ଏଇ ଭାରତରେ

ପେସାରେ ଶିକ୍ଷକ ହେଲେ ବି ବୃକ୍ଷରୋପଣ ନିଶାରେ ପଡ଼ିଯାଇଛନ୍ତି ରାଜସ୍ଥାନର ପ୍ରସନ୍ନପୁରି ଗୋସ୍ବାମୀ। ସେ ୩୪ ବର୍ଷରେ ମେରାଙ୍ଗଗଡ଼ ଚାରିପାଖରେ ୨୨ ହେକ୍ଟର ଜମିରେ ୫୦,୦୦୦ ଗଛ ଲଗାଇ ସାରିଲେଣି। ୧୫ ଏକରରେ ବିଭିନ୍ନ ଗଛ ଓ ୭ ଏକରରେ କେବଳ ଓଷଧୀୟ ଗଛ ଲଗାଇଛନ୍ତି। ଏବେ ଦୁର୍ଗର ଚାରିପାଖ ସବୁଜ ହୋଇଯାଇଛି ଓ ଏହା ବହୁ ପ୍ରଜାତିର ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ୧୯୮୭ରୁ ଗୋସ୍ବାମୀ ବୃକ୍ଷରୋପଣ ଆରମ୍ଭ କରିଥିଲେ। ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବା ପରେ ବଳକା ସମୟରେ ଗଛ ଧରି ପାହାଡ଼ ଅଭିମୁଖେ ବାହାରି ଯାଉଥିତ୍ଲେ। ଏପରିକି ବୃକ୍ଷଗୁଡ଼ିକୁ ବଞ୍ଚାଇବା ଲାଗି ଖରାଦିନେ ସେ ବୋତଲରେ ପାଣି ନେବାକୁ ଭୁଲି ନ ଥିଲେ। ଶିକ୍ଷକ ଥିତ୍ତ୍ବା ସମୟରେ ଓ ଅବସର ପରେ ବି ସେ ବୃକ୍ଷରୋପଣ କାର୍ଯ୍ୟରୁ ଓହରି ନାହାନ୍ତି। ଏଥିତ୍ପାଇଁ ତାଙ୍କୁ ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ, ଜିଲା ପ୍ରଶାସନରୁ ଆର୍ଥିକ ସହାୟତା ମିଳିଛି। ଏହାଦ୍ୱାରା ସେ ବନୀକରଣକୁ ବ୍ୟାପକ କରିବାର ସୁଯୋଗ ପାଇପାରିଛନ୍ତ। ଏବେ ତାଙ୍କ ବୟସ ୭୪। ଏହି ପରିଣତ ବୟସରେ ବି ଏହି କାର୍ଯ୍ୟ ଜାରି ରଖିଛନ୍ତି ଓ ଜଙ୍ଗଲର ଯନତ୍ ନେଉଛନ୍ତି। ତିନି ଦଶନ୍ଧିରେ ସେ ତାଙ୍କ ପିଲାଦିନର ସ୍ବପ୍ନ ପୂରଣ କରିପାରିଛନ୍ତି ବୋଲି କହନ୍ତି ଗୋସ୍ବାମୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?