁଛନ୍ତି ଓ ପ୍ରତ୍ୟେକରେ ପାଖାପାଖି ୧୦୦ ମଧ୍ୟରେ ଗଛ ଲଗାଉଛନ୍ତି। ଜଙ୍ଗଲରେ ଏବେ ବହୁ ପ୍ରକାର ପକ୍ଷୀ ଓ ମହୁମାଛିଙ୍କୁ ଦେଖିବାକୁ ମିଳୁଛି। ବୃଦ୍ଧାଶ୍ରମ, ଅନାଥ ଆଶ୍ରମ ଓ ସ୍କୁଲଗୁଡ଼ିକ ସହ ଚୁକ୍ତି କରି ସେମାନଙ୍କ ଜାଗାରେ ଜଙ୍ଗଲ କରୁଛନ୍ତି ଜର୍ଜ। ସେଠାକାର ଅଧିବାସୀଙ୍କୁ ଗଛର ସୁରକ୍ଷା ଦାୟିତ୍ୱ ଦେଉଛନ୍ତି। ଏହାଦ୍ୱାରା ପିଲାମାନଙ୍କର ଜଙ୍ଗଲ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଜଙ୍ଗଲରେ ଜର୍ଜ ଛତୁଚାଷ କରିବାର ବ୍ୟବସ୍ଥା କରିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଟର୍ନିଂ ଟାଇଡ୍‌’ ସଂସ୍ଥା ମାଧ୍ୟମରେ ଏହି ଜଙ୍ଗଲ କରାଯାଉଛି। ୧୦ଟି ଜଙ୍ଗଲରେ ମୋଟରେ ୧୦୦୦ ଗଛ ଲଗାଇଥିତ୍ଲେ ଓ ଏବେ ସେଥିରୁ ୮୦% ରହିଛି। ଗୋଟିଏ ଫୁଡ୍‌ ଫରେଷ୍ଟ ଲାଗି ୧୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ଓ ଲୋକମାନଙ୍କଠାରୁ ଦାନ ଆକାରରେ ଏହା ମିଳୁଛି ବୋଲି କହନ୍ତି ଜର୍ଜ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri