ଏଇ ଭାରତରେ

ମୁମ୍ବାଇରେ ଫୁଡ୍‌ ଫରେଷ୍ଟ ସୃଷ୍ଟି କରି ଜର୍ଜ ରେମିଡିଓସ୍‌ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଜର୍ଜଙ୍କ ବୟସ ୩୬। ସେ ୬ ବର୍ଷରେ ମୁମ୍ବାଇରେ ୧୦ଟି ଛୋଟ ଛୋଟ ଫୁଡ୍‌ ଫରେଷ୍ଟ ବା ଖାଦ୍ୟଭିତ୍ତିକ ଜଙ୍ଗଲ କରିଛନ୍ତି। ଏଥିରେ ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ, କଦଳୀ, ଆମ୍ବ, ସଜନାଛୁଇଁ ସହ ଆହୁରି ଅନେକ ପ୍ରକାର ଫଳ ଗଛ ଲଗାଇଛନ୍ତି। କମ୍‌ ଜାଗାରେ ଏହି ଜଙ୍ଗଲ କରୁଛନ୍ତି ଓ ପ୍ରତ୍ୟେକରେ ପାଖାପାଖି ୧୦୦ ମଧ୍ୟରେ ଗଛ ଲଗାଉଛନ୍ତି। ଜଙ୍ଗଲରେ ଏବେ ବହୁ ପ୍ରକାର ପକ୍ଷୀ ଓ ମହୁମାଛିଙ୍କୁ ଦେଖିବାକୁ ମିଳୁଛି। ବୃଦ୍ଧାଶ୍ରମ, ଅନାଥ ଆଶ୍ରମ ଓ ସ୍କୁଲଗୁଡ଼ିକ ସହ ଚୁକ୍ତି କରି ସେମାନଙ୍କ ଜାଗାରେ ଜଙ୍ଗଲ କରୁଛନ୍ତି ଜର୍ଜ। ସେଠାକାର ଅଧିବାସୀଙ୍କୁ ଗଛର ସୁରକ୍ଷା ଦାୟିତ୍ୱ ଦେଉଛନ୍ତି। ଏହାଦ୍ୱାରା ପିଲାମାନଙ୍କର ଜଙ୍ଗଲ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଜଙ୍ଗଲରେ ଜର୍ଜ ଛତୁଚାଷ କରିବାର ବ୍ୟବସ୍ଥା କରିଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ‘ଟର୍ନିଂ ଟାଇଡ୍‌’ ସଂସ୍ଥା ମାଧ୍ୟମରେ ଏହି ଜଙ୍ଗଲ କରାଯାଉଛି। ୧୦ଟି ଜଙ୍ଗଲରେ ମୋଟରେ ୧୦୦୦ ଗଛ ଲଗାଇଥିତ୍ଲେ ଓ ଏବେ ସେଥିରୁ ୮୦% ରହିଛି। ଗୋଟିଏ ଫୁଡ୍‌ ଫରେଷ୍ଟ ଲାଗି ୧୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ଓ ଲୋକମାନଙ୍କଠାରୁ ଦାନ ଆକାରରେ ଏହା ମିଳୁଛି ବୋଲି କହନ୍ତି ଜର୍ଜ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri