ବିବର୍ତ୍ତନର ପରିପୋଷକ ବର୍ଣ୍ଣାଶ୍ରମ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ଐଶୀ ବିଧାନରେ ପ୍ରକୃତି ବକ୍ଷରେ ଯେଉଁ ସୃଷ୍ଟି- ସ୍ଥିତି- ବିନାଶର ନିତ୍ୟ ଲୀଳା ସଂଘଟିତ ହୋଇ ଚାଲିଛି ତାହାର ଏକ ପ୍ରଧାନ ଉଦ୍ଦେଶ୍ୟ ହେଲା ଊର୍ଦ୍ଧ୍ୱମୁଖୀ ବିବର୍ତ୍ତନ ବା କ୍ରମାଗତ ଉତ୍କର୍ଷରେ ବିକାଶ ଲାଭ କରିବା। ସର୍ବବ୍ୟାପୀ ସତ୍ତା ସର୍ବଦା ନାନା ଗୁଣ- କର୍ମ-ଯୁକ୍ତ ହୋଇ ବିଭିନ୍ନ ବୈଶିଷ୍ଟ୍ୟରେ ବିବର୍ତ୍ତିତ ହୋଇ ଚାଲିଛନ୍ତି। ଏହିପରି ସୃଷ୍ଟି ହୋଇଛି କେତେ ପ୍ରକାର ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗ ଏବଂ ବୃକ୍ଷଲତା। ମଣିଷ ମଧ୍ୟ ପ୍ରକୃତିର ଏହି ନିୟମର ଅଧୀନ। ତେଣୁ ସହଜାତ ଗୁଣ-କର୍ମଯୁକ୍ତ ହୋଇ ମଣିଷ ମଧ୍ୟ ପରସ୍ପରଠାରୁ ଭିନ୍ନ ଭିନ୍ନ ହୋଇଥାଏ। ପ୍ରତ୍ୟେକଟି ମଣିଷର ଗୁଣ-କର୍ମ-ଯୁକ୍ତ ସହଜାତ ବୈଶିଷ୍ଟ୍ୟକୁ ଉପଯୁକ୍ତ ପୋଷଣ ଦେଇ ତାହାର ଉନ୍ନୟନକୁ ନିଶ୍ଚିତ ଏବଂ ପରସ୍ପରର ପରିପୂରକ ଭାବରେ ଗଢ଼ିତୋଳିବା ସହିତ ସାମାଜିକ ସଂହତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ ଆର୍ଯ୍ୟ ଋଷିଗଣ। ଯେଉଁମାନଙ୍କ ମଧ୍ୟରେ ଈଶ୍ୱରୋପାସନା, ଅଧ୍ୟୟନ, ଅଧ୍ୟାପନା, ଗବେଷଣା, ଯଜନ- ଯାଜନ, ଦାନ- ପ୍ରତିଗ୍ରହ ଇତ୍ୟାଦି ଗୁଣର ବିଶେଷ ପ୍ରାଧାନ୍ୟ ଲକ୍ଷ୍ୟ କରାଯାଇଥିଲା ସେମାନଙ୍କୁ ନେଇ ହିଁ ବିପ୍ର ବର୍ଣ୍ଣ ସୃଷ୍ଟି ହୋଇଛି। ସେହିପରି ଯେଉଁମାନେ ଆଦର୍ଶପ୍ରାଣ ହୋଇ ସମାଜକୁ କ୍ଷୟକାରୀ ଶକ୍ତିଙ୍କ ଆକ୍ରମଣରୁ ତ୍ରାଣ କରିବା ପାଇଁ ବାସ୍ତବ ଭାବରେ ନିଜର ଜୀବନକୁ ଉତ୍ସର୍ଗ କରିଥାନ୍ତି ସେମାନଙ୍କୁ କ୍ଷତ୍ରିୟ କୁହାଗଲା। ଯେଉଁମାନେ ଧର୍ମପଥରେ ମଣିଷର ପ୍ରୟୋଜନ ପୂରଣ ଏବଂ ଅର୍ଥନୈତିକ ସେବା ଦ୍ୱାରା ଅର୍ଥ ଏବଂ ଐଶ୍ୱର୍ଯ୍ୟ ଆହରଣ କରି ସମାଜକୁ ସମୃଦ୍ଧ କରିବା ସହିତ ନିଜେ ସମ୍ବର୍ଦ୍ଧିତ ହୋଇପାରନ୍ତି ସେମାନଙ୍କୁ ନେଇ ହିଁ ବୈଶ୍ୟବର୍ଣ୍ଣର ସୃଷ୍ଟି ହୋଇଥିଲା । ଚତୁର୍ଥତଃ ଯେଉଁମାନେ ସୂଚୀକୃତ ବା ଶୁଦ୍ଧ ଏବଂ ଯେଉଁମାନେ ସେବାପ୍ରାଣ ଶ୍ରମ ଦ୍ୱାରା ସମାଜର ପରିଚର୍ଯ୍ୟା କରି ନିଜର ଉତ୍କର୍ଷ ସାଧନ କରୁଥିଲେ ସେମାନଙ୍କୁ ହିଁ ଶୂଦ୍ର କୁହାଯାଉଥିଲା। ଏହି ବ୍ୟବସ୍ଥା ଦ୍ୱାରା ପ୍ରତିଟି ବର୍ଣ୍ଣର ସଦସ୍ୟଗଣ ସ୍ବକୀୟ ବୈଶିଷ୍ଟ୍ୟ ପଥରେ ଉନ୍ନତ ଏବଂ ବିବର୍ତ୍ତିତ ହୋଇ ଚାଲିବା ସଙ୍ଗେ ସଙ୍ଗେ ପରସ୍ପରର ଅନୁପୂରକ ହୋଇ ସାମାଜିକ, ସଂହତି ଏବଂ ରାଷ୍ଟ୍ରୀୟ ସମ୍ବର୍ଦ୍ଧନାକୁ ନିଶ୍ଚିତ କରିପାରିଥିଲେ।
ବର୍ଣ୍ଣାଶ୍ରମର ସୁସଙ୍ଗତ ପାଳନ ଫଳରେ ପ୍ରାଚୀନ ଭାରତୀୟ ସମାଜ ଜ୍ଞାନ-ବିଜ୍ଞାନ, ଶୌର୍ଯ୍ୟ-ବୀର୍ଯ୍ୟ, ଅର୍ଥ-ଐଶ୍ୱର୍ଯ୍ୟ ଏବଂ ଐକ୍ୟ-ସଂହତିରେ ଜଗତରେ ଶ୍ରେଷ୍ଠ ଆସନ ଅଧିକାର କରିଥିଲା। ସେତେବେଳେ କୌଣସି ବିଦେଶୀ ଶକ୍ତି ଭାରତକୁ ଆକ୍ରମଣ କରିବା କଥା ସ୍ବପ୍ନରେ ମଧ୍ୟ ଚିନ୍ତା କରିପାରୁ ନ ଥିଲେ। ଏହାର ବହୁ କାଳ ପରେ ବିଶ୍ୱବିଜେତା ଆଲେକଜାଣ୍ଡର ଯେତେବେଳେ ଭାରତବର୍ଷକୁ ଆକ୍ରମଣ କଲେ ସେ ପରାଜିତ ରାଜା ପୁରୁଙ୍କର କ୍ଷତ୍ରିୟୋଚିତ ପରାକ୍ରମ, ସାହସ ଏବଂ ତେଜସ୍ବିତା ତଥା ତକ୍ଷଶୀଳାର ବ୍ରାହ୍ମଣ ପଣ୍ଡିତଙ୍କର ବ୍ରହ୍ମତେଜର ଦୀପ୍ତି ଦେଖି ସ୍ତମ୍ଭୀଭୂତ ହୋଇଯାଇଥିଲେ। ମଣିଷର ସହଜାତ ବୈଶିଷ୍ଟ୍ୟକୁ ପୋଷଣ ଦେଇ ପୁରୁଷାନୁକ୍ରମେ ତାହାକୁ ଉନ୍ନତ, ସୁଦକ୍ଷ ଏବଂ ସାର୍ଥକ କରିବାର ଏଭଳି ଅନନ୍ୟ ପନ୍ଥା ପୃଥିବୀର ଅନ୍ୟ କୌଣସି ଦେଶର ଲୋକଙ୍କୁ ଜଣା ନ ଥିଲା। ବର୍ଣ୍ଣାଶ୍ରମ ମାଧ୍ୟମରେ ଏହି ବୈଶିଷ୍ଟ୍ୟାନୁଗତଯୋଗ୍ୟତା ଏବଂ ଦକ୍ଷତା ବଂଶ ପରମ୍ପରାକ୍ରମେ କର୍ଷିତ ହୋଇ ଜନ୍ମଗତ ସଂସ୍କାରରେ ପରିଣତ ହୋଇଯାଏ ଏବଂ ଏହା ପ୍ରତିଟି ପ୍ରଜନ୍ମର ରେତଧାରା ମଧ୍ୟରେ ପ୍ରବେଶ କରି ହଜାର ବର୍ଷ ପର୍ଯ୍ୟନ୍ତ ସ୍ବାଭାବିକ ଦକ୍ଷତା ରୂପରେ ସଂରକ୍ଷିତ ହୋଇ ରହିପାରେ। ଉଦାହରଣ ସ୍ବରୂପ ଏବେ ବି ଜଣେ ବିପ୍ରର ସହଜାତ ପ୍ରଜ୍ଞା ଏବଂ ସାତ୍ତ୍ୱିକ ଗୁଣବତ୍ତା, ଜଣେ କ୍ଷତ୍ରିୟର ପରାକ୍ରମୀ ବୀର୍ଯ୍ୟବତ୍ତା ଏବଂ ଶାସନ ଦକ୍ଷତା, ଜଣେ ବୈଶ୍ୟର କୃଷି, ଗୋପାଳନ ଏବଂ ବ୍ୟବସାୟିକ ଦକ୍ଷତା ତଥା ଜଣେ ଶୂଦ୍ରର ସହଜ ସେବା ସୌକର୍ଯ୍ୟ ଶତଚେଷ୍ଟାରେ ମଧ୍ୟ ଅନ୍ୟ କାହା ମଧ୍ୟରେ ସୃଷ୍ଟି କରାଯାଇ ପାରିବ ନାହିଁ। ଦୁଃଖର କଥା ନାନା କାରଣରୁ ବୌଦ୍ଧଯୁଗର ଶେଷ ଭାଗରେ ଭାରତବର୍ଷର ଗୌରବ ମୁକୁଟ ଏହି ବର୍ଣ୍ଣାଶ୍ରମ ବ୍ୟବସ୍ଥା କ୍ରମେ ବିକୃତ ଏବଂ ବିପର୍ଯ୍ୟସ୍ତ ହୋଇପଡ଼ିଲା। ଭାରତୀୟମାନେ ହୋଇଉଠିଲେ କ୍ରମେ କ୍ରମେ ଶୌର୍ଯ୍ୟ-ବୀର୍ଯ୍ୟହରା, ସ୍ବାର୍ଥାନ୍ବେଷୀ, ଦୁର୍ବଳ, ଐକ୍ୟ-ସଂହତିହରା, ପରସ୍ପର ବିଚ୍ଛିନ୍ନ। ଏହାର ପରିଣାମସ୍ବରୂପ ମୋଗଲ ଏବଂ ବ୍ରିଟିଶମାନେ ଏ ଦେଶକୁ ଅଧିକାର କରି ସାମ୍ରାଜ୍ୟ ପ୍ରତିଷ୍ଠା କଲେ। ପ୍ରକୃତରେ ମୋଗଲ ଏବଂ ବ୍ରିଟିଶମାନଙ୍କ ଅଧୀନରେ ଭାରତୀୟମାନେ ପରାଧୀନତା ଶୃଙ୍ଖଳରେ ଆବଦ୍ଧ ହୋଇ ଏକପ୍ରକାର ଦାସତ୍ୱସୁଲଭ ମନୋଭାବାପନ୍ନ ହୋଇଯାଇଛନ୍ତି। ଏବେ ଦେଶ ସ୍ବାଧୀନ ହୋଇଛି କିନ୍ତୁ ବର୍ଣ୍ଣାଶ୍ରମ ହଜିଯାଇଛି ଜଟିଳ ଜାତିପ୍ରଥା, ଉଚ୍ଚନୀଚ ଭେଦଭାବ, ଅସ୍ପୃଶ୍ୟତା ପ୍ରଭୃତି ସାମାଜିକ ବ୍ୟଭିଚାର ମଧ୍ୟରେ।
ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଜଣେ ନିମ୍ନବର୍ଣ୍ଣର ବ୍ୟକ୍ତିଙ୍କୁ ସାଧାରଣ କୂଅରୁ ପାଣି ନେବାର ଅଧିକାର ନାହିଁ, ମନ୍ଦିର ପ୍ରବେଶର ଅଧିକାର ନାହିଁ, ସର୍ବସାଧାରଣ ଜାନିଯାତ୍ରାରେ ଅଂଶ ଗ୍ରହଣ କରିବାର ଅଧିକାର ନାହିଁ। ଏହାକୁ ବର୍ଣ୍ଣାଶ୍ରମ ନ କହି ବର୍ଣ୍ଣାଶ୍ରମର ବିକୃତ ଅବସ୍ଥା କୁହାଯାଇପାରେ, ଯାହା ମୂଳରେ ରହିଛି କେବଳ ଅହଂମତ୍ତ ହୀନମନ୍ୟତା ବୋଧ। ଯଥାର୍ଥ ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ ସବୁ ବର୍ଣ୍ଣର ଲୋକଙ୍କୁ ସମାନ ଗୁରୁତ୍ୱ ପ୍ରଦାନ କରାଯାଉଥିଲା। ଚାରିବର୍ଣ୍ଣର ଲୋକମାନଙ୍କ ମଧ୍ୟରେ ପ୍ରୀତି-ସଂହତି ଏବଂ ସହଯୋଗ ମନୋଭାବ ଯୋଗୁଁ ଦେଶଟା, ଐକ୍ୟବଦ୍ଧ ହୋଇ ରହୁଥିଲା। ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରହୁଥିଲା। କେହି କାହାରି ବୃତ୍ତି ହରଣ କରୁ ନ ଥିବାରୁ ଦେଶରେ ବେକାର ସମସ୍ୟା ନ ଥିଲା। ମେଘାସ୍ଥିନିସ୍‌, ହୁଏନ୍‌ସାଂ, ଫାହିଆନ୍‌ ଏବଂ ଆଲବେରୁଣୀ ପ୍ରମୁଖ ପର୍ଯ୍ୟଟକଙ୍କ ବିବରଣୀରେ ଏହାର ଭୁରି ଭୁରି ପ୍ରମାଣ ରହିଛି। ତେଣୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଭାରତବର୍ଷକୁ ପୁନର୍ବାର ବିଶ୍ୱ ଦରବାରରେ ସ୍ବମହିମାରେ ପ୍ରତିଷ୍ଠିତ ହେବାକୁ ହେଲେ ନିଜସ୍ବ କୃଷ୍ଟିରେ ଦୃଢ଼ ରହି ଏକାଦର୍ଶପରାୟଣ ହୋଇ ଚାତୁର୍ବର୍ଣ୍ଣାଶ୍ରମ ଏବଂ ‘ପଞ୍ଚବର୍ହିଃ’ର ବିହିତ ପାଳନରେ ନିଜକୁ ଉନ୍ନତ ଏବଂ ସମ୍ବର୍ଦ୍ଧିତ କରିତୋଳିବାକୁ ପଡ଼ିବ। (ଆର୍ଯ୍ୟକୃଷ୍ଟି-୧୪୫ ଭାବାର୍ଥ)। ବାସ୍ତବରେ ବର୍ଣ୍ଣାଶ୍ରମ ଏକ ପ୍ରାକୃତିକ ସତ୍ୟ ଏହାକୁ ଅସ୍ବିକାର କରାଯାଇପାରେ, କିନ୍ତୁ ଉଡ଼ାଇ ଦେଇ ହେବ ନାହିଁ।
ପ୍ଲଟ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri