ଏଇ ଭାରତରେ

ଗାଁଗୁଡ଼ିକୁ ସ୍ମାର୍ଟ ସେବା ଓ ଇ-ବ୍ୟବସାୟ ସୁବିଧା ଯୋଗାଇ ଦେବା ଲାଗି ଦୁଇ ଛାତ୍ର ସୋଲାର ଇଲେକ୍ଟ୍ରିକ ଟ୍ରାଇସାଇକେଲ ବା ସୌର ବିଦ୍ୟୁତ୍‌ ଚାଳିତ ଟ୍ରଲି ନିର୍ମାଣ କରିଛନ୍ତି। ନିଖିଲ ମୁକ୍କାର ଏବଂ ହୋ ଜିଙ୍ଗ ଏନ୍‌ ଟ୍ରଲିିରେ ସ୍ମାର୍ଟ ସିଷ୍ଟମର ସୁବିଧା ରଖିଛନ୍ତି। ନିଖିଲଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ସିଙ୍ଗାପୁରର ନାୟଙ୍ଗ ଟେକ୍‌ନୋଲୋଜି ୟୁନିଭର୍ସିଟିରେ ପଢ଼ିବା ସମୟରେ ହୋ ଜିଙ୍ଗଙ୍କ ସହ ଏହି ଟେକ୍‌ନୋଲୋଜି ବିକାଶ କରିଥିଲେ। ସ୍ମାର୍ଟ ଟ୍ରଲିିିକୁ ସେ ତାଙ୍କ ଗାଁ ଅନୁମପଲ୍ଲୀରେ ରଖିଛନ୍ତି। ଏଥିପାଇଁ ସେମାନେ ୯୫,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିତ୍ରେ ଉଭୟ ପେଡାଲ ଓ ମୋଟର ବ୍ୟବସ୍ଥା ରହିଛି ଓ ଏହାକୁ ସହଜରେ ବିଭିନ୍ନ ଗାଁକୁ ନିଆଯାଇପାରୁଛି। ଥରେ ମୋଟର ଚାର୍ଜ ହେଲେ ଏହା ୩୫ କି.ମି. ଯାଇପାରୁଛି । ପ୍ରତିମାସରେ ଦୁର୍ଗମ ଗାଁଗୁଡ଼ିକରୁ ପାଖାପାଖି ୮୦୦ ଲୋକ ଏହାଦ୍ୱାରା ଉପକୃତ ହେଉଛନ୍ତି। ସ୍ମାର୍ଟ ଟ୍ରଲିକୁ ସେମାନେ ବିଭିନ୍ନ ଗାଁକୁ ନେଉଛନ୍ତି। ଏଥିରୁ ଲୋକମାନେ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରୁଛନ୍ତି। ସେମାନେ ଟଙ୍କା ଉଠାଇବା ଓ ଦେବା କାର୍ଯ୍ୟ ସୁରୁଖୁରୁରେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମପ୍ରେମର ପ୍ରଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ମଣିଷ ସବୁଠାରୁ ବେଶି ଭଲପାଏ ନିଜକୁ। ନିଜର ଚେହେରା, ହାବଭାବ, କର୍ମ ଅନ୍ୟମାନଙ୍କ ନିମନ୍ତେ ଗ୍ରହଣୀୟ ନ ହେଲେ ମଧ୍ୟ...

ସାଧାରଣ ଜନତାଙ୍କ ଉପରେ ନଜରଦାରି

କୁମାରସମ୍ଭବ ଶ୍ରୀବାସ୍ତବ ଭାରତ ସରକାରଙ୍କ ବିବାଦୀୟ ସୋସିଆଲ ରେଜିଷ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଦାୟିତ୍ୱରେ ଥିବା ବରିଷ୍ଠ ବ୍ୟୁରୋକ୍ରାଟ ଚେତାବନୀ ଦେଇଥିଲେ ଯେ ଏତେ...

କଷ୍ଟ ସମୟ

ସମ୍ପାଦକୀୟ/ତଥାଗତ ସତପଥୀ ଗଣତନ୍ତ୍ର ଉପରେ ଯେତେବେଳେ ଚାପ ବୃଦ୍ଧି ପାଉଛି, ସେତେବେଳେ ଗଣମାଧ୍ୟମର ଗୁରୁତ୍ୱ ମଧ୍ୟ ବଢୁଛି। ଏହା ସତ୍ୟ ଯେ, ୧୯୪୭ ମସିହାଠାରୁ ଆଜି...

ଏଇ ଭାରତରେ

ଅନ୍ଧବିଶ୍ୱାସ ଦୂର ଲାଗି ମଧ୍ୟପ୍ରଦେଶର ଗଙ୍ଗା ରାଜପୁତଙ୍କ ପ୍ରଚେଷ୍ଟା ଉଦାହରଣ ସୃଷ୍ଟି କରିଛି। ଗଙ୍ଗା ରୁହନ୍ତି ବୁନ୍ଦେଲଖଣ୍ଡର ଚୌଧୁରୀ ଖେର ଗାଁରେ। ୧୨ ବର୍ଷ ପୂର୍ବେ...

ଏଇ ଭାରତରେ

ଛତିଶଗଡ଼ର ପୁଷ୍ପା ସାହୁଙ୍କୁ ଏବେ ସଭିଏ ‘ହରିୟାଲି ଦିଦି’ ବୋଲି ସମ୍ବୋନ୍ଧନ କରୁଛନ୍ତି। ପୁଷ୍ପାଙ୍କର ଗଛ ପ୍ରତି ଭଲ ପାଇବା ଓ ତାଙ୍କ ଜୈବିକ ଚାଷ...

ଅସ୍ଥାନା ଭରସା

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ)ରୁ ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବହୁଚର୍ଚ୍ଚିତ ବିଦାୟ ଘଟଣାର ଦୁଇ ବର୍ଷ ପରେ ତାଙ୍କୁ ସୀମା ସୁରକ୍ଷା ବଳ(...

କ୍ୱାଡ୍‌

ପୂର୍ବ ଲଦାଖଠାରେ ଭାରତ ଓ ଚାଇନା ଗତ ମେ’ରୁ ସାମ୍ନାସାମ୍ନି ହୋଇ ଚାଲିଛନ୍ତି। ଭାରତର ୨୦ ଯବାନଙ୍କ ପ୍ରାଣ ଯାଇଥିବା ବେଳେ ଚାଇନା ଅଦ୍ୟାବଧି ତା’...

ସକଳ ତୀର୍ଥ ତୋ ଚରଣେ

ଇଂ. ରୌଶନ୍‌ ଖାନ୍‌   ଇସ୍‌ଲାମ ଧର୍ମର ପାଞ୍ଚୋଟି ମୌଳିକ ନୀତି ମଧ୍ୟରେ ହଜ୍‌ ହେଉଛି ଶେଷ କର୍ମଭିତ୍ତିକ ଉପାସନା। ଏହା ମୁସଲିମ କ୍ୟାଲେଣ୍ଡରର ଶେଷମାସ...

Advertisement


Archives

Model This Week