କୋଟି କୋଟି ଟଙ୍କାର କାର୍‌ ଉପରେ ସୁନା ଲେପ: ଧନୀ ବ୍ୟକ୍ତିଙ୍କ ଏଭଳି କାମ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ସେ ବିଭିନ୍ନ ଶିକ୍ଷଣୀୟ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ଜଣେ ଭାରତୀୟ-ଆମେରିକୀୟ ଜଣେ ବ୍ୟକ୍ତି ଫେରାରି କାର୍‌କୁ ନେଇ ଏକ ଟୁଇଟ୍‌ କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ସେ ଟୁଇଟର୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ଆନନ୍ଦ ଟଙ୍କାର ଅବବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ଭିଡିଓରେ ଏକ ସୁନା ଫେରାରି କାର୍‌ ନଜର ଆସୁଛି। ଏଥିରେ ଦୁଇ ଜଣ ବ୍ୟକ୍ତି ବସିଛନ୍ତି। ଭିଡିଓରେ କୁହାଯାଇଛି ଶୁଦ୍ଧ ସୁନା ଫେରାରି କାର୍‌ ସହ ଭାରତୀୟ-ଆମେରିକୀୟ। ଏହି ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି, ମୁଁ ଜାଣିନାହିଁ ଏହା ସୋସିଆଲ ମିଡିଆରେ କାହିଁକି ଭାଇରାଲ ହେଉଛି, ଯେପର୍ଯ୍ୟନ୍ତ ଜଣେ ଧନୀ ବ୍ୟକ୍ତିଙ୍କୁ ତାଙ୍କ ଟଙ୍କା କେମିତି ଖର୍ଚ୍ଚ କରିବା ଜାଣିନାହାନ୍ତି। ୫୪ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବାବେଳେ ୭,୫୨୯ ଜଣ ଭିଡିଓକୁ ଲାଇକ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ସମ୍ପତ୍ତିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ମୋଦି ସରକାର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ। ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ...

ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ...

ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ...

ସିଦ୍ଧୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇଲେ

ଚଣ୍ଡିଗଡ଼,୭ା୬(ପି.ଟି.)-ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇବାକୁ ପଡିଛି।...

ସୋନଭଦ୍ରା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଯୋଗୀ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ରାଜନୀତି ହୋଇଛି ଉଷ୍ମ। ଏହି ଘଟଣାକୁ ନେଇ...

ମୁମ୍ବାଇ ଯାଇପାରେ କେନ୍ଦ୍ରୀୟ ବାହିନୀ

ମୁମ୍ବାଇ,୯ା୫(ପି.ଟି.): ମୁମ୍ବାଇରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ସୈନ୍ୟବାହିନୀକୁ ଡକାଯାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହାକୁ...

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରକୋଡ ଓ୍ବାର୍ଡ ଥିଲା ‘ଅପରେଶନ୍‌ ବନ୍ଦର’

ନୂଆଦିଲ୍ଲୀ,୨୨ା୬: ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ଶହୀଦ ହେବା ପରେ ସୀମା ଆରପଟେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ...

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର...

Advertisement


Archives

Model This Week

Why Dharitri